ନୂଆଦିଲ୍ଲୀ: ସକାଳ ୮ଟାରୁ ବେଙ୍ଗଲ ସମେତ ତାମିଲନାଡୁ, କେରଳ, ଆସାମ ଓ ପୁଡୁଚେରୀ ବିଧାନସଭା ଆସନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ସମସ୍ତଙ୍କ ନଜର ପଶ୍ଚିମବଙ୍ଗ ଉପରେ ରହିଛି। ଏଠାରେ ମମତା ବାନାର୍ଜୀ ତୃତୀୟ ଥର ପାଇଁ କ୍ଷମତା ଦଖଲ କରିବେ ନା ବିଜେପି ସରକାର ଗଠନ କରିବ, ତା’କୁ ସମସ୍ତେ ଅପେକ୍ଷା କରିଛନ୍ତି। ସକାଳ ୮ଟାରୁ ଇଭିଏମ ଖୋଲିବା ସହ ବହୁ ହେଭିୱେଟଙ୍କ ଭାଗ୍ୟ ମଧ୍ୟ ବଦଳିବା ଆରମ୍ଭ ହୋଇଛି।
ବର୍ତ୍ତମାନ ସୁଦ୍ଧା କେଉଁ ହେଭିୱେଟ ଆଗରେ ଓ କିଏ ପଛରେ ଅଛନ୍ତି ଆସନ୍ତୁ ଜାଣିବା-
ନନ୍ଦିଗ୍ରାମରେ ମମତା ବାନାର୍ଜୀ ଆଗରେ ଥିବା ବେଳେ ବିଜେପିର ଶୁଭେନ୍ଦୁ ଅଧିକାରୀ ପଛରେ ରହିଛନ୍ତି। କିଛି ସମୟ ପୂର୍ବରୁ ମମତାଙ୍କ ଠାରୁ ଶୁଭେନ୍ଦୁ ଅଧିକାରୀ ଆଗରେ ଥିଲେ। ସେହିପରି ଛୁନଛୁରା ଆସନରେ ବିଜେପି ସାଂସଦ ଲକେଟ ଚାଟାର୍ଜୀ, କ୍ରିଷ୍ଣନଗର ଉତ୍ତରରେ ବିଜେପିର ମୁକୁଲ ରୟ, ଟୋଲିଗଞ୍ଜରେ ବାବୁଲ ସୁପ୍ରିଓ ଓ ରାଜରହାଟ ଗୋପାଳପୁରରୁ ଟିଏମସିର ଆଦିତି ମୁନଶୀ ଆଗରେ ରହିଛନ୍ତି।
ଟିଏମସିର ବାରାକପୁର ପ୍ରାର୍ଥୀ ରାଜ ଚକ୍ରବର୍ତ୍ତୀ ପଛରେ ରହିଛନ୍ତି। ସୋନାପୁର ଦକ୍ଷିଣରେ ବିଜେପିର ଅଞ୍ଜନା ବସୁ, ରାଇଦିଘିରେ ସିପିଏମର କାନ୍ତି ଗାଙ୍ଗୁଲି, ଯାଦବପୁରରୁ ସିପିଏମର ସୁଜନ ଚକ୍ରବର୍ତ୍ତୀ, ବେହେଲା ପଶ୍ଚିମରୁ ବିଜେପିର ସରବନ୍ତୀ ଚାଟାର୍ଜୀ ଓ ମନିକୋଟଲା ଆସନରେ ବିଜେପିର କଲ୍ୟାଣ ଚୌବେ ପଛରେ ରହିଛନ୍ତି।
The post କେଉଁ ହେଭିୱେଟ ଆଗରେ ଓ କିଏ ପଛରେ appeared first on Odisha Reporter.
from Odisha Reporter https://ift.tt/3eaMnvm
No comments:
Post a Comment