୧୭ରେ ସର୍ବଦଳୀୟ ବୈଠକ, କରୋନା ସ୍ଥିତିର ହେବ ସମୀକ୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 14, 2021

୧୭ରେ ସର୍ବଦଳୀୟ ବୈଠକ, କରୋନା ସ୍ଥିତିର ହେବ ସମୀକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟରେ ଲକ୍‌ଡାଉନ୍‌ କଟକଣା ୧୯ ତାରିଖ ପର୍ଯ୍ୟନ୍ତ ଲାଗୁ ହେବ ବୋଲି ଘୋଷଣା ହୋଇଥିବା ବେଳେ ଏହା ମଧ୍ୟରେ ନିୟନ୍ତ୍ରଣକୁ ଆସିନି କରୋନା ସ୍ଥିତି। ଏବେ ବି ରାଜ୍ୟରେ ଦୈନିକ  କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ଉପରେ ରହୁଥିବା ବେଳେ ମୃତ୍ୟୁ ସଂଖ୍ୟା ୨୦ ପାର୍‌ କରୁଛି। ଏପରି ସ୍ଥିତିରେ ଆଗକୁ କିପରି  କରୋନାର ମୁକାବିଲା କରାଯିବ, ତାକୁ ନେଇ ଆସନ୍ତା ୧୭ରେ ସର୍ବଦଳୀୟ ବୈଠକ ବସିବ ।

ବାଚସ୍ପତି  ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିବ ଏହି ସର୍ବଦଳୀୟ ବୈଠକ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସମସ୍ତ ବିଧାୟକ ଭର୍ଚୁଆଲରେ ଯୋଗଦେବେ । ରାଜ୍ୟରେ ବର୍ତ୍ତମାନର କରୋନା ସ୍ଥିତି କିପରି ରହିଛି, ତାହାର ମୁକାବିଲା ପାଇଁ ଋଣନୀତି ଏବଂ ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ପରବର୍ତ୍ତୀ ପଦକ୍ଷେପ ଆଦି ସମ୍ପର୍କରେ ସମୀକ୍ଷା ହେବ ବୋଲି ସୂଚନା ଦେଇଛନ୍ତି  ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର।

ସୂଚନାଯୋଗ୍ୟ, ରାଜ୍ୟରେ ଏବେ ଉପରମୁହାଁ ଥିବା ମହାମାରୀ ସବୁଦିନ ନୂଆ ରେକର୍ଡ କରୁଛି। ଆଜି ରାଜ୍ୟରେ ସର୍ବାଧିକ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବି ସବୁଠୁ ଅଧିକ ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବାଧିକ ୧୨,୩୯୦ ଆକ୍ରାନ୍ତ ଚିହ୍ନଟ  ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨୨ ଛୁଇଁଛି।

The post ୧୭ରେ ସର୍ବଦଳୀୟ ବୈଠକ, କରୋନା ସ୍ଥିତିର ହେବ ସମୀକ୍ଷା appeared first on Odisha Reporter.



from Odisha Reporter https://ift.tt/3tLpP8Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages