ଡରାଉଛି ଆନ୍ଧ୍ର ଷ୍ଟ୍ରେନ୍ ; ଅନ୍ୟ ଷ୍ଟ୍ରେନ୍‌ଠୁ ୧୦ରୁ ହଜାର ଗୁଣ ଅଧିକ ସଂକ୍ରାମକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 5, 2021

ଡରାଉଛି ଆନ୍ଧ୍ର ଷ୍ଟ୍ରେନ୍ ; ଅନ୍ୟ ଷ୍ଟ୍ରେନ୍‌ଠୁ ୧୦ରୁ ହଜାର ଗୁଣ ଅଧିକ ସଂକ୍ରାମକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବେଙ୍ଗଲ୍ ଷ୍ଟ୍ରେନ ପରେ ରାଜ୍ୟକୁ ଏବେ ଆନ୍ଧ୍ର ଷ୍ଟ୍ରେନ୍ ଡର । ଆନ୍ଧ୍ର ପଟୁ ଫେରୁଥିବା ପ୍ରବାସୀଙ୍କୁ  ନେଇ ବଢ଼ୁଛି ଚିନ୍ତା। ଫଳରେ ପଶ୍ଚିମବଙ୍ଗ ଓ ଆନ୍ଧ୍ର ସହ ଲାଗିଥିବା ଓଡ଼ିଶାର ୬ଟି ଜିଲ୍ଲାର ସୀମାକୁ ସିଲ୍ କରାଯାଇ କଡ଼ାକଡ଼ି ଯାଞ୍ଚ ଆରମ୍ଭ ହୋଇଛି।

ଆନ୍ଧ୍ର ଷ୍ଟ୍ରେନ୍ କ’ଣ ତାକୁ ନେଇ ସମସ୍ତଙ୍କ ମଧ୍ୟରେ ଏକ ପ୍ରକାର ଭୟ ବସା ବାନ୍ଧି ସାରିଥିବା ବେଳେ ପ୍ରକୃତରେ ଏହା କ’ଣ ତାକୁ ନେଇ ବି ଲାଗି ରହିଛି ଉତ୍ସୁକତା। ପ୍ରକୃତରେ ଏହି ଷ୍ଟ୍ରେନ୍ ନାଁ ରଖାଯାଇଛି N440K । ତେବେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ବହୁ ସଂଖ୍ୟାରେ କରୋନା ରୋଗୀ ଏହି ଷ୍ଟ୍ରେନ୍ ଦ୍ୱାରା ସଂକ୍ରମିତ ହୋଇଥିବାରୁ, ଏହାକୁ ଆନ୍ଧ୍ର ଷ୍ଟ୍ରେନ୍ କୁହାଯାଉଛି।

ଆନ୍ଧ୍ର ପ୍ରଦେଶର କର୍ନୁଲରେ ପ୍ରଥମେ ଏହି ଷ୍ଟ୍ରେନ୍ ଚିହ୍ନଟ ହୋଇଥିଲା । ଆନ୍ଧ୍ରପ୍ରଦେଶର କରୋନା ସଂକ୍ରମିତଙ୍କଠାରୁ ସଂଗୃହିତ  ଜିନୋମ୍‌ର ପ୍ରାୟ ଏକ ତୃତୀୟାଂଶରେ ଏହି ଷ୍ଟ୍ରେନ୍ ଠାବ ହୋଇଛି । ଅର୍ଥାତ୍ ଆନ୍ଧ୍ର ପ୍ରଦେଶର ପ୍ରତି ୧୦୦ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ହାରାହାରି ୩୪ ଜଣ ଏହି ଷ୍ଟ୍ରେନ୍ ଦ୍ୱାରା ସଂକ୍ରମିତ।

ଗବେଷଣାରୁ ଜଣାପଡ଼ିଛି, ଏହା କରୋନାର ଅନ୍ୟ ଷ୍ଟ୍ରେନ୍ ଅପେକ୍ଷା ୧୦ରୁ ହଜାର ଗୁଣ ଅଧିକ ସଂକ୍ରାମକ । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଫାଙ୍କି ପାରୁଥିବା ଜଣାପଡ଼ିଛି । ତେଣୁ ଏହି ଷ୍ଟ୍ରେନ ଦ୍ୱାରା ସଂକ୍ରମିତ ହେଲେ ଦେହରେ ଜଟିଳ ଲକ୍ଷଣ ମଧ୍ୟ ଦେଖାଦେବା ଆଶଙ୍କା ରହିଛି । ଦକ୍ଷିଣ ଭାରତରେ ଦ୍ରୁତ ଗତିରେ ବ୍ୟାପୁଥିବା ଏହି ଷ୍ଟ୍ରେନ୍ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ସହିତ ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ମଧ୍ୟ ଚିହ୍ନଟ ହୋଇଛି।

ଆନ୍ଧ୍ର ଷ୍ଟ୍ରେନ୍‌କୁ ନେଇ ଚିନ୍ତା ବଢ଼ିବା ପରେ ସଜାଗ ହୋଇଛନ୍ତି ରାଜ୍ୟ ସରକାର । ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆନ୍ଧ୍ରକୁ ସଂଯୋଗ କରିଥିବା ରାୟଗଡ଼ା ଜିଲ୍ଲାର ୧୩ଟି ପ୍ରବେଶ ପଥକୁ ପ୍ରଶାସନ ପକ୍ଷରୁ ସିଲ୍ କରିଦିଆଯାଇଛି। ସୀମାରେ ଗାଡ଼ିମୋଟରକୁ କଡ଼ାକଡ଼ି ଯାଞ୍ଚ କରାଯାଉଛି । ପରିଚୟ ପତ୍ର ଥିଲେ ଜରୁରୀ ସେବାରେ ଥିବା ଲୋକଙ୍କୁ ଛଡ଼ାଯାଉଛି ।

ଯେଉଁମାନେ ଆନ୍ଧ୍ରପଟୁ ଆସୁଛନ୍ତି ସେମାନଙ୍କ ଟିକାକରଣ ଓ ଆରଟିପିସିଆର୍ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ବରିଷ୍ଠ ଅଧିକାରୀଙ୍କ ସହ ଜିଲ୍ଲାପାଳ ନିଜେ ସୀମାରେ ସ୍ଥିତି ଅନୁଧ୍ୟାନ କରିବା ସହ କାର୍ଯ୍ୟରତ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।  ଆନ୍ଧ୍ରପଟୁ ଯେପରି କୌଣସି ସଂକ୍ରମିତ ବ୍ୟକ୍ତି ଓଡ଼ିଶା ନ ଆସିପାରନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

The post ଡରାଉଛି ଆନ୍ଧ୍ର ଷ୍ଟ୍ରେନ୍ ; ଅନ୍ୟ ଷ୍ଟ୍ରେନ୍‌ଠୁ ୧୦ରୁ ହଜାର ଗୁଣ ଅଧିକ ସଂକ୍ରାମକ appeared first on Odisha Reporter.



from Odisha Reporter https://ift.tt/3f0x5rY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages