ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନରେ ବିଜେପି ବିଜୟୀ ହୋଇଛି। ହେଲେ କିଏ ହେବେ ମୁଖ୍ୟମନ୍ତ୍ରୀ ତାହା ସ୍ଥିର ହୋଇନାହିଁ। ତେବେ ଆସାମ ବିଜେପିର ଦୁଇ ପ୍ରମୁଖ ନେତା ସର୍ବାନନ୍ଦ ସୋନୋଓ୍ୱଲ, ହିମନ୍ତ ଶର୍ମାଙ୍କୁ ଦିଲ୍ଲୀ ଡକାଇଛି ଦଳ। ଆଜି ୧୦ଟା ପରେ ଦୁଇ ନେତାଙ୍କୁ ସାମ୍ନାସାମ୍ନୀ କରି ବୈଠକ କରାଯିବ। ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ସଭାପତି ଜେପି ନଡ୍ଡା ଏବଂ ଅନ୍ୟାନ୍ୟ ପ୍ରମୁଖ ନେତା ଉପସ୍ଥିତ ରହିବେ।
ପଶ୍ଚିମବବଙ୍ଗରେ ନିର୍ବାଚନୀ ହିଂସା ନେଇ ଦଳର ଶୀର୍ଷ ନେତା ବ୍ୟସ୍ତ ଥିଲେ ତେଣୁ ବିଳମ୍ୱ ହେଉଛି ବୋଲି ନିକଟରେ ବିଜେପି ସଭାପତି ଜେପି ନଡ୍ଡା କୋଲକାତାରେ କହିଥିଲେ।
ରାଜ୍ୟ ବିଜେପିରେ ସର୍ବାନନ୍ଦ ସୋନୋଓ୍ୱଲ, ହିମନ୍ତ ଶର୍ମା ବଡ଼ ଚେହେରା। ଜଣେ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ଅନ୍ୟ ଜଣ ମୁଖ୍ୟମନ୍ତ୍ରୀ ହେବାକୁ ଯୋଗ୍ୟ। ସେହିପରି ସର୍ବାନନ୍ଦ ସୋନୋଓ୍ୱଲ ଆଦିବାସୀ କମ୍ୟୁନିଟିରୁ ପ୍ରତିନିଧିତ୍ୱ କରୁଥିବା ବେଳେ ହିମନ୍ତ ଶର୍ମା ଉତ୍ତର ପୂର୍ବ ଡେମୋକ୍ରିଟକ ଆଲାଏନ୍ସର ଆବାହକ। ତେଣୁ ଆଗାମୀ ଦିନରେ ଦୁଇ ନେତାଙ୍କ ମଧ୍ୟରେ କ୍ଷମତାକୁ ନେଇ ଯେମିତି ବିବାଦ ନରୁହେ ତାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ବିଜେପି ଦୁଇ ନେତାଙ୍କ ସହିତ ବୈଠକ କରିବାକୁ ଯାଉଛି।
ଗତ ମାର୍ଚ୍ଚ-ଏପ୍ରିଲରେ ରାଜ୍ୟରେ ବିଧାନସଭା ନିର୍ବାଚନ ବେଳେ ବିଜେପି ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିନଥିଲା। ତେଣୁ ଏବେ କିଏ ହେବେ ମୁଖ୍ୟମନ୍ତ୍ରୀ ସେ ନେଇ ଦ୍ୱନ୍ଦ୍ୱ ରହିଛି। ୨୦୧୬ ବିଧାନସଭା ନିର୍ବାଚନ ବେଳେ କିନ୍ତୁ ସର୍ବାନନ୍ଦଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ଚେହେରା କରି ନିର୍ବାଚନ ଲଢ଼ିଥିଲା। ଆଉ ୨୦୧୬ରେ ଆସାମ ବିଧାନସଭା ନିର୍ବାଚନରେ ବିଜେପି ବିଜୟୀ ହେବା ପରେ ସର୍ବାନନ୍ଦ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଚଳିତ ବିଧାନସଭା ନିର୍ବାଚନରେ ୧୨୬ ବିଧାନସଭା ଆସନରୁ ବିଜେପି ୬୦ଟି ଆସନରେ ବିଜୟୀ ହୋଇଥିବା ବେଳେ ସହଯୋଗୀ ଆସାମ ଗଣପରିଷଦ ୯ଟି ଏବଂ ୟୁପିପିଏଲ ୬ଟି ଆସନରେ ବିଜୟୀ ହୋଇଛି।
The post ସର୍ବାନନ୍ଦ ଓ ହିମନ୍ତଙ୍କ ମଧ୍ୟରୁ କିଏ ହେବେ ଆସାମ ମୁଖ୍ୟମନ୍ତ୍ରୀ? appeared first on Odisha Reporter.
from Odisha Reporter https://ift.tt/3f0k4Pr
No comments:
Post a Comment