ସ୍ପୁଟନିକ ଟିକାର ଦର ଘୋଷଣା କଲା ଡକ୍ଚର ରେଡ୍ଡୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 14, 2021

ସ୍ପୁଟନିକ ଟିକାର ଦର ଘୋଷଣା କଲା ଡକ୍ଚର ରେଡ୍ଡୀ

ନୂଆଦିଲ୍ଲୀ: ମେଡ୍ ଇନ୍ ରୁଷିଆ ଟିକା ସ୍ପୁଟନିକ ଭିର ଦାମ ଘୋଷଣା ହୋଇଛି। ଭାରତରେ ଏହି ଟିକାର ପିରଚାଳନା ଦାୟିତ୍ୱରେ ଥିବା ହାଇଦ୍ରାବାଦର ଜକ୍ଚର ରେଡ୍ଡୀ ଏହି ଦର ଘୋଷଣା କରିଛି। ଗୋଟିଏ ଡୋଜର ଦାମ ୯୯୫ ଟଙ୍କା ରହିଛି। ଟିକାର ଦାମ୍ ୯୪୮ ଟଙ୍କା ଏଥିରେ ୫ ପ୍ରତିଶତ ଜିଏସଟି ମିଶାଇଲେ ଏହି ଦର ୯୯୫ ଟଙ୍କା ହେବ ବୋଲି କମ୍ପାନୀ ଘୋଷଣା କରିଛି। ହାଇଦ୍ରାବାଦରେ ପାଇଲଟ ପ୍ରୋଜେକ୍ଚ ଭାବରେ ଏହି ଟିକା ଦିଆଯାଇଥିବା ସୂଚନା ରହିଛି।

ଋଷିଆରୁ ଏହି ଟିକା ଆମଦାନୀ ହୋଇ ଭାରତରେ ମେ ୧ରେ ପହଞ୍ଚିଥିଲା। ଏହାପରେ ମେ ୧୩ରେ ଭାରତର ସେଣ୍ଟ୍ରାଲ ଡ୍ରଗ୍ସ ଲାବୋରୋଟରୀ ଏହି ଟିକାକୁ ଅନୁମତି ଦେଇଛି। ଏବେ ଏହି ଟିକା ଆମଦାନୀ ହୋଇଛି। ଆଗାମୀ ଦିନରେ ଭାରତରେ ତିଆରି ହେଲେ ଦର କମିବ ବୋଲି ସୂଚନା ରହିଛି। ଦେଶରେ କୋଭିଶିଲ୍ଟ, କୋଭାକ୍ସିନ ପରେ ତୃତୀୟ ଟିକା ଭାବରେ ଋଷିଆର ସ୍ପୁଟନିକ ଭି ଜରୁରୀକାଳୀନ ଭାବରେ ଅନୁମୋଦିତ ହୋଇଛି। ଏହି ଟିକା ଘରୋଇ ହସ୍ପିଟାଲରେ ଉପଲବ୍ଧ ହେବ ବୋଲି ସୂଚନା ରହିଛି।

ରୁଷିଆର କରୋନା ଟିକା ‘ସ୍ପୁଟନିକ୍ ଭି’ ୯୫% ସଫଳ। ଏହି ଟିକା ସବୁଠୁ ପ୍ରଭାବଶାଳୀ। ‘ସ୍ପୁଟନିକ୍ ଭି’ ଟିକା ନେବାର ୨୮ ଦିନ ପରେ ଏହାର ପରିଣାମ ୯୧.୪ ପ୍ରତିଶତ ସଫଳ ଥିଲା। ହେଲେ ୪୨ ଦିନ ପରେ ଏହା ୯୫% ସଫଳ ରହିଛି ବୋଲି ଗତବର୍ଷ ନଭେମ୍ୱର ୧୪ରେ ରୁଷିଆ ସରକାର କହିଥିଲେ। ଆଉ ଏହା ବିଶ୍ଵର ପ୍ରଥମ କରୋନା ଟିକା।

୨୦୨୦ ଅଗଷ୍ଟରେ ରୁଷିଆର ଗମାଲାୟା ବୈଜ୍ଞାନିକ ଗବେଷଣା କରି ଏହି ସ୍ପୁଟନିକ୍ ଭି ଟିକା ପ୍ରସ୍ତୁତ କରିଛନ୍ତି। ଏହି ଟିକା ପ୍ରଥମେ ଋଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ଝିଅଙ୍କ ଶରୀରରେ ପରୀକ୍ଷା କରାଯାଇଥିଲା। ସେ କରୋନାରେ ଆକ୍ରାନ୍ତ ଥିଲେ।

The post ସ୍ପୁଟନିକ ଟିକାର ଦର ଘୋଷଣା କଲା ଡକ୍ଚର ରେଡ୍ଡୀ appeared first on Odisha Reporter.



from Odisha Reporter https://ift.tt/3w64SqN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages