କୋଲକାତା: ପଶ୍ଚିମବଙ୍ଗରେ କେନ୍ଦ୍ରମନ୍ତ୍ରୀ ଭି. ମୁରଲୀଧରନଙ୍କ ଗାଡ଼ିକୁ ଆକ୍ରମଣ ହୋଇଛି। ପଶ୍ଚିମ ମେଦିନିପୁର ପଞ୍ଚଖୁଡ଼ି ନିକଟରେ ଆକ୍ରମଣ ଅଭିଯୋଗ। କେନ୍ଦ୍ରମନ୍ତ୍ରୀଙ୍କ କନଭୟ ଉପରକୁ ଶାସକ ଦଳ ଟିଏମସି ସମର୍ଥକ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗାଡ଼ିର କାଚକୁ ବାଡ଼େଇ ଭାଙ୍ଗିବା ସହ ମନ୍ତ୍ରୀଙ୍କ ସହକର୍ମୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବିଧାନସଭା ନିର୍ବାଚନରେ ଟିଏମସି ବିଜୟୀ ହେବା ପରେ ଟିଏମସି ସମର୍ଥକମାନେ ଏବେ ରକ୍ତମୁଖା ହୋଇପଡ଼ିଥିବା ଦେଖିବାକୁ ମିଳିଛି। ଇତି ମଧ୍ୟରେ ୧୨ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ସେମାନଙ୍କ ପରିବାରରେ ଥିବା ମହିଳା ନିର୍ଯାତନାର ଶିକାର ହୋଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଅନ୍ୟପଟେ ଘଟଣାର ଗମ୍ଭୀରତାକୁ ଦେଖି ଗୃହମନ୍ତ୍ରାଳୟ ଏ ନେଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଛି।
କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଚାରିଜଣିଆ ସଦସ୍ୟ ଆଜି ପଶ୍ଚିମବଙ୍ଗରେ ପହଞ୍ଚିଛନ୍ତି। ଏହି ଟିମ୍ ଏବେ ପଶ୍ଚିମବଙ୍ଗରେ ରହିଛି। ହିଂସା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କେନ୍ଦ୍ରୀୟ ଟିମ୍ ପୀଡିତଙ୍କ ପରିବାରକୁ ଭେଟିବ ବୋଲି ଜଣାପଡ଼ିଛି।
ଗୃହ ମନ୍ତ୍ରଣାଳୟର ଅତିରିକ୍ତ ସଚିବଙ୍କ ନେତୃତ୍ୱରେ ଏହି ଟିମ୍ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ସ୍ଥିତି ପରଖି ରିପୋର୍ଟ ଦାଖଲ କରିବ। କୋଲକାତାରେ ପହଞ୍ଚିବା ପରେ ଦଳ ଡିଜି ଏବଂ ଗୃହ ସଚିବଙ୍କ ସହ ଏକ ବୈଠକ କରିବେ ବୋଲି ଜଣାପଡ଼ିଛି। ହେଲେ ବୈଠକ ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି କି ନାହିଁ ଜଣାପଡ଼ିନି।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହିଂସାକୁ ରୋକିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବେ ବୋଲି କହିଛନ୍ତି। ଗତକାଲି ମମତା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାବେଳେ କହିଥିଲେ ତାଙ୍କ ସରକାରର ପ୍ରଥମ କର୍ତ୍ତବ୍ୟ ରାଜ୍ୟରେ କୋଭିଡ ସଂକ୍ରଣକୁ ରୋକିବା ଏବଂ ନିର୍ବାଚନୀ ହିଂସାକୁ ରୋକିବା। ଏ ନେଇ ସେ ନବାନ୍ନରେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଥିଲେ। ଏହାପରେ ମମତା ନିର୍ବାଚନ ବେଳେ ନିର୍ବାଚନ କମିଶନ ଯେଉଁସବୁ ପୁଲିସ ଅଫିସରଙ୍କୁ ବଦଳି କରିଥିଲେ ମମତା ପୁଣିଥରେ ସେହି ପୁଲିସ ଅଫିସରକୁ ନିଜ ନିଜ ସ୍ଥାନକୁ ଫେରାଇ ଆଣିଛନ୍ତି। କିନ୍ତୁ ମମତା ଆରମ୍ଭରୁ ହିଂସାକୁ ରୋକିବାରେ ବିଫଳ ହୋଇଥିବା ଦେଖିବାକୁ ମିଳିଛି। ନିଜ ଦଳର କର୍ମୀ ମାନେ ଏହି ହିଂସାକୁ ଉସକାଉଥିବାରୁ ମମତା ଏବେ ଅଡୁଆରେ ପଡ଼ିଥିବା କୁହାଯାଉଛି।
The post କେନ୍ଦ୍ରମନ୍ତ୍ରୀ ଭି. ମୁରଲୀଧରନଙ୍କ ଗାଡ଼ିକୁ ଆକ୍ରମଣ କଲେ ଟିଏମସି କର୍ମୀ appeared first on Odisha Reporter.
from Odisha Reporter https://ift.tt/3uknqDc
No comments:
Post a Comment