ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ଏନକାଉଣ୍ଟରରେ ୩ ଆତଙ୍କୀ ନିହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 11, 2021

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ଏନକାଉଣ୍ଟରରେ ୩ ଆତଙ୍କୀ ନିହତ

ଜମ୍ମୁ ଓ କଶ୍ମୀର: ଜମ୍ମୁ ଓ କଶ୍ମୀରର ଅନନ୍ତନାଗର କୋକେରନାଗ ଅଞ୍ଚଳର ବେଲୁରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପ୍ରବଳ ଗୁଳିବିନିମୟ ହୋଇଛି। ଯେଉଁଥିରେ ଭାରତୀୟ ସୁରକ୍ଷାକର୍ମୀ ୩ ଆତଙ୍କୀଙ୍କୁ ନିହତ କରିଛନ୍ତି । ଏ ନେଇ କଶ୍ମୀରର ଆଇଜିପି ଏଏନଆଇକୁ ସୂଚନା ଦେଇ କହିଛନ୍ତି, ଏନକାଉଣ୍ଟର ଚାଲିଥିବା ବେଳେ ଲସ୍କରର ତିନି ଆତଙ୍କୀ ଫସି ରହିଥିଲେ। ହେଲେ ପରେ ଏହି ତିନି ଆତଙ୍କୀକୁ ମାରି ଦିଆଯାଇଛି ।

ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ ଲଗାତର ଆତଙ୍କବାଦୀ ସଫା କରିବାରେ ଲାଗିଛନ୍ତି। ରବିବାର ପୁଲିସ୍ ଓ ସୁରକ୍ଷାକର୍ମୀ ମିଳିତ ଭାବେ ଏଲଓସି ନିକଟରେ ଥିବା ପୁଞ୍ଛଠାରେ ଆତଙ୍କବାଦୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ କରିଥିଲେ। ଏଠାରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା। ଏହାସହ ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ ବଡ଼ ଆତଙ୍କବାଦୀ ଆକ୍ରମଣକୁ ପଣ୍ଡ କରିଥିଲେ। ଏହାସହ ପୁଞ୍ଛରେ ସୁରକ୍ଷାକର୍ମୀ ଏକ ଆତଙ୍କବାଦୀ ଆଡ୍ଡା ଉପରେ ସୁରକ୍ଷାକର୍ମୀ ୧୯ ହ୍ୟାଣ୍ଡ୍ ଗ୍ରେନେଡ୍ ଜବତ କରିଥିଲେ।

ଏହା ପୂର୍ବରୁ ଗତ ମାସରେ ଶୋପିଆ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ହିଜବୁଲ୍ ମୁଜାହିଦ୍ଦିନର ଦୁଇ ଆତଙ୍କୀ ସଫା ହୋଇଥିଲେ। ଏ ନେଇ ଜଣେ ପୁଲିସ ଅଧିକାରୀ କହିଥିଲେ, ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କିତ ଖବର ପାଇ ସୁରକ୍ଷାକର୍ମୀ ଜିଲ୍ଲାର ଜିପୋରା ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଓ ଘେରାବନ୍ଦୀ ଅଭିଯାନ କରିଥିଲେ। ସେ କହିଛନ୍ତି, ଆତଙ୍କବାଦୀ ଆମ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ବର୍ଷା କରିଥିଲେ। ଆମ ଯବାନମାନେ ମଧ୍ୟ ଏହାର ଉଚିତ୍ ଜବାବ ଦେଇଥିଲେ। ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ।

The post ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ଏନକାଉଣ୍ଟରରେ ୩ ଆତଙ୍କୀ ନିହତ appeared first on Odisha Reporter.



from Odisha Reporter https://ift.tt/3f9FqtB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages