ଦେଶରେ କରୋନା ମୃତ୍ୟୁର ତାଣ୍ଡବ ଜାରି, ଦିନକରେ ରେକର୍ଡ ୪୫୨୯ ଜଣଙ୍କ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 18, 2021

ଦେଶରେ କରୋନା ମୃତ୍ୟୁର ତାଣ୍ଡବ ଜାରି, ଦିନକରେ ରେକର୍ଡ ୪୫୨୯ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ଦିନକୁ ଦିନ ଅତ୍ୟନ୍ତ ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି। ପୂର୍ବରୁ କେବଳ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଏବେ ମୃତ୍ୟୁସଂଖ୍ୟା ଶୀର୍ଷରେ ପହଞ୍ଚିବାରେ ଲାଗିଛି। କ୍ରମାଗତ ତୃତୀୟ ଦିନ ପାଇଁ ଦୈନିକ ସଂକ୍ରମଣ ୩ ଲକ୍ଷ ତଳେ ଥିଲେ ହେଁ ମୃତ୍ୟୁସଂଖ୍ୟା ରେକର୍ଡ କରିବାରେ ଲାଗିଛି।

ମଙ୍ଗଳବାର ଭଳି ବୁଧବାର ମଧ୍ୟ ସମଗ୍ର ବିଶ୍ୱରେ ସର୍ବାଧିକ କରୋନାଜନିତ ମୃତ୍ୟୁ ଭାରତରେ ରେକର୍ଡ କରାଯାଇଛି। ଦିନକରେ ୪୫୨୯ ଜଣଙ୍କ ଜୀବନ ନେଇଛି କିଲର କରୋନା। ଭାରତରେ ପ୍ରବେଶ କରିବାକୁ ଦିନଠାରୁ କେବେ ହେଲେ ଏତେ ସଂଖ୍ୟକ ଲୋକ କରୋନାରେ ପ୍ରାଣ ହରାଇ ନଥିଲେ। ହେଲେ ଗତ ୨୪ ଘଣ୍ଟାରେ ସବୁ ରେକର୍ଡ ଭାଙ୍ଗି ଯାଇଛି। ପ୍ରତିଦିନ ଦେଶରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ ମୋଟ ୨,୬୭,୩୩୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗତକାଲି ଏହା ୨,୬୩,୨୮,୫୩୩ ଥିଲା। ତେଣୁ ସଂକ୍ରମିତଙ୍କ ସଂଖ୍ୟା ଆଜି ସାମାନ୍ୟ ବୃଦ୍ଧି ପାଇଛି। ଗତକାଲି ଭଳି ଆଜି ମଧ୍ୟ ଆକ୍ରାନ୍ତଙ୍କ ଅପେକ୍ଷା ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ଅଧିକ ରହିଛି।

୨୪ ଘଣ୍ଟାରେ ୩,୮୯,୮୫୧ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶର ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୫୪,୯୬,୩୩୦ ବୃଦ୍ଧି ପାଇଛି। ସେହିପରି ଆରୋଗ୍ୟଙ୍କ ସଂଖ୍ୟା ୨,୧୯,୮୬,୩୬୩ରେ ପହଞ୍ଚି ଯାଇଛି।

୨୪ ଘଣ୍ଟାରେ ୪,୫୨୯ ଜଣ କରୋନାରେ ସଂକ୍ରମିତ ହୋଇ ଆଖି ବୁଜିଛନ୍ତି। ଗତକାଲି ଏହା ୪,୩୨୯ ରହିଥିଲା। ଏହାର ଅର୍ଥ ଦୈନିକ ଏବେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି। ନୂଆ ମୃତକଙ୍କୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୨,୮୩,୨୪୮ ଛୁଇଁଛି। ଏବେ ଦେଶରେ ଆକ୍ଟିଭ କେସ୍‌ ସଂଖ୍ୟା ୩୨,୨୬,୭୧୯ ରହିଛି। ମଙ୍ଗଳବାର ସକାଳେ ଏହା ୩୩,୫୩,୭୬୫ ରହିଥିଲା। ଏଯାଏ ୧୮,୫୮,୦୯,୩୦୨ ଜଣ କରୋନାର ରକ୍ଷା କବଚ କୁହାଯାଉଥିବା ଟିକା ନେଇ ସାରିଲେଣି।

୨୪ ଘଣ୍ଟାରେ ତାମିଲନାଡୁରେ ସର୍ବାଧିକ ୩୩,୦୫୯ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏହା ପଛକୁ କେରଳରେ ୩୧,୩୩୭, କର୍ଣ୍ଣାଟକାରେ ୩୦,୩୦୯, ମହାରାଷ୍ଟ୍ରରେ ୨୮,୪୩୮ ଓ ଆନ୍ଧ୍ର ପ୍ରଦେଶରେ ୨୧,୩୨୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।


ଏହି ୫ ରାଜ୍ୟରେ ଦେଶର ମୋଟ ସଂକ୍ରମଣର ୫୪.୦୫% ଲୋକ ରହିଛନ୍ତି। କେବଳ ତାମିଲନାଡୁରେ ଏହି ସଂଖ୍ୟା ୧୨.୩୭% ରହିଛି।

ମହାରାଷ୍ଟ୍ରରେ ସର୍ବାଧିକ ୧୨୯୧ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ଏହା ପଛକୁ ୫୨୫ ମୃତ୍ୟୁ ସହ କର୍ଣ୍ଣାଟକା ରହିଛି। ସେହିପରି ତାମିଲନାଡୁରେ ୩୬୪, ଛତିଶଗଡ଼ରେ ୧୫୩, ଆନ୍ଧ୍ର ପ୍ରଦେଶରେ ୯୯, ଗୁଜରାଟରା ୬୭, ପଶ୍ଚିମବଙ୍ଗରେ ୧୪୫, ରାଜସ୍ଥାନରେ ୧୪୬, ବିହାରରେ ୧୧୧, ମଣିପୁରରେ ୨୦, ଆସାମରେ ୭୩, ଉତ୍ତର ପ୍ରଦେଶରେ ୨୫୫, ହରିଆଣାରେ ୧୨୪ ଓ ପଞ୍ଜାବରେ ୨୩୧ ଜଣଙ୍କ ମୃତ୍ୟୁ ଘଟିଛି।

The post ଦେଶରେ କରୋନା ମୃତ୍ୟୁର ତାଣ୍ଡବ ଜାରି, ଦିନକରେ ରେକର୍ଡ ୪୫୨୯ ଜଣଙ୍କ ମୃତ୍ୟୁ appeared first on Odisha Reporter.



from Odisha Reporter https://ift.tt/3hGIAb9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages