ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ରାଜ୍ୟରେ ପ୍ଲାଟୋ ଷ୍ଟେଜରେ ଅଛି ସଂକ୍ରମଣ ସ୍ଥିତି । ଦୈନିକ ଦଶରୁ ବାର ହଜାର ପଜିଟିଭ ଚିହ୍ନଟ ହେଉଛନ୍ତି । ଯେତିକି ଟେଷ୍ଟ ହେଉଛି, ପଜିଟିଭ ରେଟ ତାହାର ୨୦ ପ୍ରତିଶତ ରହୁଛି। ଆସନ୍ତା ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଏପରି ସ୍ଥିତି ଲାଗି ରହିବ । ମେ‘ ଶେଷ ଅବା ଜୁନ ମାସ ପ୍ରଥମରୁ ସଂକ୍ରମଣ ଧିରେ ଧିରେ କମିବ। ମେ ୩୧ ପରେ ସଂକ୍ରମଣ ସଂଖ୍ୟା ୧୦ ହଜାର ତଳକୁ ଆସିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର କହିଛନ୍ତି । ତେଣୁ ଅନ୍ତତଃପକ୍ଷେ ଆଉ ଗୋଟିଏ ସପ୍ତାହ ଲକଡାଉନ୍ ହେବା ଉଚିତ ବୋଲି କହିଛନ୍ତି ଡ. ମିଶ୍ର।
ଡ. ମିଶ୍ରଙ୍କ କହିବାନୁଯାୟୀ, ଏବେ ୨୦ ପ୍ରତିଶତ ରହିଛି ପଜିଟିଭ ରେଟ । ତେଣୁ ଟେଷ୍ଟ କମ କିମ୍ବା ବେଶି କଲେ ମଧ୍ୟ ସେହି ହାରରେ ପଜିଟିଭ ସଂଖ୍ୟା ରହୁଛି । ଏପରି ସ୍ଥିତି ଆଉ ଗୋଟେ ସପ୍ତାହ ଲାଗିରହିବ। ଏହାପରେ କମିବ ସଂକ୍ରମିତଙ୍କ ସଂଖ୍ୟା।
ଅପରପକ୍ଷେ, ମେ ଶେଷ କିମ୍ବା ଜୁନ୍ ଆରମ୍ଭ ସୁଦ୍ଧା ସଂଖ୍ୟା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ତଳକୁ ଖସିବ । ଜୁନ୍ ମାସରେ ଆଶ୍ୱସ୍ତି ମିଳିବ। ଜୁନ୍ ମଝି ବେଳକୁ ସଂକ୍ରମିତଙ୍କ ସଂଖ୍ୟା ଅପେକ୍ଷାକୃତ କମିଯାଇଥିବ ବୋଲି କହିଛନ୍ତି ଡ. ମିଶ୍ର।
ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧,୭୩୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୧୦ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୮୭୦ ଓ ଅନୁଗୋଳ ଜିଲ୍ଲାରୁ ୭୦୦ ଜଣ ଅଛନ୍ତି।
The post ‘ଏବେ ପ୍ଲାଟୋ ଷ୍ଟେଜରେ କରୋନା; ଆହୁରି ସପ୍ତାହେ ରହିବ ସମାନ ସ୍ଥିତି’ appeared first on Odisha Reporter.
from Odisha Reporter https://ift.tt/3eSiCQl
No comments:
Post a Comment