ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜ୍ୟକୁ ଘାରିଛି ପ୍ରବାସୀ ଫେରନ୍ତାଙ୍କ ଚିନ୍ତା। ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ଫେରନ୍ତା ପ୍ରବାସୀ ନିଜ ଘରକୁ ଫେରିବା ପୂର୍ବରୁ ୭ରୁ ୧୪ ଦିନ କ୍ୱାରେଣ୍ଟିନରେ ରହିବେ। ୪ ସୀମାନ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟ ଶାସନ ସଚିବ ଓ SRC ଭର୍ଚୁଆଲ ମିଟିଂରେ ଏହି ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି । କୋରାପୁଟ, କଳାହାଣ୍ଡି, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ଓ SRC ।
ପ୍ରବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ୭ରୁ ୧୪ ଦିନ କ୍ୱାରେଣ୍ଟିନରେ ରଖାଯିବ । କ୍ୱାରେଣ୍ଟିନ ପାଇଁ ପ୍ରତି ବ୍ଳକରେ TMC କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କ୍ୱାରେଣ୍ଟିନ ପରେ ସୁରକ୍ଷିତ ଘରେ ପହଞ୍ଚିବାର ବ୍ୟବସ୍ଥା ବି ଜିଲ୍ଲାପାଳ କରିବେ ବୋଲି କୁହାଯାଇଛି । ବୈଠକ ପରେ କୋରାପୁଟ ଜିଲ୍ଲାପାଳ ମହମ୍ମଦ ଅବଦଲ ଅଖତର ଏହି ସୂଚନା ଦେଇଛନ୍ତି।
ସେପଟେ ରାଜ୍ୟରେ ଗତ ଦୁଇ ଦିନ ଅପେକ୍ଷା ଆଜି ଆସିଥିବା ରିପୋର୍ଟରେ ଦୈନିକ କରୋନ ସଂକ୍ରମିତଙ୍କ ସଂଖ୍ୟା କମିଛି। ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୦,୬୩୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧,୫୬୪ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ରାଜ୍ୟରେ କରୋନାରେ ଆଉ ୧୯ ଜଣଙ୍କ ମୃତ୍ୟୁ ଘଟିଛି।
The post ପ୍ରବାସୀ ଫେରିଲେ ୭ରୁ ୧୪ ଦିନ କ୍ୱାରେଣ୍ଟିନ appeared first on Odisha Reporter.
from Odisha Reporter https://ift.tt/3hdBwmk
No comments:
Post a Comment