ସାମ୍ବାଦିକ ତରୁଣ ତେଜପାଲଙ୍କ ଦୋଷମୁକ୍ତ ରାୟକୁ ଚ୍ୟାଲେଞ୍ଜ କଲେ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 25, 2021

ସାମ୍ବାଦିକ ତରୁଣ ତେଜପାଲଙ୍କ ଦୋଷମୁକ୍ତ ରାୟକୁ ଚ୍ୟାଲେଞ୍ଜ କଲେ ସରକାର

ପାଣାଜୀ: ଯୌନ ଉତ୍ପୀଡ଼ନ ମାମଲା ଦୋଷମୁକ୍ତ ହୋଇଥିବା ବରିଷ୍ଠ ସାମ୍ବାଦିକ ତଥା ତେହେଲକା ମ୍ୟାଗାଜିନର ପୂର୍ବତନ ମୁଖ୍ୟ ସମ୍ପାଦକ ତରୁଣ ତେଜପାଲଙ୍କ ଅଡ଼ୁଆ ବଢ଼ିଛି। ତାଙ୍କୁ ଗୋଆର ଗୋଟିଏ କୋର୍ଟ ୨୦୧୩ ମସିହାର ଯୌନ ଉତ୍ପୀଡ଼ନ ମାମଲାରେ ଦୋଷମୁକ୍ତ କରିଥିଲେ ହେଁ ଏହାକୁ ରାଜ୍ୟ ସରକାର ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ମେ’ ୨୧ରେ ମାପୁସାର ଗୋଟିଏ ସେସନ୍ସ କୋର୍ଟ ଦୀର୍ଘ ୮ ବର୍ଷ ତଳର ମାମଲାର ଶୁଣାଣି କରି ତରୁଣଙ୍କୁ କ୍ଲିନଚିଟ୍‌ ଦେଇଥିଲେ।

ଗତକାଲି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଥିଲେ ଯେ ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ସରକାର ଉଦ୍ୟମ କରିବେ। ସାମ୍ବାଦିକ ତରୁଣ ତେଜପାଲଙ୍କୁ ମିଳିଥିବା କ୍ଲିନଚିଟ୍‌ ବିରୋଧରେ ସରକାର ଉପର କୋର୍ଟରେ ଆବେଦନ କରିବେ। ପୀଡ଼ିତା ଜଣଙ୍କ ନ୍ୟାୟ ପାଇବା ଯାଏ ସରକାର ଲଢ଼େଇ କରିବେ ବୋଲି ସେ କହିଥିଲେ। ଏହି ବୟାନର ଗୋଟିଏ ଦିନ ପରେ ଗୋଆ ସରକାର ଆଜି ହାଇକୋର୍ଟରେ ତଳ କୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରିଛନ୍ତି।

୨୦୧୩ରେ ତୁରଣ ତେଜପାଲ ତାଙ୍କର ଜଣେ କନିଷ୍ଠ ସହଯୋଗୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଗୋଆର ଗୋଟିଏ ହୋଟେଲର ଲିଫ୍ଟରେ ସେ ମହିଳା ସହଯୋଗୀଙ୍କୁ ସେକ୍ସୁଆଲ ଆସଲଲ୍ଟ କରିଥିବା ଅଭିଯୋଗ ଆସିବା ପରେ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା।

ଅଭିଯୋଗକୁ ଆଧାର କରି ଗୋଆ ପୁଲିସ୍‌ ତରୁଣଙ୍କ ବିରୋଧରେ ବିଭିନ୍ନ ଦଫାରେ ମାମଲା କରିଥିଲା। ୨୦୧୩ ନଭେମ୍ବରରେ ସେ ଗିରଫ ହୋଇଥିଲେ। କିନ୍ତୁ ୨୦୧୪ ଜୁଲାଇରେ ତାଙ୍କୁ ଜାମିନ ମିଳିଥିଲା। ୨୦୧୭ରେ ଗୋଆ କୋର୍ଟରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା।

ଏସବୁ ଭିତରେ ତାଙ୍କ ବିରୋଧରେ ରୁଜୁ ମାମଲାକୁ ଖାରଜ କରିବାକୁ ସେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ କୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। ଶେଷରେ ସେ ସୁପ୍ରିମକୋର୍ଟ ଯାଇଥିଲେ। ସୁପ୍ରିମକୋର୍ଟ ମଧ୍ୟ ଏଥିରେ ହସ୍ତକ୍ଷେପ କରିବାକୁ ମନା କରିଦେଇଥିଲେ। ୨୦୧୯ ଅଗଷ୍ଟ ୧୯ରେ ସୁପ୍ରିମକୋର୍ଟ ତୁରଣ ତେଜପାଲଙ୍କ ଆବେଦନକୁ ଅଗ୍ରାହ୍ୟ କରିଥିଲେ।
ଗୋଆ କୋର୍ଟ ଦୀର୍ଘ ବର୍ଷ ଧରି ମାମଲାର ଶୁଣାଣି କରିବା ପରେ ଆଜି ରାୟ ପ୍ରକାଶ କରିଛନ୍ତି।

The post ସାମ୍ବାଦିକ ତରୁଣ ତେଜପାଲଙ୍କ ଦୋଷମୁକ୍ତ ରାୟକୁ ଚ୍ୟାଲେଞ୍ଜ କଲେ ସରକାର appeared first on Odisha Reporter.



from Odisha Reporter https://ift.tt/3yGc13i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages