କରୋନା ଛୁଇଁ ନଥିବା ପଞ୍ଚାୟତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 23, 2021

କରୋନା ଛୁଇଁ ନଥିବା ପଞ୍ଚାୟତ

କେନ୍ଦୁଝର(ପ୍ରଣୟ କୁମାର ପାଣି): ନିୟମ ହୋଇଛି କଡାକଡି। ବାହାର ଲୋକଙ୍କ ପ୍ରବେଶକୁ ବାରଣ କରାଯାଇଛି। ଯିଏ ଆସୁଛନ୍ତି ଅଲଗା ସଂଗରୋଧରେ ରହିବାକୁ ବାଧ୍ୟ। ଏବେ ସମଗ୍ର ବିଶ୍ୱ କରୋନାର କବଳରେ କବଳିତ ହୋଇଥିବା ବେଳେ କେନ୍ଦୁଝର ଜିଲ୍ଲାର ଦୁର୍ଗମ ବଣ ପାହାଡ ଘେରା ଆଦିବାସୀ ବହୁଳ କେ.ବାଲିଆପାଳ  ପଂଚାୟତକୁ ଆଜି ପର୍ଯ୍ୟନ୍ତ କରୋନା ଛୁଇଁ ପାରିନି। ଫଳରେ ଏ ପର୍ଯ୍ୟନ୍ତ ସମଗ୍ର ପଞ୍ଚାୟତର ଜଣେ ବି ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ଯାହା ସମଗ୍ର ରାଜ୍ୟ ପାଇଁ ଉଦାହରଣ ପାଲଟିଛି।

କେନ୍ଦୁଝର ଜିଲ୍ଲାର ହାଟଡ଼ିହି ବ୍ଲକର କେ ବାଲିପାଳ ପଞ୍ଚାୟତ। ହିତାଧିକାରୀ ମାନଙ୍କୁ ବଣ୍ଟନ କରାଯାଉଛି ଭତ୍ତା। ହେଲେ ଏଠାରେ ହିତାଧିକାରୀ ମାନେ ମାସ୍କ ପରିଧାନ ସହ ସାମାଜିକ ଦୂରତା ଅବଲମ୍ବନ କରି ଭତ୍ତା ନେଉଛନ୍ତି।କେବଳ ଏତିକି ନୁଁହ ଏଠାକାର ଲୋକେ ଗତ ଦୁଇ ମାସ ହେଲା କରନା କଟକଣାକୁ କଡାକଡି ଭାବେ ପାଳନ କରୁଛନ୍ତି। ଫଳରେ ଏଠାକାର ଲୋକ ମାନଙ୍କୁ ଆଜି ଯାଏଁ କରୋନା ଛୁଇଁ ପାରିନି।

କେ ବାଲିପାଳ ପଞ୍ଚାୟତରେ ୭ଟି ଗାଁ ଥିବାବେଳେ ପାଞ୍ଚ ହଜାରରୁ ଊର୍ଦ୍ଧ୍ୱ ଲୋକ ବସବାସ କରନ୍ତି। ଏହି ପଞ୍ଚାୟତକୁ ଚାରିପଟୁ ପାହାଡ଼ ଓ ଜଙ୍ଗଲ ଘେରି ରହିଛି। ଅଧିକାଂଶ ଲୋକ ଜଙ୍ଗଲଜାତ ପଦାର୍ଥ ଉପରେ ଭରସା କରି ଚଲିବା ସହ ବାଡ଼ିରେ ପନିପରିବା ଚାଷ କରି ଚାଲିଥାନ୍ତି। ଏଥିସହ ପଞ୍ଚାୟତରୁ ଚାଉଳ ଗହମ ଓ କିରାସିନି ଆଦି ମିଲିଥାଏ। ଯାହାଦ୍ଵାରା କି ସେମାନେ ବିଶେଷ ଘରୁ ବାହାରକୁ ଯାଇ ନଥାନ୍ତି। ଆଶା, ଅଙ୍ଗନବାଡି କର୍ମୀ, ସରପଞ୍ଚ ଓ ପଂଚାୟତ ଅଧିକାରୀ କରନା ସମ୍ପର୍କରେ ସଚେତନ କରିବା ସହ ଲୋକଙ୍କୁ ମାସ୍କ, ସାବୁନ ଆଦି ବଣ୍ଟନ କରି ଘରେ ରୁହ ସୁସ୍ଥ ରୁହ ବୋଲି ସଚେତନ କରାଉଛନ୍ତି। ଗତ ଦୁଇମାସ ହେଲା ଲୋକମାନେ ଏହାକୁ କଡାକଡି ପାଳନ କରିଥିବାରୁ ଗାଁ ଗୁଡିକ ଭିତର କୁ ଆଜିଯାଏ କରୋନା ପଶି ପାରିନି।

The post କରୋନା ଛୁଇଁ ନଥିବା ପଞ୍ଚାୟତ appeared first on Odisha Reporter.



from Odisha Reporter https://ift.tt/3fBvWru

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages