ମୁମ୍ବାଇ: ଲୋକପ୍ରିୟ ଟେଲି ଅଭିନେତ୍ରୀ ମୁନମୁନ ଦତ୍ତଙ୍କ ବିରୋଧରେ ଇନ୍ଦୋର ପୁଲିସ୍ ମାମଲା କରିଛି। ସେ ଅନୁସୂଚିତ ଜାତି ବର୍ଗର ଲୋକଙ୍କ ପ୍ରତି ଅପମାନଜନ ଶବ୍ଦ ପ୍ରୟୋଗ କରିଥିବାରୁ ତାଙ୍କ ବିରୋଧରେ ଏପରି ମାମଲା କରାଯାଇଛି। ନିକଟରେ ସେ ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କ ପ୍ରତି ଅପମାନଜନକ ଶବ୍ଦ ପ୍ରୟୋଗ କରିଥିଲେ। ଏହାର ଭିଡିଓ ଭାଇରାଲ ହେବାର ପରେ ମୁନମୁନ ଦତ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଥିଲା।
ଅଖିଲ ଭାରତୀୟ ବଲାଇ ମହାସଂଘ ସଭାପତି ମନୋଜ ପାରମର ପ୍ରଥମେ ପୁଲିସ୍ ନିକଟରେ ମୁନମୁନ ଦତ୍ତ ବିରୋଧରେ ଏଫଆଇଆଇଆର କରିଥିଲେ। ତାଙ୍କ ଏଫଆଇଆରକୁ ଭିତ୍ତି କରି ଇନ୍ଦୋର ପୁଲିସ୍ ଅନୁସୂଚିତ ଜାତି ଓ ଜନଜାତି ଆଇନ ଅନୁଯାୟୀ ମାମଲା କରିଛି।
ମନୋଜ ତାଙ୍କ ଅଭିଯୋଗରେ କହିଥିଲେ ଯେ ଅଭିନେତ୍ରୀ ମୁନମୁନ ଦତ୍ତ ନିଜ ଭିଡିଓରେ ଯେଉଁ ଅପଶବ୍ଦ ପ୍ରୟୋଗ କରିଛନ୍ତି, ତାହା ଅନୁସୂଚିତ ଜାତି ସଂପ୍ରଦାୟକୁ ଆଘାତ ପହଞ୍ଚାଇଛି। ବିଶେଷ କରି ବାଲ୍ମିକ ସଂପ୍ରଦାୟର ଲୋକ ଅଧିକ ଅପମାନବୋଧ କରିଛନ୍ତି। ତେଣୁ ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ଏହାକୁ ଭିତ୍ତି କରି ପୁଲିସ୍ ମାମଲା କରିଛି।
ଅନ୍ୟପକ୍ଷରେ ଲୋକପ୍ରିୟ ଟିଭି ସିରିଏଲ ‘ତାରକ ମେହେଟା କା ଓଲଟା ଚମସା’ରେ ବବିତା ଚରିତ୍ରରେ ଅଭିନୟ କରୁଥିବା ମୁନମୁନ ନିଜର ଶବ୍ଦ ପାଇଁ ପୂର୍ବରୁ ହିଁ କ୍ଷମା ମାଗିଥିଲେ। ହେଲେ ଏହି କ୍ଷମା ଅନୁସୂଚିତ ଜାତି ବର୍ଗର ଲୋକଙ୍କୁ ସନ୍ତୁଷ୍ଟ କରିପାରି ନାହିଁ।
The post ଟେଲି ଅଭିନେତ୍ରୀ ମୁନମୁନ ଦତ୍ତଙ୍କ ନାଁରେ ମାମଲା କଲା ପୁଲିସ୍ appeared first on Odisha Reporter.
from Odisha Reporter https://ift.tt/2SedfSI
No comments:
Post a Comment