‘ଲଭ୍ ୟୁ ଜିନ୍ଦେଗୀ’ ଗୀତ ଶୁଣି ଝୁମୁଥିବା ଯୁବତୀ ଶେଷରେ ଆଖି ବୁଜିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 13, 2021

‘ଲଭ୍ ୟୁ ଜିନ୍ଦେଗୀ’ ଗୀତ ଶୁଣି ଝୁମୁଥିବା ଯୁବତୀ ଶେଷରେ ଆଖି ବୁଜିଲେ

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ଉଜୁଡା ସ୍ୱାସ୍ଥ୍ୟାବସ୍ଥାକୁ ଉଲଗ୍ନ କରି ଦେଇଛି। ପ୍ରତିଦିନ ଅକ୍ସିଜେନ ଅଭାବ ଏବଂ ହସ୍ପିଟାଲରେ ବେଡର ଅଭାବ କାରଣରୁ ଚିକିତ୍ସା ନପାଇ ଅନେକ ପ୍ରାଣ ହରାଉଛନ୍ତି। ଏହାରି ଭିତରେ ଏକ ଭିଡିଓ ଜଣେ ଡାକ୍ତର ଶେୟାର କରିଥିଲେ ଯେଉଁଥିରେ ଜଣେ କରୋନା ଆକ୍ରାନ୍ତ ୩୦ ବର୍ଷୀୟ ଯୁବତୀଙ୍କୁ ଆଇସିୟୁ ମିଳିନଥିଲା। ହେଲେ ତାଙ୍କୁ ଡାକ୍ତର ପ୍ଲାଜମା ଏବଂ ରେମଡିସିଭିର ଇଞ୍ଜେକସନ ଦେଇ ଚିକିତ୍ସା କରୁଥିଲେ।

ଆଉ ସେହି ଯୁବତୀଙ୍କ ଇଚ୍ଛାଶକ୍ତି ଏତେ ଦୃଢ଼ ଥିଲା ଯେ ତାଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଗୀତ ଲଗାଇବାକୁ କହିଥିଲେ। ଆଉ ଡାକ୍ତର ଜଣଙ୍କ ମଧ୍ୟ ଶାହରୁଖ ଖାନ ଓ ଆଲିଆ ଭଟ୍ଟଙ୍କ ‘ଲଭ୍ ୟୁ ଜିନ୍ଦେଗୀ’ ଫିଲ୍ମର ଗୀତ ଲଗାଇ ଶୁଣାଇଥିଲେ। ଆଉ ଏହି ଗୀତକୁ ଶୁଣି ବେଶ୍ ମଜା ନେଉଥିଲେ ଏହି ୩୦ ବର୍ଷୀୟ ଯୁବତୀ। ତେବେ ରାତିରେ ଡାକ୍ତର ଜଣଙ୍କ ଆଉ ଏକ ଟ୍ୱିଟ୍ କରିଛନ୍ତି ଏହି ଯୁବତୀଙ୍କୁ ନେଇ। ଯାହାକି ସମସ୍ତଙ୍କୁ ଚକିତ କରି ଦେଇଛି। କାରଣ ଯୁବତୀ ଜଣଙ୍କର ପ୍ରାଣ ବାୟୁ ଉଡିଯାଇଛି।

ଡାକ୍ତର ମୋନିକା ଲାଙ୍ଗେ ଏହି ଟ୍ୱିଟ୍ କରିଛନ୍ତି। ଗୁରୁବାର ରାତିରେ ମୋନିକା ଲାଙ୍ଗେ ଟ୍ୱିଟ୍ କରି ଯୁବତୀଙ୍କର ମୃତ୍ୟୁ ହୋଇଥିବା ଖବର ଦେଇଛନ୍ତି। ଏହାପରେ ଟ୍ୱିଟରରେ ଅନେକ ଲୋକ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି।

ମୋନିକା ଲାଙ୍ଗେ ମେ ୮ ରେ ନିଜ ଟ୍ୱିଟରେ କହିଛନ୍ତି ଯେ, ଭିଡିଓରେ ଦେଖାଯାଇଥିବା ଏହି ଯୁବତୀ ଜଣକ ହସ୍ପିଟାଲରେ ଆଇସିୟୁ ବେଡ୍ ପାଇପାରୁ ନାହାଁନ୍ତି। ତେଣୁ ତାଙ୍କୁ ଗତ ୧୦ ଦିନ ଧରି କୋଭିଡ ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ରେମଡେସିଭିର ଏବଂ ପ୍ଲାଜମା ଥେରାପୀ ଦିଆଯାଇଛି। ଏହା ବ୍ୟତୀତ ତାଙ୍କୁ ଏନଆଇଭି ସହାୟତାରେ ରଖାଯାଇଥିଲା। ତେବେ ଯୁବତୀ ଜଣଙ୍କୁ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।

ଡାକ୍ତର ମୋନିକା ଆହୁରି ଲେଖିଛନ୍ତି ଯେ ଏହି ଯୁବୀତଙ୍କର ଦୃଢ଼ ଇଚ୍ଛାଶକ୍ତି ରହିଛି। ସେ ତାଙ୍କୁ କହିଥିଲେ ଗୋଟିଏ ଗୀତ ବଜାଇ ପାରିବେ କି? ଆଉ ସେ ଶାହରୁଖ ଖାନ୍ ଏବଂ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଡିୟର ଜିନ୍ଦେଗି’ର ‘ଲଭ୍ ୟୁ ଜିନ୍ଦେଗୀ’ ଗୀତ ବଜାଇଥିଲେ। ଏହି ଭିଡିଓକୁ ମୋନିକା ଟ୍ୱିଟରରେ ଶେୟାର କରିବା ମାତ୍ରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ୧୦ ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି।

The post ‘ଲଭ୍ ୟୁ ଜିନ୍ଦେଗୀ’ ଗୀତ ଶୁଣି ଝୁମୁଥିବା ଯୁବତୀ ଶେଷରେ ଆଖି ବୁଜିଲେ appeared first on Odisha Reporter.



from Odisha Reporter https://ift.tt/3w9vEPd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages