ମୁମ୍ବାଇ: କରୋନା ମହାମାରୀ କାଳରେ ପୁଣି ଆଗେଇ ଆସିଛନ୍ତି ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର। ପୁଣି ଥରେ ବଢ଼ାଇଛନ୍ତି ସେ ସହାୟତାର ହାତ । କରୋନାର ଦ୍ୱିତୀୟ ଲହର ଅନେକ ଲୋକଙ୍କୁ ଅସୁବିଧାରେ ପକାଇଛି । ବେରୋଜଗାର ହୋଇପଡିଛନ୍ତି ଅଧିକାଂଶ ଲୋକ । ଏଭଳି ଅସୁବିଧା ସମୟରେ ଅଭିନେତା ଅକ୍ଷୟ କୁମାର ସହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । ସେ ୩୬୦୦ ଡ୍ୟାନ୍ସରଙ୍କୁ ପ୍ରତି ମାସରେ ମାଗଣା ରାସନ ଯୋଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏନେଇ ବଲିଉଡର ଜଣାଶୁଣା କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ ନିକଟରେ ଏକ ସାକ୍ଷାତକାରରେ ସୂଚନା ଦେଇଛନ୍ତି ।
ଟାଇମ୍ସ ଅଫି ଇଣ୍ଡିଆର ରିପୋର୍ଟ ମୁତାବକ, ଅକ୍ଷୟ କୁମାର ଫିଲ୍ମ ଇଣ୍ଡଷ୍ଟ୍ରିର ୩୬୦୦ ଡ୍ୟାନ୍ସରଙ୍କୁ ପ୍ରତି ମାସରେ ମାଗଣା ରାସନ ଯୋଗାଇବା ପାଇଁ ଦାୟିତ୍ୱ ନେଇଛନ୍ତି । କୋରିଓଗ୍ରାଫର ଗଣେଶ କହିଛନ୍ତି, ଅକ୍ଷୟ ତାଙ୍କର ୫୦ ତମ ଜନ୍ମଦିନରେ ତାଙ୍କୁ କ’ଣ ସାହାଯ୍ୟ କରିପାରିବେ ବୋଲି ପଚାରିଥିଲେ। ଏହା ପରେ ଗଣେଶ ଅକ୍ଷୟଙ୍କୁ ଇଣ୍ଡଷ୍ଟ୍ରିର ୧,୬୦୦ ଜୁନିଅର ଡ୍ୟାନ୍ସର ଏବଂ ୨,୦୦୦ ବ୍ୟାକଗ୍ରଉଣ୍ଡ ଡ୍ୟାନ୍ସରଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ। ଏହାପରେ ଅକ୍ଷୟ ଗଣେଶଙ୍କ ଅନୁରୋଧ ରକ୍ଷା କରିବା ପାଇଁ ଏଭଳି ପଦକ୍ଷେପ ଉଠାଇଛନ୍ତି ବୋଲି ଗଣେଶ କହିଛନ୍ତି ।
ଗଣେଶ ଆହୁରି କହିଛନ୍ତି, ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ପ୍ରୋଟୋକଲକୁ ଦୃଷ୍ଟିରେ ରଖି ଏହି ଅଭିଯାନ ଆରମ୍ଭ ହେବ । ଡ୍ୟାନ୍ସର କିମ୍ବା କୋରିଓଗ୍ରାଫର ପ୍ରତି ମାସରେ ଟଙ୍କା କିମ୍ବା ରାସନ କିଟ୍ ପାଇବେ । ଗଣେଶ କହିଛନ୍ତି ଯେ ‘ମୋ ପତ୍ନୀ ଗଣେଶ ଆଚାର୍ୟ୍ୟ ଫାଉଣ୍ଡେସନ ମାଧ୍ୟମରେ ଏହି କାମ ସହ ଜଡିତ ଅଛନ୍ତି। ସେ ବ୍ୟକ୍ତିଗତ ଭାବେ ପ୍ୟାକିଂ ଏବଂ ବିତରଣର ତଦାରଖ କରୁଛନ୍ତି ।
ତେବେ ଏହା ପ୍ରଥମ ଥର ନୁହେଁ, ଏହାପୂର୍ବରୁ ମଧ୍ୟ ଅକ୍ଷୟ ଲୋକଙ୍କୁ ସାହାଯ୍ୟ କରିଛନ୍ତି । ସେ କରୋନା ରୋଗୀଙ୍କ ପାଇଁ ଅକ୍ସିଜେନ୍ କନସେନଟ୍ରେଟରର ବ୍ୟବସ୍ଥା କରିଥିଲେ । ସେହିପରି କ୍ରିକେଟର ତଥା ରାଜନେତା ଗୌତମ ଗମ୍ଭୀରଙ୍କ ଫାଉଣ୍ଡେସନକୁ ଏକ କୋଟି ଟଙ୍କା ଦାନ କରିଥିଲେ। ଗତ ବର୍ଷ ମଧ୍ୟ କରୋନା କାଳରେ ଅକ୍ଷୟ ପିଏମ କେୟାର ଫଣ୍ଡରେ ୨୫ କୋଟି ଟଙ୍କା ଦାନ କରିଥିଲେ।
The post ୩୬୦୦ ଡ୍ୟାନ୍ସରଙ୍କୁ ରାସନ ଯୋଗାଇବେ ଅକ୍ଷୟ appeared first on Odisha Reporter.
from Odisha Reporter https://ift.tt/3fmD8st
No comments:
Post a Comment