ରାଜ୍ୟରେ କରୋନା ନେଲା ଆଉ ୧୪ ଜୀବନ, ରାୟଗଡ଼ାରୁ ସର୍ବାଧିକ ୪ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 1, 2021

ରାଜ୍ୟରେ କରୋନା ନେଲା ଆଉ ୧୪ ଜୀବନ, ରାୟଗଡ଼ାରୁ ସର୍ବାଧିକ ୪

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବଢୁଛି। ଗତ ୨୪ ଘଣ୍ଟାରେ ୮,୦୧୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୦୬୮ରେ ପହଞ୍ଚିଛି।

୧୪ ମୃତକଙ୍କ ମଧ୍ୟରୁ ରାୟଗଡ଼ାରୁ ସର୍ବାଧିକ ୪ ଜଣଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲ୍ଲାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଭଦ୍ରକ, ବଲାଙ୍ଗିର, ବୌଦ୍ଧ, ଦେବଗଡ଼, ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି।

ଆଉ ୪ ଜଣଙ୍କ ମୃତ୍ୟୁ ସହିତ ରାୟଗଡ଼ା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୪ରେ ପହଞ୍ଚି ଯାଇଛି। କେନ୍ଦୁଝରରେ ଏହି ସଂଖ୍ୟା ୪୪ରେ ପହଞ୍ଚିଥିବା ବେଳେ ଭଦ୍ରକରେ ୨୯, ବଲାଙ୍ଗିରରେ ୫୦, ବୌଦ୍ଧରେ ୧୫, ଦେବଗଡ଼ରେ ୬, ଗଞ୍ଜାମରେ ୨୬୦, ଜଗତସିଂହପୁରରେ ୩୯, ଖୋର୍ଦ୍ଧାରେ ୩୬୩ ଓ ସୁନ୍ଦରଗଡ଼ରେ ୧୯୩ ହୋଇଛି।

ଏଯାବତ୍ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩୬୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏହା ତଳକୁ ରହିଛି ଗଞ୍ଜାମ (୨୬୦), ସୁନ୍ଦରଗଡ଼ (୧୯୩), କଟକ (୧୪୬) ଓ ପୁରୀ ୧୨୬। ସେହିପରି ବାଲେଶ୍ୱର ଜିଲ୍ଲାରେ ୯୮ ଜଣଙ୍କ ଜୀବନ ଗଲାଣି।

The post ରାଜ୍ୟରେ କରୋନା ନେଲା ଆଉ ୧୪ ଜୀବନ, ରାୟଗଡ଼ାରୁ ସର୍ବାଧିକ ୪ appeared first on Odisha Reporter.



from Odisha Reporter https://ift.tt/3xDDdPF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages