ହସ୍ପିଟାଲ ବଦଳରେ ଗେଷ୍ଟ ହାଉସରେ ଟିକା ନେଇ ବିବାଦରେ କୁଲଦୀପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 18, 2021

ହସ୍ପିଟାଲ ବଦଳରେ ଗେଷ୍ଟ ହାଉସରେ ଟିକା ନେଇ ବିବାଦରେ କୁଲଦୀପ

କାନପୁର: କରୋନା ଟିକାକରଣ ବେଳେ ଭିଆଇପି ବ୍ୟବସ୍ଥା। ସାଧାରଣ ଲୋକ ଘଣ୍ଟା ଘଣ୍ଟା ଧରି ଟିକାର ଡୋଜ୍‌ ନେବାକୁ ଧାଡ଼ିରେ ଅପେକ୍ଷା କରି ରହୁଥିଲେ ହେଁ କ୍ରିକେଟରଙ୍କ ଠାରୁ ଆରମ୍ଭ କରି ସେଲେବ୍ରିଟିଙ୍କୁ ସ୍ୱତନ୍ତ୍ର ଆତିଥ୍ୟ ପ୍ରଦାନ କରାଯାଉଛି। ଏହାର ଜ୍ୱଳନ୍ତ ଉଦାହରଣ ଉତ୍ତର ପ୍ରଦେଶର କାନପୁରରେ ଦେଖିବାକୁ ମିଳିଛି।

କ୍ରିକେଟର କୁଲଦୀପ ଯାଦବ ହସ୍ପିଟାଲ ବଦଳରେ କାନୁପର ସ୍ଥିତ ଗୋଟିଏ ଗେଷ୍ଟ ହାଉସରେ କରୋନା ଟିକାର ଡୋଜ୍‌ ନେଇଛନ୍ତି। ଏହାର ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଏପରି ଟିକାକରଣକୁ ନେଇ ବିବାଦ ଉପୁଜିବାରୁ କାନପୁର ପ୍ରଶାସନ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି।

କୁଲଦୀପ ଶନିବାର କରୋନା ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତ। ସେ ଗେଷ୍ଟ ହାଉସ ପଡ଼ିଆରେ ବସିଥିବା ବେଳେ ତାଙ୍କୁ ଟିକାର ଡୋଜ୍‌ ଦିଆଯାଇଥିଲା। ଏହାର ଫଟୋ କୁଲଦୀପ ସୋଶାଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି ଯେ “ଯେବେବି ସୁଯୋଗ ମିଳୁଛି ତୁରନ୍ତ ଟିକା ନେଇଯାଆନ୍ତୁ। ସୁରକ୍ଷିତ ରୁହନ୍ତୁ କାରଣ କୋଭିଡ-୧୯ ବିରୋଧରେ ଆମକୁ ଏକାଠି ହେବାର ଆବଶ୍ୟକତା ରହିଛି।” ତେବେ ଏହାକୁ ନେଇ ସେ ବିବାଦରେ ଫସିଛନ୍ତି।


ସୂଚନା ଅନୁସାରେ, କାନପୁର ନଗର ନିଗମର ଗେଷ୍ଟ ହାଉସ ଲନ୍‌ରେ କୁଲଦୀପଙ୍କୁ ଟିକା ଦିଆଯାଇଛି। ପ୍ରକୃତରେ ସେ ଗୋବିନ୍ଦ ନଗରରେ ଥିବା ଜଗେଶ୍ୱର ହସ୍ପିଟାଲରେ ଟିକା ନେବାକୁ ସ୍ଲଟ ବୁକିଂ କରିଥିଲେ। କିନ୍ତୁ ତାଙ୍କୁ କାହିଁକି ଗେଷ୍ଟ ହାଉସରେ ଟିକା ଦିଆଗଲା, ତା’କୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି।

ଘଟଣା ପରେ କାନପୁର ଜିଲ୍ଲା ମାଜିଷ୍ଟ୍ରେଟ ଆଲୋକ ତିୱାରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଡିଏମ ଅତୁଲ କୁମାର ତଦନ୍ତ କରି ରିପୋର୍ଟ ଦାଖଲ କରିବେ।

The post ହସ୍ପିଟାଲ ବଦଳରେ ଗେଷ୍ଟ ହାଉସରେ ଟିକା ନେଇ ବିବାଦରେ କୁଲଦୀପ appeared first on Odisha Reporter.



from Odisha Reporter https://ift.tt/3hFHXP4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages