ନୂଆଦିଲ୍ଲୀ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ତଥା ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଅନୁଷ୍କା ଶେଟ୍ଟୀ। ତାଙ୍କ ଲୋକପ୍ରିୟତା କେବଳ ଦକ୍ଷିଣ ଭାରତ ମଧ୍ୟରେ ସୀମିତ ନୁହେଁ। ବାହୁବଳୀ ଫିଲ୍ମ ପରେ ତାଙ୍କର ପ୍ରସିଦ୍ଧି ଆହୁରି ବ୍ୟାପୀ ଯାଇଛି। ତେବେ ଏବେ ଅନୁଷ୍କା ଏକ ଭିନ୍ନ କାରଣରୁ ଚର୍ଚ୍ଚାରେ ରହିଛନ୍ତି।
ସର୍ବଦା ଫିଟନେସକୁ ଗୁରୁତ୍ୱ ଦେଉଥିବା ଅନୁଷ୍କାଙ୍କର ଏମିତି ଏକ ଫଟୋ ସାମ୍ନାକୁ ଆସିଛି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଫଟୋଟି ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋରେ ସେ ମୋଟୀ ଜଣାପଡ଼ୁଛନ୍ତି। ତାଙ୍କ ଗାଲ ପୂରା ଫୁଲକା ଫୁଲକା ଦେଖାଯାଉଛି। ତଥାପି ବିନା ମେକଅପରେ ସେ ବେଶ ସୁନ୍ଦର ଦେଖାଯାଉଛନ୍ତି।
ଫଟୋଟିକୁ ଦେଖିବା ପରେ କେହି କେହି କହୁଛନ୍ତି ଏହା ଲକଡାଉନର ପ୍ରଭାବ। ଲକଡାଉନ ଯୋଗୁ ଗତବର୍ଷ ଫିଲ୍ମ ଶୁଟିଂ ବନ୍ଦ ରହିଲା। ତେଣୁ କଳାକାରମାନେ ଘରେ ରହିଲେ ଓ ଫିଟନେସ କଥା ଭୁଲି ଗଲେ। ଏମିତି କିଛି ଅନୁଷ୍କାଙ୍କ ସହିତ ଘଟିଥିବା କେହି କେହି କହୁଛନ୍ତି।
ସୂଚନା ଅନୁଯାୟୀ, ଅନୁଷ୍କାଙ୍କର ଏହି ଫଟୋଟି ଏବର ନୁହେଁ। ଏହା ଗତ ବର୍ଷ ଡିସେମ୍ୱର ମାସର ଯେତେବେଳେ ସେ ହରିଦ୍ୱାର ଯାଇଥିଲେ। ସେ ତାଙ୍କର କିଛି ସାଙ୍ଗମାନଙ୍କ ସହିତ ମିଶି ସେଠାକୁ ଯାଇଥିଲେ। ଏବେ ଅନୁଷ୍କା ତାଙ୍କ ପରିବାର ସହ ବେଙ୍ଗାଲୁରୁରେ ଅଛନ୍ତି।
ଶେଷଥର ପାଇଁ ଅନୁଷ୍କାଙ୍କୁ ଫିଲ୍ମ ‘ନିଶବ୍ଦମ’ରେ ଦେଖିବାକୁ ମିଳିଥିଲା। ଏଥିରେ ତାଙ୍କ ସହିତ ଆର ମାଧବନ ଓ ଶାଲିନୀ ପାଣ୍ଡେ ଅଭିନୟ କରିଥିଲେ। କରୋନା ଯୋଗୁ ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିଲା।
#AnushkaShetty‘s Lockdown pics goes Viral. pic.twitter.com/r6SF65fHx5
— @Yeruvaka99 – Bujji (@Yeruvaka99) May 13, 2021
The post ଅନୁଷ୍କାଙ୍କ ଫଟୋ ଭାଇରାଲ appeared first on Odisha Reporter.
from Odisha Reporter https://ift.tt/3ooe2fQ
No comments:
Post a Comment