ମମତାଙ୍କୁ ହରାଇଥିବା ଶୁଭେନ୍ଦୁଙ୍କୁ ବିଜେପି ଦେଲା ଗୁରୁ ଦାୟିତ୍ୱ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 10, 2021

ମମତାଙ୍କୁ ହରାଇଥିବା ଶୁଭେନ୍ଦୁଙ୍କୁ ବିଜେପି ଦେଲା ଗୁରୁ ଦାୟିତ୍ୱ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ନନ୍ଦିଗ୍ରାମ ଆସନରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପରାସ୍ତ କରିଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ଗୁରୁ ଦାୟିତ୍ୱ ଦେଇଛି ବିଜେପି। ବିଧାନସଭାରେ ଶାସକ ଦଳକୁ କଡ଼ା ଜବାବ ଦେବା ପାଇଁ ବିଜେପି ଶୁଭେନ୍ଦୁଙ୍କୁ ବିରୋଧୀ ଦଳ ନେତା କରିଛି। ପୂର୍ବରୁ ଏହି ପଦ ପାଇଁ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟତୀତ ରାଜ୍ୟ ବିଜେପି ସଭାପତି ଦିଲୀପ ଘୋଷ ଏବଂ ମୁକୁଲ ରୟଙ୍କ ନାମ ଚର୍ଚ୍ଚା ହେଉଥିଲା।

ବିରୋଧୀ ଦଳ ପଦବୀକୁ ନେଇ ଶୁଭେନ୍ଦୁ ଅଧିକାରୀ ଏବଂ ମୁକୁଲ ରୟଙ୍କ ଗୋଷ୍ଠୀ ମଧ୍ୟରେ ଭିତିରିଆ କନ୍ଦଳ ଆରମ୍ଭ ହୋଇଥିଲା ବୋଲି ବି ଚର୍ଚ୍ଚା ହେଉଛି। ଏମିତିକି ମୁକୁଲ ରୟ ଟିଏମସି କ୍ୟାମ୍ପକୁ ଫେରିଯିବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ରୟ ଏହାକୁ ଖଣ୍ଡନ କରିଛନ୍ତି। ତେଣୁ ଦଳରେ ସୃଷ୍ଟି ହୋଇଥିବା ଫାଟ ଯେମିତି ଆଉ ବଡ଼ ନହୁଏ, ସେଥିପ୍ରତି କେନ୍ଦ୍ରୀୟ ବିଜେପି ପର୍ଯ୍ୟବେକ୍ଷକ ଭାବରେ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏବଂ ଦଳର ଜାତୀୟ ସାଧାରଣ ସମ୍ପାଦକ ଭୁପେନ୍ଦ୍ର ଯାଦବଙ୍କୁ ନିଯୁକ୍ତ କରିଥିଲା। ଆଜି ଦଳର ବିଧାୟକଙ୍କ ସହିତ ରବିଶଙ୍କର ପ୍ରସାଦ ଆଲୋଚନା କରିବା ପରେ ଶୁଭେନ୍ଦୁ ଅଧିକାରୀଙ୍କ ନାମ ବିରୋଧୀ ଦଳ ନେତା ଭାବେ ଘୋଷଣା କରିଛନ୍ତି।

ଶୁଭେନ୍ଦୁ ଅଧିକାରୀ ନନ୍ଦୀଗ୍ରାମ ଆସନରୁ ୧୯୫୬ ଭୋଟରେ ମମତା ବାନାର୍ଜୀଙ୍କୁ ପରାସ୍ତ କରିଛନ୍ତି। ନିର୍ବାଚନରେ ​​ଶୁଭେନ୍ଦୁ ଅଧିକାରୀ ମୋଟ୍ ୧,୦୯,୬୭୩ ଭୋଟ୍ ପାଇଥିବାବେଳେ ମମତା ବାନାର୍ଜୀ ୧,୦୭,୯୩୭ ଭୋଟ୍ ପାଇଛନ୍ତି।

ପଶ୍ଚିମବଙ୍ଗ ବିଧାନସଭାର ୨୯୪ଟି ଆସନ ମଧ୍ୟରୁ ୮ଟି ପର୍ଯ୍ୟାୟରେ ୨୯୨ଟି ଆସନ ପାଇଁ ମତଦାନ ହୋଇଥିଲା। ବିଜେପି  ୭୭ଟି ଆସନରେ ବିଜୟୀ ହୋଇଛି। ଗତ ବିଧାନସଭା ନିର୍ବାଚନରେ ​ଦଳ ମାତ୍ର ୩ଟି ଆସନ ଜିତିଥିଲେ। ସେହିପରି ଟିଏମସି ୨୧୩ଟି ଆସନରେ ଜିତିଛି। ଏଥି ସହିତ ବାମପନ୍ଥୀ ଏବଂ ଅନ୍ୟମାନେ ୧-୧ ସିଟ୍ ପାଇଛନ୍ତି।

The post ମମତାଙ୍କୁ ହରାଇଥିବା ଶୁଭେନ୍ଦୁଙ୍କୁ ବିଜେପି ଦେଲା ଗୁରୁ ଦାୟିତ୍ୱ appeared first on Odisha Reporter.



from Odisha Reporter https://ift.tt/3uyEqWo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages