ବଲାଙ୍ଗିର/ଅନୁଗୋଳ (ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇଛି। ବର୍ଷା ସହିତ ପବନ ହୋଇଛି ଓ ବିଜୁଳି ବି ମାରିଛି। ଆଉ ବିଜୁଳି ମାଡ଼ରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ୨ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।
ବଲାଙ୍ଗୀର ଜିଲ୍ଲା ସଦର ଥାନା ବରକାନୀ ଗାଁରେ ଦୁଇ ଜଣ ମହିଳା ଗାଧୋଇବା ପାଇଁ ପୋଖରୀକୁ ଯାଇଥିବା ବେଳେ ଝଡ଼ତୋଫାନ ସହିତ ବିଜୁଳି ମାରିଥିଲା। ଆଉ ବଜ୍ରାଘାତରେ ଜଣଙ୍କ ମୃତ୍ୟୁ ଘଟିଥିଲା।
ମୃତ ମହିଳାଙ୍କ ନାଁ ପାଣିବୁଡ଼ି ମେଶ୍ୱା। ତାଙ୍କୁ ୬୫ ବର୍ଷ ହୋଇଥିଲା। ଅନ୍ୟ ଜଣେ ମହିଳା ହେଲେ ଭୂମିସୁତା ମେଶ୍ୱା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବଲାଙ୍ଗୀର ସ୍ଥିତ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଦୁଇ ମହିଳା ସଂପର୍କରେ ଦୁଇ ଯାଆ ଥିଲେ। ପାଣିବୁଡ଼ିଙ୍କ ମୃତଦେହକୁ ବଲାଙ୍ଗୀର ସଦର ପୁଲିସ୍ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ସେହିଭଳି ଜିଲ୍ଲାର ଡଙ୍ଗିଆବାହାଲ ଗାଁରେ ବଜ୍ରାଘାତରେ କେନ୍ଦୁପତ୍ର ଫଡ଼ିଘର ପୂରା ଜଳି ଯାଇଛି। ଏହା ସହିତ ସେଥିରେ ଥିବା ସବୁ କେନ୍ଦୁ ପତ୍ର ପୋଡ଼ି ଯାଇଛି।
ଅନ୍ୟପକ୍ଷରେ ଅନୁଗୋଳ ଜିଲ୍ଲା ଆଠମଲ୍ଲିକରେ ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି।
The post ବଜ୍ରାଘାତରେ ୨ ମୃତ, ୨ ଗୁରୁତର appeared first on Odisha Reporter.
from Odisha Reporter https://ift.tt/2RdAZWC
No comments:
Post a Comment