କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଫେରାର ହୋଇଯାଇଥିଲେ, ଶେଷରେ ଆତ୍ମସର୍ମପଣ କଲେ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 13, 2021

କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଫେରାର ହୋଇଯାଇଥିଲେ, ଶେଷରେ ଆତ୍ମସର୍ମପଣ କଲେ ଯୁବକ

ମୋହନା(ମିହିର ଜତି): ଗତ ୧୧ ତାରିଖରୁ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଫେରାର ଯୁବକ ଶେଷରେ ଥାନାରେ ଆତ୍ମସମର୍ପଣ କରିଛନ୍ତି। କ୍ୱାରେଣ୍ଟାଇନ୍ ସେଣ୍ଟରରେ ସେ ପୁଣି ୧୪ ଦିନ ରହିବେ ବୋଲି କହିଛନ୍ତି ଗଜପତି ଜିଲ୍ଲା ମୋହନା ଅତିରିକ୍ତ ତହସିଲଦାର ।

ସୂଚନାଯୋଗ୍ୟ, ନିଖୋଜ ଅନ୍ତେବାସୀଜଣକ ହେଲେ, ଦମାଦୁଆ ପଂଚାୟତ ଘାସପଦା ଗାଁର  ନରେନ୍ଦ୍ର ବିଶୋଇ । ସେ ଗତ ୯ ତାରିଖରେ ବିଶାଖାପାଟଣାରୁ ଫେରିବା ପରେ ତାଙ୍କୁ ମୋହନା ବ୍ଲକ ଲୁହାଗୁଡିସ୍ଥିତ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା । ତେବେ ତାଙ୍କ ଅବଧି ସରିବା ପୂର୍ବରୁ ଗତ ୧୧ ତାରିଖ ସନ୍ଧ୍ୟାରୁ ଅନ୍ତେବାସୀ ଜଣକ ନିଖୋଜ ହୋଇଯାଇଥିଲେ।

ଖବର ପାଇ ଘଟଣା ସ୍ଥଳରେ ବିଡ଼ିଓ ପହଂଚି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଅନ୍ତେବାସୀ ନିଖୋଜ ନେଇ ମୋହନା ଥାନାରେ ଅଭିଯୋଗ ହୋଇଥିଲା ।  ଏନେଇ ସଂପୃକ୍ତ ଯୁବକଙ୍କ ପରିବାରଲୋକଙ୍କ ସହ ପ୍ରଶାସନିକ ଅଧିକାରୀ ଆଲୋଚନା କରିଥିଲେ। ଏହାପରେ ତାଙ୍କୁ ଖୋଜିବାକୁ ବିଭିନ୍ନ ଜାଗାରେ ଚଢ଼ାଉ କରିବା ପରେ ଗତକାଲି ସନ୍ଧ୍ୟାରେ ସେ ଆତ୍ମସମର୍ପଣ କରିଥିଲେ।

ତେବେ ସେ କେଉଁଠି ଯାଇଥିଲେ ? କାହା ସହ ସାକ୍ଷାତ କରିଛନ୍ତି ସେ ସବୁ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ । କ୍ୱାରେଣ୍ଟାଇନ୍ ସେଣ୍ଟରରେ ସେ ପୁଣି ୧୪ ଦିନ ରହିବେ ବୋଲି ମୋହନା ଅତିରିକ୍ତ ତହସିଲଦାର କହିଛନ୍ତି ।

The post କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଫେରାର ହୋଇଯାଇଥିଲେ, ଶେଷରେ ଆତ୍ମସର୍ମପଣ କଲେ ଯୁବକ appeared first on Odisha Reporter.



from Odisha Reporter https://ift.tt/3bnWXwY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages