ଅନନ୍ତପୁର: ପୁଣିଥରେ କରୋନା ମହାମାରୀ ସମୟରେ ଅକ୍ସିଜେନ ସପ୍ଲାଏରେ ବିଭ୍ରାଟ ଯୋଗୁ ୧୪ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଆନ୍ଧ୍ର ପ୍ରଦେଶର ଅନନ୍ତପୁରମ ସରକାରୀ କୋଭିଡ୍ ହସ୍ପିଟାଲରେ ଶନିବାର ରାତିରେ ହଠାତ୍ ଅକ୍ସିଜେନ ସପ୍ଲାଏ ପାଇପ ଲାଇନରେ ସମସ୍ୟା ସୃଷ୍ଟି ହୋଇଥିଲା। ଏହି କାରଣରୁ ୧୪ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି।
୬ ଜଣ ରୋଗୀ ଅର୍ଥପେଡିକ ୱାର୍ଡରେ ପ୍ରାଣ ହରାଇଥିବା ବେଳେ ୪ ଜଣଙ୍କର ଛାତି ସମସ୍ୟା ୱାର୍ଡରେ ଜୀବନ ଯାଇଛି। ସେହିପରି ଆଇସିୟୁରେ ଅକ୍ସିଜେନ ସହାୟତାରେ ଥିବା ୧୮୦ ଜଣଙ୍କ ମଧ୍ୟରୁ ୪ ଜଣ ପ୍ରାଣ ହରାଇଥିବା ଦି ହିନ୍ଦୁରେ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ କୁହାଯାଇଛି ଯେ ମୃତ୍ୟୁସଂଖ୍ୟା ଆହୁରି ଅଧିକ ଥିଲେ ହେଁ ହସ୍ପିଟାଲ ଏହାକୁ ଲୁଚାଇ ରଖିଛି।
ଅନ୍ୟପକ୍ଷରେ ଅକ୍ସିଜେନ ଅଭାବରୁ କୌଣସି ରୋଗୀଙ୍କ ମୃତ୍ୟୁ ଘଟିନାହିଁ ବୋଲି ଜିଲ୍ଲା ପ୍ରଶାସନ କହିଛି। ଯୁଗ୍ମ ଜିଲ୍ଲାପାଳ ନିଜେ ହସ୍ପିଟାଲ ଯିବା ସହ ଅକ୍ସିଜେନ ଯୋଗାଣର ଯାଞ୍ଚ କରିଛନ୍ତି। ଜିଲ୍ଲାପାଳ କହିଛନ୍ତି, ଅକ୍ସିଜେନ ସପ୍ଲାଏର ବିଭ୍ରାଟ ଗୁଜବ ପ୍ରଚାର କରିଥିବା ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ଆମ ଟିମ୍ ଅକ୍ସିଜେନ ସପ୍ଲାଏ ପାଇପ ଲାଇନ ଯାଞ୍ଚ କରିଛି।
ଆମେ ୱାର୍ଡ ୱାର୍ଡ ବୁଲି ପ୍ରତିଟି ଅକ୍ସିଜେନ ପାଇପଲାଇନ ଓ ଭାଲବ୍ ଚେକ୍ କରିଛୁ। ପାଇପଲାଇନରେ କୌଣସି ଲିକ୍ ନାହିଁ। ଅକ୍ସିଜେନ ପ୍ଲାଣ୍ଟରେ ସବୁ କିଛି ଠିକ୍ ଠାକ ରହିଛି। ଅକ୍ସିଜେନ ସପ୍ଲାଏରେ କୌଣସି ସମସ୍ୟା ନାହିଁ। କରୋନା ସମସ୍ୟା ଯୋଗୁ ରାତି ୧ଟା ସୁଦ୍ଧା ୧୦ ଜଣ ଲୋକଙ୍କ ମୃତ୍ୟୁ ଘଟିଛି ବୋଲି ସେ କହିଛନ୍ତି। ଜିଲ୍ଲାପାଳ ୧୦ ଜଣଙ୍କ ମୃତ୍ୟୁ କରୋନା ଯୋଗୁ ହୋଇଥିବା କହିଥିଲେ ହେଁ ଅନ୍ୟ ୪ ଜଣଙ୍କ ମୃତ୍ୟୁ ସମ୍ପର୍କରେ କିଛି ବି କହିନାହାନ୍ତି।
The post ଅକ୍ସିଜେନ ଅଭାବରୁ ପୁଣି ୧୪ ରୋଗୀଙ୍କ ଜୀବନ ଗଲା! appeared first on Odisha Reporter.
from Odisha Reporter https://ift.tt/3eFBZKQ
No comments:
Post a Comment