ସେଲ୍ଫି ପାଇଁ ମାର୍କେଟ ମଝିରେ ପୁସ୍‌ଅପ୍ ମାରିଲେ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 29, 2021

ସେଲ୍ଫି ପାଇଁ ମାର୍କେଟ ମଝିରେ ପୁସ୍‌ଅପ୍ ମାରିଲେ ମହିଳା

ମୁମ୍ବାଇ: ବିଚ୍ ବଜାରରେ ମହିଳା ମାରିଲେ ପୁସ୍‌ଅପ୍। ଗୋଟିଏ କି ଦୁଇଟି ନୁହେଁ ଏକା ଥରକେ ୧୦ଟି। ଶାଢ଼ି ପିନ୍ଧି ମାରି ଚାଲିଲେ ପୁସଅପ୍। ଅଭିନେତାଙ୍କ ସର୍ତ୍ତ ରଖିବାକୁ ଯାଇ ଏଭଳି କଲେ ମହିଳା। ନିଜ ଫିଟ୍‌ନେସ୍‌କୁ ନେଇ ସର୍ବଦା ଚର୍ଚ୍ଚାରେ ରହୁଥିବା ଅଭିନେତା ତଥା ମଡେଲ ମିଲିନ୍ଦ ସୋମନ ଏହି ମହିଳା ଜଣଙ୍କୁ ବଜାର ମଝିରେ ଏଭଳି ପୁସ୍‌ଅପ୍ ମରାଇଛନ୍ତି। ମହିଳାଙ୍କ ପୁସ୍‌ଅପ୍ ମାରିବାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପ୍ରକୃତରେ ଏହି ମହିଳା ଜଣକ ମିଲିନ୍ଦଙ୍କ ଜଣେ ବଡ ପ୍ରଶଂସକ। ମିଲିନ୍ଦଙ୍କୁ ମାର୍କେଟରେ ଦେଖିବା ପରେ ମହିଳା ଜଣକ ତାଙ୍କ ସହ ସେଲ୍ଫି ନେବା ପାଇଁ ଚାହିଁଥିଲେ। ତେବେ ସେଲ୍ଫି ଦେବା ବଦଳରେ ମିଲିନ୍ଦ କିନ୍ତୁ ତାଙ୍କର ଏହି ମହିଳା ଫ୍ୟାନ୍‌ଙ୍କୁ ପୁସ୍‌ଅପ୍ ମାରିବା ପାଇଁ ସର୍ତ୍ତ ରଖିଥିଲେ। ଆଉ ଏହି ସର୍ତ୍ତ ପୂରଣ କରିବାକୁ ଯାଇ ବଜାର ମଝିରେ ଶାଢ଼ି ପିନ୍ଧି ମହିଳା ଜଣକ ପୁସ୍‌ଅପ୍ ମାରିଛନ୍ତି।

ସେଲ୍ଫି ଦେବା ବଦଳରେ ମିଲିନ୍ଦ ଏହି ମହିଳା ଫ୍ୟାନ୍‌ଙ୍କୁ ପୁସ୍‌ଅପ୍ ମାରିବା ପାଇଁ ସର୍ତ୍ତ ରଖିଥିଲେ।

ମହିଳାଙ୍କ ପୁସ୍‌ଅପ୍ ମାରିବାର ଏହି ଭିଡିଓକୁ ମିଲିନ୍ଦ ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ସେଆର କରିଛନ୍ତି। ଏହାକୁ ସେଆର କରି ସେ ଲେଖିଛନ୍ତି, ‘ମୁଁ ରାୟପୁରର ଛୋଟ ମାର୍କେଟକୁ ଯାଇଥିଲିି। ସେଠାରେ ମିଳୁଥିବାର ଖାଦ୍ୟର ମଜା ଉଠାଇଥିଲି। ଏହି ସମୟରେ ଜଣେ ମହିଳା ମୋ ସହ ସେଲ୍ଫି ନେବା ପାଇଁ କହିଥିଲେ। ଏହାର ପ୍ରତିବଦଳରେ ମୁଁ ତାଙ୍କୁ ୧୦ଟି ପୁସ୍‌ଅପ୍ ମାରିବା ପାଇଁ କହିଥିଲି। ମୋ କଥା ଶୁଣି ସେ ରାଜି ହୋଇଯାଇଥିଲେ ଏବଂ ମାର୍କେଟ ମଝିରେ ପୁସ୍‌ଅପ୍ ମାରିଥିଲେ।’ ମିଲିନ୍ଦ ଏହି ଭିଡିଓକୁ ଦେଖି ଅନେକ ୟୁଜର୍ସ ସମର୍ଥନ ଜଣାଇବା ସହ ତାଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି।

ସୂଚନା ମୁତାବକ ନିକଟରେ ମିଲିନ୍ଦ ସୋମନ କରୋନାରେ ଆକ୍ରାନ୍ତ ହୋଇଥିଲେ। ଘରେ ରହି ସୁସ୍ଥ ହେବା ସହ ନିଜ କ୍ୱାରେଣ୍ଟାଇନ ପରିଅଡ ସରିବା ପରେ ମିଲିନ୍ଦ ୫ କିଲୋମିଟର ଦୌଡିଥିଲେ। ଏହାର ଏକ ଭିଡିଓ ଏବଂ ଫଟୋକୁ ମଧ୍ୟ ସେ ସେଆର କରିଥିଲେ।

 

View this post on Instagram

 

A post shared by Milind Usha Soman (@milindrunning)

The post ସେଲ୍ଫି ପାଇଁ ମାର୍କେଟ ମଝିରେ ପୁସ୍‌ଅପ୍ ମାରିଲେ ମହିଳା appeared first on Odisha Reporter.



from Odisha Reporter https://ift.tt/3vxFPwN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages