ଟିଏମସି ସପକ୍ଷରେ ଟ୍ରେଣ୍ଡ, ଏମିତି କହିଲା ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 2, 2021

ଟିଏମସି ସପକ୍ଷରେ ଟ୍ରେଣ୍ଡ, ଏମିତି କହିଲା ବିଜେପି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ କିଏ ସରକାର ଗଠନ କରିବ, ସେଥିପାଇଁ ଭୋଟ ଗଣତି ଚାଲିଛି। ବର୍ତ୍ତମାନ ସୁଦ୍ଧା ଗଣତି ହୋଇଥିବା ଟ୍ରେଣ୍ଡ ଅନୁଯାୟୀ, ମମତା ବାନାର୍ଜୀଙ୍କ ଟିଏମସି ସପକ୍ଷରେ ଜନମତ ରହିଛି। ୨୯୨ଟି ବିଧାନସଭା ଆସନରୁ ଟିଏମସି ୧୯୮ଟିରେ ଆଗୁଆ ଥିବା ବେଳେ ବିଜେପି ୭୯ଟିରେ ଲିଡ୍‌ କରୁଛି। କଂଗ୍ରେସ ଗୋଟିଏ, ଏଜେଏସ୍‌ୟୁ ଗୋଟିଏ ଓ ଅନ୍ୟାନ୍ୟ ଦଳ ୨ଟି ଆସନରେ ଆଗରେ ରହିଛନ୍ତି। ଗଣତି ଆରମ୍ଭ ହେବା କ୍ଷଣି ବିଜେପି ଲିଡ୍‌ରେ ରହିଥିଲା। କିନ୍ତୁ ସମୟ ଗଢ଼ିବା ସହ ଟିଏମସି ଏବେ ବିଜେପି ଠାରୁ ଯଥେଷ୍ଟ ଆଗରେ ରହିଛି।

ଏଠାରେ ସରକାର ଗଠନ ପାଇଁ ୧୪୭ଟି ଆସନ ଆବଶ୍ୟକ ଥିବା ବେଳେ ଟିଏମସି ଗଣତିର ଟ୍ରେଣ୍ଡ ଅନୁଯାୟୀ, ୧୯୪ଟି ସିଟ୍‌ରେ ଆଗରେ ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଜେପିର ବହୁ ହେଭିୱେଟ ଏବେ ପଛରେ ରହିଛନ୍ତି। ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ମଧ୍ୟ ନନ୍ଦିଗ୍ରାମ ଆସନରେ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୩୭୧୦ ଖଣ୍ଡ ଭୋଟ ପଛରେ ରହିଛନ୍ତି।

ଗଣତି ଟ୍ରେଣ୍ଡ ଟିଏମସି ସପକ୍ଷରେ ଯାଉଥିଲେ ହେଁ ବିଜେପି ଜିତିବାର ଆଶା ଛାଡ଼ିନି। ଦଳର ସାଧାରଣ ସମ୍ପାଦକ ତଥା ବେଙ୍ଗଲ ନିର୍ବାଚନର ମଙ୍ଗ ଧରିଥିବା କୈଳାସ ବିଜୟଭର୍ଗିୟା କହିଛନ୍ତି, “ଏବେ କିଛି କହିହେବନି। ଏତେ ଶୀଘ୍ର ଆକଳନ କରିବା ଠିକ୍‌ ନୁହେଁ। ଆମେ ସନ୍ଧ୍ୟା ସୁଦ୍ଧା ମ୍ୟାଜିକ ନମ୍ବର କ୍ରସ କରିବୁ। ବାବୁଲ ସୁପ୍ରିଓ ଟୋଲିଗଞ୍ଜ ଆସନରୁ ପଛରେ ରହିବା ଦେଖି ଆଶ୍ଚର୍ଯ୍ୟ ଲାଗୁଛି। ତଥାପି ସେ ଆଗେଇବେ। ଆହୁରି ଅନେକ ରାଉଣ୍ଡ ଭୋଟ ଗଣତି ବାକି ରହିଛି।”

ବିଜେପିର ବେଙ୍ଗଲ ମୁଖ୍ୟ ଦିଲ୍ଲୀପ ଘୋଷ କହିଛନ୍ତି, ଟ୍ରେଣ୍ଡ ନିର୍ବାଚନର ନିଷ୍ପତ୍ତି ନିଏ ନାହିଁ। ଫଳାଫଳ ହିଁ ନିର୍ବାଚନ କେଉଁଆଡ଼େ ଯିବ, ତାହା ସ୍ଥିର କରିଥାଏ। ଏବେ ଭୋଟ ଗଣତି ଜାରି ରହିଛି। ଆମେ ନିଶ୍ଚିତ ଜିତିବୁ ବୋଲି ସେ ଦମ୍ଭୋକ୍ତି କରିଛନ୍ତି। ଯଦି ଦଳ ହାରିବ, ତା’ହେଲେ କିଏ ଉତ୍ତରଦାୟୀ ରହିବ ବୋଲି ପ୍ରଶ୍ନରେ ସେ କହିଛନ୍ତି, “ଦଳର ରାଜ୍ୟ ମୁଖ୍ୟ ହିସାବରେ ଉତ୍ତରଦାୟିତ୍ୱ ମୋର ହେବ। ଯଦି ହାରିବୁ, ତା’ହେଲେ ଏଥିପାଇଁ ମୁଁ ହିଁ ସବୁ ଉତ୍ତରଦାୟିତ୍ୱ ନେବି।”

ସୂଚନାଯୋଗ୍ୟ, ବିଜେପି ସାଂସଦ ଲକେଟ ଚାଟାର୍ଜୀ ମଧ୍ୟ ପଛରେ ରହିଛନ୍ତି। ସେହିପରି କମାରହାଟି ଆସନରେ ଟିଏମସିର ମଦନ ମିତ୍ରଙ୍କ ଠାରୁ ବିଜେପିର ଅନିନଦୟ ବାନାର୍ଜୀ ୧୮୧୭ ଖଣ୍ଡ ଭୋଟରେ ପଛରେ ଅଛନ୍ତି।

The post ଟିଏମସି ସପକ୍ଷରେ ଟ୍ରେଣ୍ଡ, ଏମିତି କହିଲା ବିଜେପି appeared first on Odisha Reporter.



from Odisha Reporter https://ift.tt/3aXaonv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages