କରୋନାର ଦୁଇଟି ଟିକା ନେଇ ସାରିଥିବା ଡାକ୍ତରଙ୍କ ପରଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 9, 2021

କରୋନାର ଦୁଇଟି ଟିକା ନେଇ ସାରିଥିବା ଡାକ୍ତରଙ୍କ ପରଲୋକ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ହେଲେ ଭାରତବର୍ଷରେ ଟିକାକରଣ ଜୋରଦାର ହେବା ଦରକାର। ଦୁଇଟି ଯାକ ଟିକା ନେବା ପରେ କରୋନା ଜନିତ ମୃତ୍ୟୁ ସଂଖ୍ୟା କମିଯିବ। ଯେଉଁମାନେ ଦୁଇଟି ଟିକା ନେଇଥିବେ ସେମାନେ ସଂକ୍ରମିତ ହେଲେ ମଧ୍ୟ ଗୁରୁତର ହେବେ ନାହିଁ। ଏହା ବିଶେଷଜ୍ଞ ଏବଂ ସରକାର ଉଭୟ କହୁଛନ୍ତି। ହେଲେ ଏବେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। କାରଣ ଟିକା ନେଇସାରିଥିବା ଜଣେ ଡାକ୍ତର କରୋନାରେ ଗୁରୁତର ହେବା ପରେ ତାଙ୍କର ମୃତ୍ୟୁ ଘଟିଛି। ୫୮ ବର୍ଷୀୟ ଏହି ଡାକ୍ତର ଜଣଙ୍କ ଦିଲ୍ଲୀର। ତାଙ୍କ ନାମ ଅନୀଲ ରାଓ୍ୱତ।

ସୂଚନା ଅନୁଯାୟୀ ଡାକ୍ତର ରାଓ୍ୱତ ରାଜଧାନୀ ସ୍ଥିତ ସରୋଜ ହସ୍ପିଟାଲରେ କାର୍ଯ୍ୟରତ ଥିଲେ। ସେ ମାର୍ଚ୍ଚରେ ଦ୍ୱିତୀୟ ଟିକା ନେଇଥିଲେ। ନିକଟରେ ସେ କରୋନାରେ ସଂକ୍ରମିତ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ଗୁରୁତର ହେବାରୁ ତାଙ୍କୁ ଶନିବାର ଭେଣ୍ଟିଲେଟରକୁ ନିଆଯାଇଥିଲା। ଆଉ ଭେଣ୍ଟିଲେଟରକୁ ଯିବା ପୂର୍ବରୁ ସେ ତାଙ୍କ ସହକର୍ମୀଙ୍କୁ କହିଥିଲେ, ‘ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। ମୁଁ ଖୁବଶୀଘ୍ର ଫେରିବି’। ଯେହେତୁ ଡାକ୍ତର ରାଓ୍ୱତ ଦୁଇଟି ଯାକ ଟିକା ନେଇସାରିଥିଲେ ତେଣୁ ସେ ଆରୋଗ୍ୟ ହୋଇଯିବେ ବୋଲି ବିଶ୍ୱାସ ରଖିଥିଲେ। ତେଣୁ ଭେଣ୍ଟିଲେଟରକୁ ଯିବା ପୂର୍ବରୁ ତାଙ୍କ ସହକର୍ମୀଙ୍କୁ ଏଭଳି କିଛି କହିଥିଲେ।

ଡାକ୍ତର ରାଓ୍ୱତଙ୍କ ଚିକିତ୍ସା କରୁଥିବା ଡାକ୍ତର ପିକେ ଭରଦ୍ୱାଜ କହିଛନ୍ତି, ଡାକ୍ତର ରାଓ୍ୱତ ମାସେ ପୂର୍ବରୁ ତାଙ୍କର ଦୁଇଟି ଯାକ ଟିକା ନେଇ ସାରିଥିଲେ। ହେଲେ ଏପ୍ରିଲ ମାସ ଆରମ୍ଭରେ କରୋନାରେ ସଂକ୍ରମିତ ହୋଇଥିଲେ। ପ୍ରଥମେ ଡାକ୍ତର ରାଓ୍ୱତ ହୋମ୍ ଆଇସୋଲେସନରେ ଥିଲେ। କିନ୍ତୁ ସେ ଗୁରୁତର ହୋଇପଡ଼ିବାରୁ ହସ୍ପିଟାଲର ଆଇସିୟୁରେ ପ୍ରଥମେ ତାଙ୍କୁ ରଖାଯାଇଥିଲା। ପରେ ଭେଣ୍ଟିଲେଟର। ଡାକ୍ତର ରାଓ୍ୱତଙ୍କୁ ବଞ୍ଚାଇବା ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା କରାଯାଇଥିଲା। ଏମିତିକି ତାଙ୍କ ଫୁସଫୁସକୁ ପ୍ରତିରୋପଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ସେ ଏହା ପୂର୍ବରୁ ଆଖି ବୁଜି ଦେଇଛନ୍ତି। ତାଙ୍କ ଶ୍ୱାସନଳୀରେ ନିମୋନିଆ ସଂକ୍ରମିତ ହୋଇଯାଇଥିଲା। ତେଣୁ ସେ ଗୁରୁତର ହୋଇପଡ଼ିଥିଲେ ବୋଲି ଡାକ୍ତର ଭରଦ୍ୱାଜ କହିଛନ୍ତି।

ସୂଚନାଯୋଗ୍ୟ, କରୋନାର ଦୁଇଟି ଟିକା ନେବାପରେ ମଧ୍ୟ ସମସ୍ତେ ମାସ୍କ, ସାମାଜିକ ଦୂରତା ସହିତ କରୋନା ନିୟମ ମାନିବା ଦରକାର।

The post କରୋନାର ଦୁଇଟି ଟିକା ନେଇ ସାରିଥିବା ଡାକ୍ତରଙ୍କ ପରଲୋକ appeared first on Odisha Reporter.



from Odisha Reporter https://ift.tt/2QX7VCZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages