ସଂପତ୍ତି ପାଇଁ ବଡ଼ ଭାଇକୁ ହତ୍ୟା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 10, 2021

ସଂପତ୍ତି ପାଇଁ ବଡ଼ ଭାଇକୁ ହତ୍ୟା!

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ସଂପତ୍ତି ପାଇଁ ଜଣେ ବ୍ୟକ୍ତି ତାଙ୍କ ବଡ଼ ଭାଇଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାଟି ବଲାଙ୍ଗିର ଜିଲ୍ଲା କୁସମେଲ ଗାଁର।

ମୃତ ବ୍ୟକ୍ତିଙ୍କ ନାଁ ଚନ୍ଦ୍ରଶେଖର କରଚେଲ। ତାଙ୍କ ସାନ ଭାଇ ତଥା ଅଭିଯୁକ୍ତଙ୍କ ନାଁ ନୀରଜ କରଚେଲ।

ଚନ୍ଦ୍ରଶେଖରଙ୍କ ମୃତଦେହ ଆଜି ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଭାଲୁଡୁଙ୍ଗୁରୀ ଗାଁ ନିକଟସ୍ଥ ପାହାଡ଼ ପାଖରୁ ମିଳିଥିଲା। ମୃତଦେହଟିକୁ ଦେଖି ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ବଲାଙ୍ଗୀର ଏସ୍‌ଡିପିଓ ତୋଫାନ ବାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ତଦନ୍ତ ବେଳେ ଶବଟି ଚନ୍ଦ୍ରଶେଖରଙ୍କର ବୋଲି ଜଣାପଡ଼ିଥିଲା। ପୁଲିସ୍ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲକୁ ପଠାଇ ଦେଇଛି।

ମେ’ ୫ ତାରିଖରୁ ଚନ୍ଦ୍ରଶେଖର ନିଖୋଜ ଥିଲେ। ନୀରଜଙ୍କ ସହିତ ତାଙ୍କର ସଂପତ୍ତି ଭାଗବଣ୍ଟାକୁ ନେଇ ଝଗଡ଼ା ଲାଗି ରହିଥିଲା। ତେଣୁ ନୀରଜ ତାଙ୍କୁ ହତ୍ୟା କରି ପାହାଡ଼ ନିକଟରେ ଫିଙ୍ଗି ଦେଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ନୀରଜ କରଚେଲଙ୍କୁ ସଦର ଥାନା ପୁଲିସ୍ ଅଟକ ରଖି ପଚରାଉଚରା କରୁଛି।

The post ସଂପତ୍ତି ପାଇଁ ବଡ଼ ଭାଇକୁ ହତ୍ୟା! appeared first on Odisha Reporter.



from Odisha Reporter https://ift.tt/2RGDC36

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages