ଶ୍ରୀନଗର: ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବାକୁ କହିଲେ ଗ୍ରେନେଡ ଫିଙ୍ଗୁଛନ୍ତି। ଜମ୍ମୁ କଶ୍ମୀରର ଶୋପିଆନରେ ଏଭଳି ଚିତ୍ର ଦେଖିବାକୁ ମିଳିଛି। ଆଉ ସୁରକ୍ଷାକର୍ମୀ ମଧ୍ୟ ଆତଙ୍କବାଦକୁ ମୁହଁତୋଡ ଜବାବ ଦେଇଛନ୍ତି। ଜମ୍ମୁ କଶ୍ମୀରର ଶୋପିଆନରେ ସୁରକ୍ଷା ବାହିନୀ ଏହି ଏନକାଉଣ୍ଟର କରିଛନ୍ତି। ଗୁରୁବାର ସକାଳେ ଦକ୍ଷିଣ କଶ୍ମୀରରେ ହୋଇଥିବା ଏହି ଏନକାଉଣ୍ଟରରେ ୩ ଆତଙ୍କବାଦୀ ସୁରକ୍ଷା ବାହିନୀର ଗୁଳିରେ ହତ୍ୟାର ଶିକାର ହୋଇଛନ୍ତି। ଖବର ଲେଖା ହେବା ବେଳକୁ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ଚାଲିଥିଲା। ଏହି ଏନକାଉଣ୍ଟରରେ ନିହତ ହୋଇଥିବା
ଆତଙ୍କବାଦୀମାନେ ଆତଙ୍କବାଦୀ ସଂଗଠନ ଅଲ-ବଦର (ଅଲ-ବଦର)ର ଜଣାପଡ଼ିଛି।। ଶୋପିଆନରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଏକ ନିର୍ଦ୍ଦିଷ୍ଟ ଇନପୁଟ୍ ଗତକାଲି ରାତିରେ ପାଇଥିଲା ସ୍ଥାନୀୟ ପୁଲିସ ଏବଂ ସୁରକ୍ଷା କର୍ମୀ। ପରେ ପୁଲିସ ଏବଂ ସେନା ମିଳିତ ଅପରେସନ୍ ଆରମ୍ଭ କରି ବୁଧବାର ରାତିରେ ଶୋପିଆନ୍ର କାନିଗାମ ଅଞ୍ଚଳକୁ ଘେରି ଯାଇଥିଲେ। ଆଉ ଏଥିରେ ୩-୪ ଆତଙ୍କବାଦୀ ସୁରକ୍ଷା ବଳର ଜାଲରେ ଫସି ଯାଇଥିଲେ। ଏହି ମିଳିତ ଅପରେସନ୍ ୪୪ ରାଷ୍ଟ୍ରିୟ ରାଇଫଲ୍ସ ଏବଂ SOG ଦ୍ୱାରା କରାଯାଇଛି।
ତେବେ ପୁଲିସ କହିଛି ଯେ ଆତଙ୍କବାଦୀମାନେ ଆତ୍ମସମର୍ପଣ କରିବାକୁ ପ୍ରବର୍ତ୍ତାଇବା ପାଇଁ ସେନା ଉଦ୍ୟମ ଜାରି ରଖିଛି। କଶ୍ମୀର ଜୋନ୍ ପଲିସ ଏ ବିଷୟରେ ସୂଚନା ଦେଇ କହିଛି ଯେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଶୋପିଆନ୍ର କିନିଗାମ ଅଞ୍ଚଳରେ ଘଟିଛି।
ସୂଚନାଯୋଗ୍ୟ, କଶ୍ମୀରରେ ଏବେ ପୂର୍ବ ବର୍ଷ ତୁଳନାରେ ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି। ଯାହାକୁ ଆତଙ୍କବାଦୀ ସଂଗଠନ ଗ୍ରହଣ କରିପାରୁ ନାହାନ୍ତି। ତେଣୁ ସେମାନେ ସ୍ଥାନୀୟ ଲୋକଙ୍କୁ ଆତଙ୍କବାଦରେ ସାମିଲ୍ କରିବା ପାଇଁ ବିଭିନ୍ନ ପ୍ରଲୋଭନ ଦେଖାଉଥିବା ସୂଚନା ରହିଛି। ଆଉ ସ୍ଥାନୀୟ ପ୍ରଶାସନ ମଧ୍ୟ ଆତଙ୍କବାଦରେ କେହି ସାମିଲ୍ ହେବା ଠିକ୍ ନୁହେଁ କହି ସଚେତନତା ବାର୍ତ୍ତା ମଧ୍ୟ ଦେଉଛି। ଏଥିପାଇଁ ଉପତ୍ୟକାରେ ସେନା ଏବଂ ସୁରକ୍ଷା କର୍ମୀ ବାରମ୍ବାର ମୁହାଁମୁହିଁ ହେଉଥିବା ସୂଚନା ରହିଛି। ପୁଲିସର ସୂଚନାନୁସାରେ, ଆତଙ୍କବାଦୀଙ୍କୁ ସୁରକ୍ଷା କର୍ମୀ ଘେରିଯିବା ପରେ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ। ହେଲେ ପ୍ରତିବଦଳରେ ଆତଙ୍କବାଦୀ ଗ୍ରେନେଡ ଫିଙ୍ଗିଥିଲେ। ଆଉ ସୁରକ୍ଷାକର୍ମୀ କଡ଼ା ଜବାବ ଦେବାକୁ ଯାଇ ସିଧା ଏନକାଉଣ୍ଟର କରିବାକୁ ବାଧ୍ୟ ହୋଇଥିଲେ ବୋଲି ସୂଚନା ରହିଛି।
The post ଆତ୍ମସମର୍ପଣ ବଦଳରେ ଗ୍ରେନେଡ ଫିଙ୍ଗିଲେ ଆତଙ୍କବାଦୀ, ସିଧା ଏନକାଉଣ୍ଟର appeared first on Odisha Reporter.
from Odisha Reporter https://ift.tt/3xSgUWi
No comments:
Post a Comment