ବିବାହ ଭୋଜି ଅଟକାଉଥିଲେ ତହସିଲଦାର, ପିଟିଲେ ଗାଁ ଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 7, 2021

ବିବାହ ଭୋଜି ଅଟକାଉଥିଲେ ତହସିଲଦାର, ପିଟିଲେ ଗାଁ ଲୋକ

ମୋହନା(ଓଡ଼ିଶା ରିପୋର୍ଟର): ବିବାହ ଭୋଜି ଅଟକାଇବାକୁ ଯାଇ ମରଣାନ୍ତକ ଆକ୍ରମଣର ଶିକାର ହେଲେ ତହସିଲଦାର । ଗଜପତି ଜିଲ୍ଲା ଆର ଉଦୟଗିରି ଥାନା ଛେଳିଗଡ ଗାଁ ଖ୍ରିଷ୍ଟିୟାନ ସାହିରେ ଗତ  ଗୁରୁବାର ଏକ ବିବାହ ଭୋଜିରେ ଲୋକ ଏକାଠି ହୋଇଥିବା ଖବର ପାଇ ଘଟଣାସ୍ଥଳକୁ ଯାଇଥିଲେ ଆର. ଉଦୟଗିରି ତହସିଲଦାର ।

ଘଟଣାସ୍ଥଳରେ ସେ ଆୟୋଜକଙ୍କୁ ତାଗିଦ୍ କରିବାରୁ ଶତାଧିକ ଲୋକେ ଉତକ୍ଷିପ୍ତ ହୋଇ ତାଙ୍କ ଗାଡିକୁ ଭଙ୍ଗାରୁଜା କରିବା ସହ ତହସିଲଦାରଙ୍କୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରୁ ତହସିଲଦାର କୌଶଳ କ୍ରମେ ଖସି ଯାଇ ଆର ଉଦୟଗିରି ମେଡିକାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ସହ ସେ ଗୁରୁତର ଥିବା ଜଣାପଡିଛି  । ଖବର ପାଇ ଘଟଣାସ୍ଥଳରେ ADM ପହଞ୍ଚି ଥିବା ବେଳେ ଘଟଣାର ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି  ଏସଡିପିଓ କହିଛନ୍ତି  ।

କିଛି ଦିନ ପୂର୍ବେ ବାଲେଶ୍ୱରରେ ମଧ୍ୟ ସମାନ ଧରଣର ଘଟଣା ଦେଖିବାକୁ ମିଳିଥିଲା। କୋଭିଡ ଗାଇଡଲାଇନ୍‌  ଉଲ୍ଲଘଂନ କରି  ଏକ ବିବାହ ଭୋଜିରେ ଶତାଧିକ ଲୋକ ଯୋଗ ଦେଇଥିବା ବେଳେ ତହସିଲଦାର ଅଟକାଇବାରୁ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ। ଏପରିକି ଗ୍ରାମବାସୀ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୁଲିସ୍‌  ୩ ଜଣଙ୍କୁ ଅଟକାଇ ପରେ ଛାଡ଼ି ଦେଇଥିବା ବେଳେ ଏହାକୁ ନେଇ ତହସିଲଦାର ଓ ପୁଲିସ୍‌ ମୁହାଁମୁହିଁ ହୋଇଥିଲେ। ଆଗକୁ ଆଉ ପୁଲିସ୍‌କୁ ସହଯୋଗ କରିବେ ନାହିଁ ବୋଲି ତହସିଲଦାର ଖୋଲାଖୋଲି କହିଥିବା ବେଳେ ଏହାକୁ ନେଇ ବିବାଦ ଦେଖାଦେଇଥିଲା।

The post ବିବାହ ଭୋଜି ଅଟକାଉଥିଲେ ତହସିଲଦାର, ପିଟିଲେ ଗାଁ ଲୋକ appeared first on Odisha Reporter.



from Odisha Reporter https://ift.tt/2Sw9PKZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages