ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ୁଛି। ପ୍ରତିଦିନ କରୋନା ଆକ୍ରାନ୍ତ ପୂର୍ବଦିନର ରେକର୍ଡ ଭାଙ୍ଗୁଛି। ଏବେ ଦେଶରେ ପ୍ରତିଦିନ ଚାରି ଲକ୍ଷ ଉପରେ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ୪ ହଜାର ଛୁଇଁଛି। ଅନ୍ୟପଟେ ସଂକ୍ରମଣ ବଢ଼ୁଥିବାରୁ ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ ଏବଂ ବେଡର ଘୋର ସଙ୍କଟ ଦେଖାଦେଇଛି। ଯେହେତୁ କରୋନାର ଦ୍ୱିତୀୟ ଲହର ଚାଲିଛି ଏବଂ ଚଳିତ ମାସ ପାଖରୁ କରୋନା ସଂକ୍ରମଣ ପିକ୍ ରହିବ ବୋଲି ଆକଳନ କରାଯାଉଛି ତେଣୁ ଦେଶକୁ ପୁଣି ଥରେ ଲକଡାଉନ୍ କରିପାରନ୍ତି କେନ୍ଦ୍ର ସରକାର।
ବିଗତ ୨୪ ଘଣ୍ଟା ମଧ୍ୟରେ ୩,୯୮୦ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଯାହାକି ସର୍ବକାଳୀନ ରେକର୍ଡ। ପ୍ରତିଦିନ ମୃତ୍ୟୁ ସଂଖ୍ୟା ପୂର୍ବ ଦିନର ରେକର୍ଡ କାଟୁଛି। ଗତକାଲି ଏହି ସଂଖ୍ୟା ୩,୭୮୦ ଥିଲା। ତେଣୁ ଏହି ହାରରେ ଶୁକ୍ରବାର କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ରିପୋର୍ଟ ୪ ହଜାର ୧ ଶହ ଉପରେ ରହିବ। ଏଯାବତ ୨୩,୦୧,୬୮ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି।
ସେହିପରି ବିଗତ ୨୪ ଘଣ୍ଟା ମଧ୍ୟରେ ୪,୧୨,୨୬୧ ଜଣଙ୍କର କରୋନାରେ ସଂକ୍ରମିତ ହୋଇଛନ୍ତି। ଯାହାକି ସର୍ବକାଳୀନ ରେକର୍ଡ। ଏହା ପୂର୍ବରୁ ମେ ମାସ ୧ ତାରିଖରେ କେନ୍ଦ୍ର ସରକାର ଜାରି କରିଥିବା ରିପେୋର୍ଟ ଅନୁଯାୟୀ ୪,୦୧,୯୯୩ ଜଣ କୋଭିଡ୍ ପିଜିଟିଭ ଚିହ୍ନଟ ହୋଇଥିଲେ।
ନିକଟରେ ଆମେରିକାର କୋଭିଡ୍ ମହାମାରୀ ଟିମର ବିଶେଷଜ୍ଞ ଡାକ୍ତର ଆନ୍ଥୋନୀ ଫାଉସି କହିଥିଲେ ଭାରତକୁ କିଛି ସପ୍ତାହ ପାଇଁ ଲକଡାଉନ୍ କରିବାକୁ ହେବ। ଯଦି ଲକଡାଉନ୍ ହେବ ତାହେଲେ କୋଭିଡ ସଂକ୍ରମଣର ଚେନ କାଟିହେବ।
ତେବେ ଗତକାଲି ନୀତି ଆୟୋଗର ସଦସ୍ୟ ତଥା କୋଭିଡ ଟାସ୍କଫୋର୍ସର ଚେୟାରମ୍ୟାନ୍ ଡକ୍ଟର ଭି.କେ ପାଲ, ଏହି ପ୍ରସଙ୍ଗରେ ଉତ୍ତର ରଖିଛନ୍ତି। ସେ କହିଛନ୍ତି ଯେ କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଲକଡାଉନ୍ ସମ୍ବନ୍ଧରେ ନିର୍ଦ୍ଦେଶନାମା ଜାରି କରିସାରିଛନ୍ତି।
#WATCH | Dr VK Paul, NITI Aayog, when asked if nationwide lockdown the only solution to rise in cases, says, "…If anything more is required those options are always being discussed. There's already a guideline to states to impose restrictions to suppress chain of transmission." pic.twitter.com/VBiSXWyTE7
— ANI (@ANI) May 5, 2021
ଭି.କେ ପାଲ କହିଛନ୍ତି, କରୋନା ସଂକ୍ରମଣ ବଢ଼ିଲେ ଅନ୍ୟାନ୍ୟ ପଦକ୍ଷେପ ସହିତ ଲୋକଙ୍କୁ ଏକାଠି ହେବାକୁ ବାରଣ କରାଯାଇଛି। ଏ ନେଇ ଏପ୍ରିଲ ୨୯ରେ ଏକ ଗାଇଡଲାଇନ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ଜାରି କରାଯାଇଛି। ଯେଉଁଥିରେ ରାଜ୍ୟମାନଙ୍କୁ କୁହାଯାଇଥିଲା ଯେ ଆମେ ସଂକ୍ରମଣ ରୋକିବାକୁ ହେବ। ଯେଉଁଠି ୧୦ ପ୍ରତିଶତରୁ ଅଧିକ ସଂକ୍ରମିତ ଚିହ୍ନଟ ହେବେ। ସେହି ସ୍ଥାନରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯିବା ଉଚିତ୍। ହେଲେ ରାଜ୍ୟ ସରକାର ଏ ବାବଦରେ ସମ୍ପୂର୍ଣ୍ଣ ନିଷ୍ପତ୍ତି ନେବେ। କିନ୍ତୁ କୋଭିଡ୍ ସଂକ୍ରମଣକୁ ଦେଖି ସାମାଜିକ, ରାଜନୀତିକ, କ୍ରୀଡା, ଧାର୍ମିକ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଯାଇଛି। ସେହିପରି ସପିଂ କମ୍ପ୍ଲେକ୍ସ, ସିନେମା ହଲ, ରେଷ୍ଟୁରାଣ୍ଟ, ବାର୍, ସ୍ପୋର୍ଟସ୍ କମ୍ପ୍ଲେକ୍ସ, ସୁଇମିଂ ପୁଲ୍, ଧାର୍ମିକ ସ୍ଥାନ ଇତ୍ୟାଦି ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
କେଉଁ କେଉଁ ରାଜ୍ୟରେ କଣ ଲାଗୁ ହୋଇଛି?
ଲକଡାଉନ୍ ଭଳି ନିୟମ ବିଭିନ୍ନ ରାଜ୍ୟରେ ଲାଗୁ ହୋଇ ସାରିଛି। ମହାରାଷ୍ଟ୍ରରେ ଏପ୍ରିଲ ୫ ପାଖରୁ ଲକଡାଉନ୍ ଭଳି ନିୟମ ଜାରି ହୋଇଛି। ଓଡ଼ିଶାରେ ମଧ୍ୟ ମେ ୫ ସକାଳ ପାଖରୁ ଦୁଇ ସପ୍ତାହ ପାଇଁ ଲକଡାଉନ୍ ଲାଗୁ ରହିଛି। ଆନ୍ଧ୍ର ପ୍ରଦେଶରେ ମେ ୫ ପାଖରୁ ଦୁଇ ସପ୍ତାହ ପାଇଁ, କେରଳରେ ମେ ୮ ପାଖରୁ ୧୬ ତାରିଖ ଯାଏ ଲକଡାଉନ୍ ଘୋଷଣା ହୋଇଛି। ସେହିପରି ତେଲେଙ୍ଗାନାରେ କେବଳ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି। ତାମିଲନାଡୁରେ ମଧ୍ୟାହ୍ନ ପରେ ସମସ୍ତ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରଖିବାକୁ କୁହାଯାଉଛି।
କର୍ଣ୍ଣାଟକରେ ମେ ୧୨ ଯାଏ କରୋନା କର୍ଫ୍ୟୁ, ପଶ୍ଚିମବଙ୍ଗରେ ସକାଳ ୭ରୁ ୧୦ ଓ ସଂଧ୍ୟା ୫ରୁ ୭ ଦୋକାନ ଖୋଲିବାକୁ ଅନୁମତି, ଝାଡଖଣ୍ଡରେ ଏପ୍ରିଲ ୨୨ ଯାଏ ଲକଡାଉନ୍, ମଧ୍ୟପ୍ରଦେଶର ବିଭିନ୍ନ ଜିଲ୍ଲାରେ କରୋନା କର୍ଫ୍ୟୁ, ଉତ୍ତର ପ୍ରଦେଶରେ ମେ ୧୦ ଯାଏ କର୍ଫ୍ୟୁ। ବିହାରରେ ୧୧ ଦିନିଆ ଲକଡାଉନ୍, ହରିଆଣାରେ ମେ ୩ରୁ ୧୦ ଲକଡାଉନ୍, ରାଜସ୍ଥାନରେ ଏପ୍ରିଲ ୧୯ରୁ ମେ ୩ ଭରଚୁଆଲ ଲକଡାଉନ୍, ଛତିଶଗଡ଼ରେ ମେ ୧୫ ଯାଏ ଲକଡାଉନ୍, ଜମ୍ମୁ କଶ୍ମୀରରେ ମେ ୧୦ ଯାଏ ୧୪ଟି ଜିଲ୍ଲାରେ କରୋନା କର୍ଫ୍ୟୁ, ସେହିପରି ଉତ୍ତର ପୂର୍ବରେ ଥିବା ପ୍ରାୟ ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଥିବାବେଳେ ମେଘାଳୟ ଇଷ୍ଟଖାସି ହିଲ ଜିଲ୍ଲାରେ ସମ୍ପୂର୍ଣ୍ଣ ଲକଡାଉନ୍ ଲାଗୁ ହୋଇଛି।
The post ସାରା ଦେଶ ଲକଡାଉନ୍ ହେବ କି? ଜବାବ ଦେଲେ ସରକାର appeared first on Odisha Reporter.
from Odisha Reporter https://ift.tt/3epnDj7
No comments:
Post a Comment