ପତଞ୍ଜଳୀ ଡାଏରୀ ପ୍ରଡକ୍ଟର ମୁଖ୍ୟଙ୍କ କରୋନାରେ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 24, 2021

ପତଞ୍ଜଳୀ ଡାଏରୀ ପ୍ରଡକ୍ଟର ମୁଖ୍ୟଙ୍କ କରୋନାରେ ମୃତ୍ୟୁ

ନୂଆଦିଲ୍ଲୀ: ପତଞ୍ଜଳୀର ବରିଷ୍ଠ ଅଧିକାରୀ ସୁନୀଲ ବଂଶଲଙ୍କର କରୋନାରେ ମୃତ୍ୟୁ ଘଟିଛି। ରାଜସ୍ଥାନର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସୁନୀଲଙ୍କର ମୃତ୍ୟୁ ଘଟିଛି। କରୋନା ଔଷଧ ବା ଚିକିତ୍ସାକୁ ନେଇ ପତଞ୍ଜଳୀର ମୁଖ୍ୟ ବାବା ରାମଦେବ ଏବଂ ଏଲୋପାଥି ଚିକିତ୍ସା ମଧ୍ୟରେ ବିବାଦ ଜାରି ରହିଛି। ଏହି ସମୟରେ ପତଞ୍ଜଳୀର ଡାଏରୀ ପ୍ରଡକ୍ଚ (ଦୁଗ୍ଦ ଜାତ ସାମଗ୍ରୀ) ବାବଦରେ ବୁଝୁଥିବା ବରିଷ୍ଠ ଅଧିକାରୀ ସୁନୀଲ ବଂଶଲଙ୍କର ଦେହାନ୍ତ ହୋଇଛି। ସୁନୀଲଙ୍କ କରୋନାରେ ବିୟୋଗ ହୋଇଛି ବୋଲି ପତଞ୍ଜଳି ସ୍ପଷ୍ଟ କରିଛି।

ପତଞ୍ଜଳୀ କହିଛି ଡାଏରୀ ଡିଭିଜନର ଉପସଭାପତି ଥିଲେ ସନୀଲ ବଂଶଲ। ୫୭ ବର୍ଷୀୟ ଏହି ବରିଷ୍ଠ ଅଧିକାରୀଙ୍କର ମେ ୧୯ରେ ବିୟୋଗ ହୋଇଛି। ବଂଶାଲ ଡାଏରୀ ପ୍ରଡକ୍ଟ ବାବଦରେ ଜଣେ ଅଭିଜ୍ଞ ଅଧିକାରୀ ଥିଲେ। ୨୦୧୮ରେ ପତଞ୍ଜଳୀ ଡାଏରୀ ବ୍ୟବସାୟ ଆରମ୍ଭ କରିଥିଲା।

ହରିଦ୍ୱାର ସ୍ଥିତ କମ୍ପାନୀର ମୁଖ୍ୟା କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି, ବଂଶଲ କୋଭିଡରେ ଆକ୍ରାନ୍ତ ହେବା ପରେ ଜୟପୁରର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ସେହି ହସ୍ପିଟାଲରେ ବଂଶଲଙ୍କ ସ୍ତ୍ରୀ ମଧ୍ୟ ଜଣେ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ଭାବରେ ନିଯୁକ୍ତ ଥିଲେ। ତେଣୁ ବଂଶଲଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ଭାବରେ ତାଙ୍କ ସ୍ତ୍ରୀଙ୍କ ଜ୍ଞାତ ସାରରେ ହୋଇଛି। ଏଥିରେ ପତଞ୍ଜଳୀର କୌଁଣସି ଭୂମିକା ନାହିଁ।

ସୂଚନାଯୋଗ୍ୟ, ନିକଟରେ ବାବା ରାମଦେବା ଏଲୋପାଥି ଚିକିତ୍ସାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାକୁ ବିରୋଧ କରି ଇଣ୍ଡିଆନ୍ ମେଡିକାଲ ଆସୋସିଏସନ ରାମଦେବଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା। ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ମଧ୍ୟ ରାମଦେବାଙ୍କ ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ କହିବା ପରେ ରାମଦେବା ନିଜ ମନ୍ତବ୍ୟରୁ ଓହରିଥିଲେ। ଏହାପରେ ପରେ ସୋମବାର ବିଳମ୍ୱିତ ରାତିରେ ଆଇଏମଓ ଓ ଫାର୍ମା କମ୍ପାନୀକୁ 25ଟି ପ୍ରଶ୍ନ କରିଛନ୍ତି। ଯେଉଁଥିରେ ବିଭିନ୍ନ ରୋଗର ଆରୋଗ୍ୟ ପାଇଁ ଏଲାପାଥି କଣ ଔଷଧ ରଖିଛି ବୋଲି ରାମଦେବ ପ୍ରଶ୍ନ କରିଛନ୍ତି।

The post ପତଞ୍ଜଳୀ ଡାଏରୀ ପ୍ରଡକ୍ଟର ମୁଖ୍ୟଙ୍କ କରୋନାରେ ମୃତ୍ୟୁ appeared first on Odisha Reporter.



from Odisha Reporter https://ift.tt/2RIBA2Y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages