ବଢ଼ିଲା ବିଜେପିର ଅଡ଼ୁଆ: ଜେପି ନଡ୍ଡା, ସ୍ମୃତି ଇରାନୀ ଓ ସମ୍ବିତ ପାତ୍ରଙ୍କ ନାଁରେ ଏଫଆଇଆର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 19, 2021

ବଢ଼ିଲା ବିଜେପିର ଅଡ଼ୁଆ: ଜେପି ନଡ୍ଡା, ସ୍ମୃତି ଇରାନୀ ଓ ସମ୍ବିତ ପାତ୍ରଙ୍କ ନାଁରେ ଏଫଆଇଆର

ନୂଆଦିଲ୍ଲୀ: କୋଭିଡ ଟୁଲକିଟ୍‌ ଘଟଣାରେ ବଢ଼ିଛି ବିଜେପିର ଅଡ଼ୁଆ। କଂଗ୍ରେସ ପକ୍ଷରୁ ଏହି ଘଟଣାରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ସାଧାରଣ ସମ୍ପାଦକ ବିଏଲ ସନ୍ତୋଷ ଓ ମୁଖପାତ୍ର ସମ୍ବିତ ପାତ୍ରଙ୍କ ବିରୋଧରେ ଏଫଆଇଆର କରାଯାଇଛି।

ରାଜସ୍ଥାନ କଂଗ୍ରେସ ସମ୍ପାଦକ ଯଶବନ୍ତ ଗୁରଜର ଜୟପୁରର ବାଜାଜ ନଗର ପୁଲିସ୍‌ ଷ୍ଟେସନରେ ଏହି ଏଫଆଇଆର ଦେଇଛନ୍ତି। ବିଜେପି ମିଛି ଓ ଛଳନାର ରାଜନୀତି କରୁଥିବା କଂଗ୍ରେସ ଅଭିଯୋଗ କରିଛି। ନିକଟରେ ବିଜେପି ପକ୍ଷରୁ ଗୋଟିଏ ଟୁଲକିଟ୍‌ ଜାରି କରାଯାଇଥିଲା। ଏହି ଟୁଲକିଟ୍‌କୁ କଂଗ୍ରେସ ମହାମାରୀ ସମୟରେ ପ୍ରସ୍ତୁତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସରକାରଙ୍କ ଛବିକୁ ଖରାପ କରିବାକୁ ଚାହୁଁଥିବା ଦଳ ଦାବି କରିଥିଲା। ତେବେ କଂଗ୍ରେସ ଏହାକୁ ମିଛ ଓ ଦଳ ପକ୍ଷରୁ ସେମିତି କୌଣସି ଟୁଲକିଟ୍‌ ପ୍ରସ୍ତୁତ କରାଯାଇନଥିବା କୁହାଯାଇଛି।

ବିଜେପି ନେତାମାନଙ୍କ ମଧ୍ୟରୁ ପ୍ରଥମେ ଜେପି ନଡ୍ଡା ଏହି ତଥାକଥିତ ଟୁଲକିଟ୍‌କୁ ଟ୍ୱିଟ କରିଥିଲେ। ଏହାପରେ ଏହାକୁ ସମ୍ବିତ ପାତ୍ର, ସ୍ମୃତି ଇରାନୀ ଓ ବିଏଲ ସନ୍ତୋଷ ଆଗକୁ ନେଇ ଭାଇରାଲ କରିଥିଲେ। ଟୁଲକିଟ୍‌ଟି କଂଗ୍ରେସର ଲେଟରହେଡ୍‌ରେ ରହିଥିବା ବେଳେ ଏହାକୁ ଏଆଇସିସି ରିସର୍ଚ୍ଚ ବିଭାଗ ପ୍ରସ୍ତୁତ କରିଥିବା କୁହାଯାଇଥିଲା।

କେବଳ ଯଶବନ୍ତ ନୁହନ୍ତି, ଏହା ପୂର୍ବରୁ କଂଗ୍ରେସର ଛାତ୍ର ସଂଗଠନ ଏନଏସ୍‌ୟୁଆଇ ମଧ୍ୟ ଛତିଶଗଡ଼ର ରାୟପୁରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ଓ ସମ୍ବିତ ପାତ୍ରଙ୍କ ବିରୋଧରେ ଏଫଆଇଆର କରିଥିଲା। ମିଥ୍ୟା ଓ ଭିତ୍ତିହୀନ ବିଷୟବସ୍ତୁ ଛାପି ବିଜେପି ବଦନାମ କରିବାକୁ ଚେଷ୍ଟା କରୁଥିବା କଂଗ୍ରେସର ଛାତ୍ର ସଂଗଠନ ଅଭିଯୋଗ କରିଥିଲା।


ଛାତ୍ର ସଂଗଠନ ମୁଖ୍ୟ ଆକାଶ ଶର୍ମା ସିଭିଲ ଲାଇନ୍ସ ପୁଲିସ୍‌ ଷ୍ଟେସନରେ ଏଫଆଇଆର ରୁଜୁ କରି କହିଥିଲେ ଯେ ବିଜେପି ନକଲି ଏଆଇସିସି ରିସର୍ଚ୍ଚ ବିଭାଗର ଲେଟରହେଡ ବ୍ୟବହାର କରି ମିଛ ବିଷୟବସ୍ତୁ ପ୍ରଚାର କରିବାରେ ଲାଗିଛି।

ସୂଚନା ଅନୁଯାୟୀ, ବିଜେପି ନେତାମାନେ ଭାଇରାଲ କରିଥିବା ଟୁଲକିଟ୍‌ରେ କରୋନାର ବିଭିନ୍ନ ଷ୍ଟ୍ରେନକୁ ଇଣ୍ଡିଆନ ଷ୍ଟ୍ରେନ ଓ ମୋଦି ଷ୍ଟ୍ରେନ ଭାବେ ବ୍ୟବହାର କରିବାକୁ କଂଗ୍ରେସ ନିଜ କର୍ମୀମାନଙ୍କୁ କହିଥିଲା। ସେହିପରି କୁମ୍ଭକୁ କରୋନାର ସୁପର ସ୍ପ୍ରେଡର ଭାବେ ବିବେଚନା କରି କଂଗ୍ରେସ କୁଆଡ଼େ ପ୍ରଚାର କରିବାକୁ ନିଜର ଦଳର ନେତା ଓ କର୍ମୀମାନଙ୍କୁ କହିଥିଲା ବୋଲି ବିଜେପି ଦାବି କରିଥିଲା।

The post ବଢ଼ିଲା ବିଜେପିର ଅଡ଼ୁଆ: ଜେପି ନଡ୍ଡା, ସ୍ମୃତି ଇରାନୀ ଓ ସମ୍ବିତ ପାତ୍ରଙ୍କ ନାଁରେ ଏଫଆଇଆର appeared first on Odisha Reporter.



from Odisha Reporter https://ift.tt/3whH1o8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages