ନୂଆଦିଲ୍ଲୀ: କେନ୍ଦ୍ର ସରକାର ଯେଉଁ ନିୟମ କରିଛନ୍ତି ତାକୁ ଆମେ ମାନିବାକୁ ରାଜି ଅଛୁ। ଡିଜିଟାଲ କଣ୍ଟେଣ୍ଟକୁ ନେଇ ସରକାର କରିଥିବା ନିୟମ ଠିକ୍ ଅଛି କିନ୍ତୁ ଆମେ ଏ ବାବଦରେ ସରକାରଙ୍କ ସହ ପୁଙ୍ଖାନୁପୁଙ୍ଖ ଭାବରେ ଅଧିକ ଆଲୋଚନା କରିବାକୁ ଚାହୁଁଛୁ। ସୋଶାଲ ମିଡିଆ କମ୍ପାନୀ ଗୁଡ଼ିକୁ କେନ୍ଦ୍ର ସରକାର ଦେଇଥିବା ନିର୍ଦ୍ଦେଶକୁ ନେଇ ଫେସବୁକ ଆଜି ଏଭଳି କହିଛି।
ଫେବୃଆରୀରେ କିଛି ନିୟମ ପାଳନ କରିବାକୁ ସୋଶାଲ ମିଡିଆ କମ୍ପାନୀ ଗୁଡ଼ିକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଏହି କମ୍ପାନୀ ଗୁଡ଼ିକୁ ସରକାର ତିନି ମାସର ସମୟ ଦେଇଥିଲେ। ଯାହାର ଅବଧି ମେ ୨୬ ରେ ଶେଷ ହେବାକୁ ଯାଉଛି। ଏହା ପୂର୍ବରୁ ଫେସବୁକ ଆଜି ସ୍ପଷ୍ଟଟିକରଣ ରଖିବାକୁ ଯାଇ କହିଛି ସେମାନେ ଭାରତ ସରକାରଙ୍କ ନିୟମ ମାନିବାକୁ ରାଜି।
ଫେସବୁକର ମୁଖପାତ୍ର ପୁରସୁଆନ୍ତ କହିଛନ୍ତି, ଆମେ କେନ୍ଦ୍ରର ନୂଆ ନିୟମ ପାଳନ କରିବାକୁ ରାଜି। ଏଥିପାଇଁ କାମ ମଧ୍ୟ ଆରମ୍ଭ କରି ଦେଇଛୁ। ଫେସବୁକରେ ସମସ୍ତେ କିଭଳି ସୁରକ୍ଷିତ, ସ୍ୱାଧୀନ ଭାବରେ ନିଜର ମତ ରଖିପାରିବେ ଏବଂ କାହାର ଭାବନକା ଆଘାତ ନହେବ ସେ ନେଇ ଫେସବୁକ ଦୃଢ଼ ପ୍ରତିଶ୍ରୁତିବଦ୍ଧ।
କିନ୍ତୁ ଟ୍ୱିଟର, ଫେସବୁକ ଏବଂ ଇନଷ୍ଟାଗ୍ରାମ ନୂଆ ନିୟମ ମାନିବେ ବୋଲି କୌଣସି ଜବାବ ରଖିଥିବା ନେଇ ସରକାର ସ୍ପଷ୍ଟ କରିନାହାନ୍ତି। କେନ୍ଦ୍ରର ଏହି ନିୟମ ଓଟିଟି ପ୍ଲାଟଫର୍ମ ପାଇଁ ମଧ୍ୟ ରହିଛି। ଯଦି ଓଟିଟି କମ୍ପାନୀ କେନ୍ଦ୍ରର ନିୟମ ନମାନିବେ ତାହେଲେ ତାଙ୍କୁ ବ୍ୟାନ କରିପାରନ୍ତି ସରକାର। ଆବଶ୍ୟକ ପଡ଼ିଲେ ଅପରାଧିକ ମାମଲା ରୁଜୁ କରିପାରନ୍ତି।
ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଫେସବୁକ, ଟ୍ୱିଟର ଭଳି ଅନ୍ତର୍ଜାତୀୟ ମିଡିଆ କମ୍ପାନୀ ଓ ଓଟିଟି ପ୍ଲାଟଫର୍ମକୁ କହିଛନ୍ତି ସେମାନେ ଭାରତରେ ବ୍ୟବସାୟ କରନ୍ତୁ ଏହା କେନ୍ଦ୍ରର ଉଦ୍ଦେଶ୍ୟ। ଡିଜିଟାଲ କଣ୍ଟେଣ୍ଟକୁ ନିୟନ୍ତ୍ରଣ କରିବା ପାଇଁ କମ୍ପ୍ଲେନ୍ସ ଅଫିସର, ନୋଡାଲ ଅଫିସର ଇତ୍ୟାଦି ନିଯୁକ୍ତ କରିବାକୁ କୁହିଛନ୍ତି। ଏହି ସମସ୍ତ ଅଧିକାରୀ ଭାରତୀୟ ହୋଇଥିବେ ବୋଲି ସରକାର କହିଥିଲେ। ପ୍ରତି ମାସ କିମ୍ୱା ସପ୍ତାହରେ ସରକାର ଯଦି କିଛି ରିପୋର୍ଟ ମାଗିବେ ସେ ବାବଦରେ କମ୍ପାନୀ ଆବଶ୍ୟକ ତଥ୍ୟ ସରକାରଙ୍କୁ ଯୋଗାଇ ଦେବା ଦରକାର ବୋଲି ସରକାରଙ୍କ ତରଫରୁ କୁହାଯାଇଥିଲା।
The post କେନ୍ଦ୍ରର ଡିଜିଟାଲ କଣ୍ଟେଣ୍ଟ ନିୟମ ମାନିବାକୁ ରାଜି: ଫେସବୁକ appeared first on Odisha Reporter.
from Odisha Reporter https://ift.tt/3fJxBev
No comments:
Post a Comment