ନୂଆଦିଲ୍ଲୀ: ଶୁକ୍ରବାର ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପାଧ୍ୟାୟଙ୍କୁ କେନ୍ଦ୍ର ପର୍ସନାଲ ଏବଂ ଟ୍ରେନିଂ ଡିପାର୍ଟମେଣ୍ଟରେ ଯୋଗ ଦେବାକୁ କହିଥିଲା। କେନ୍ଦ୍ରର ଏପରି ନିଷ୍ପତ୍ତିକୁ ନେଇ ହତବାକ ହୋଇଯାଇଥିବା ଏହି ବରିଷ୍ଠ ଆଇଏଏସ ଏବେ ଦିଲ୍ଲୀ ନଯାଇ ଇସ୍ତଫା ଦେଇ ଦେବେ ବୋଲି ଜଣାପଡ଼ିଛି। ଅଲପାନ କେନ୍ଦ୍ର ଆକ୍ରୋଶରୁ ନିଜକୁ ସୁରକ୍ଷିତ ରଖିବାକୁ ଚାହୁଁଥିବା ପଶ୍ଚିମବଙ୍ଗ ମିଡିଆରେ ଚର୍ଚ୍ଚା ହେଉଛି। କାରଣ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ କେନ୍ଦ୍ରକୁ ଏହି ଆଇଏଏସ ନପଠାଇବାକୁ ଜିଦ୍ ଧରିଥିବା କୁହାଯାଉଛି। ତେଣୁ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ଥିବା କଳିରେ ବଳି ପଡ଼ିବା ଅପେକ୍ଷା ଇସ୍ତଫା ଦେଇଦେବାକୁ ଅଲପନ ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି। ୧୯୮୭ ବ୍ୟାଚର ଏହି ଆଇଏଏସ ୬୦ ବର୍ଷ ବୟସ ପୂରଣ କରିସାରିଛନ୍ତି। ମେ ୩୧ ରହିଛି ଅବସର ତାରିଖ।
ଶୁକ୍ରବାର କେନ୍ଦ୍ର ସରକାର ଏହି ବରିଷ୍ଠ ଆଇଏଏସଙ୍କୁ ମେ ୩୧ ସକାଳ ସୁଦ୍ଧା ଦିଲ୍ଲୀରେ ଆସି ପର୍ସନାଲ ଏବଂ ଟ୍ରେନିଂ ଡିପାର୍ଟମେଣ୍ଟରେ ଯୋଗ ଦେବାକୁ କହିଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ପଶ୍ଚିମବଙ୍ଗ ସରକାରକୁ ଏକ ଚିଠି ଲେଖି ଅଲପନ ବନ୍ଦୋପାଧ୍ୟାୟଙ୍କୁ ତାଙ୍କ ଦାୟିତ୍ୱରୁ ମୁକ୍ତ କରିବାକୁ କହିଛନ୍ତି। ଆଇଏଏସ ନିୟମ ୧୯୫୪ର ନିୟମ ୬ (୧) ଅନୁଯାୟୀ ଏହି ସ୍ଥାନାନ୍ତର କରାଯାଇଛି ବୋଲି କେନ୍ଦ୍ର କହିଛି।
ବାତ୍ୟା ୟାସରେ ପ୍ରଭାବିତ ଲୋକ ଏବଂ ରିଲିଫ୍ କାର୍ଯ୍ୟ ସମ୍ପର୍କିତ ସମୀକ୍ଷା ବୈଠକକୁ ନେଇ ବିବାଦ ପରେ କେନ୍ଦ୍ର ଅଲପାନଙ୍କୁ ଦିଲ୍ଲୀ ଡକାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ମୁଖ୍ୟ ଶାସନ ସଚିବ ପ୍ରଧାନମନ୍ତ୍ରୀ ଏବଂ ତାଙ୍କର ଅଧିକାରୀ ୩୦ ମିନିଟରୁ ଅଧିକ ସମୟ ଅପେକ୍ଷା କରିଥିଲେ। ଏହାପରେ ମମତା ଏବଂ ମୁଖ୍ୟ ଶାସନ ସଚିବ ମୋଦିଙ୍କ ପାଖକୁ ଆସି ୧୫ ହଜାର କୋଟି ଟଙ୍କାର ସହାୟତା ରାଶି ଦାବି କରିଥିଲେ। ପରେ ଅଲଗା ବୈଠକ ଅଛି କହି ଉଭୟ ପଳାଇ ଯାଇଥିଲେ।
ସୂଚନାଯୋଗ୍ୟ, ତିନି ଦିନ ପରେ ଏହି ଆଇଏଏସଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିଲା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କାର୍ଯ୍ୟକାଳ ଏହି ଆଇଏଏସଙ୍କ କାର୍ଯ୍ୟକାଳ ଅବଧିକୁ ୬ ମାସ ବଢ଼ାଇବାକୁ କେନ୍ଦ୍ରକୁ କହିଥିଲେ। କେନ୍ଦ୍ର ମଧ୍ୟ ଏହାକୁ ଅନୁମତି ଦେଇଥିଲା। ଏହାପରେ ମେ ୨୪ରେ ମମତା ବାନାର୍ଜୀ ପ୍ରେସ କନଫରେନସ କରି କହିଥିଲେ ଅଲପନଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ଏହା ପୂର୍ବରୁ ସେ ୬ ମାସ ତାଙ୍କ ଅବଧି ବଢ଼ାଇବାକୁ ମେ ୧୨ରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। କେନ୍ଦ୍ର କିନ୍ତୁ ୩ ମାସ ପାଇଁ ଅନୁମତି ଦେଇଛି।
The post କେନ୍ଦ୍ର ଓ ରାଜ୍ୟ କଳି ଭିତରେ ଇସ୍ତଫା ଦେବେ ମମତାଙ୍କ ନିକଟତମ ଆଇଏଏସ ! appeared first on Odisha Reporter.
from Odisha Reporter https://ift.tt/3vsfQHf
No comments:
Post a Comment