୩୪ ବର୍ଷ କ୍ଷମତାରେ ଥିବା ବାମଦଳ ଏବେ ମୂଳପୋଛ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 2, 2021

୩୪ ବର୍ଷ କ୍ଷମତାରେ ଥିବା ବାମଦଳ ଏବେ ମୂଳପୋଛ

ନୂଆଦିଲ୍ଲୀ: କେରଳରେ ଇତିହାସ ସୃଷ୍ଟି କରି ବାମଦଳ ଯେତିକି ଖୁସି ହେଉଛି ବେଙ୍ଗଲର ମୂଳପୋଛ ହେବା ଘଟଣା ଦଳର ତଣ୍ଟିରେ ସେତିକି କଣ୍ଟା ହୋଇ ଲାଗିଛି। କଂଗ୍ରେସକୁ ହଟାଇ ବେଙ୍ଗଲରେ ବାମଦଳ ସରକାର ଗଠନ କରିଥିଲା। ପ୍ରଚଣ୍ଡ ବହୁମତ ସହ ଏଠାରେ ବାମଦଳ ଦୀର୍ଘ ୩୪ ବର୍ଷ ଧରି ଶାସନ ବି କରିଥିଲା। ହେଲେ ୨୦୧୧ରେ ବାମଦଳକୁ ହରାଇ ଟିଏମସି ନୂଆ ଖେଳାଳି ଭାବେ ମୈଦାନକୁ ଆସିଥିଲା ଓ ବେଙ୍ଗଲରେ କ୍ଷମତା ଦଖଲ କରିଥିଲା।

୩୪ ବର୍ଷ ପରେ କ୍ଷମତାରୁ ହଟିଥିଲେ ହେଁ ୨୦୧୧ରେ ବାମଦଳ ନିଜର କିଛି ଛାପ ଛାଡ଼ିଥିଲା। ୨୦୧୬ରେ ବି ଦଳ କମବ୍ୟାକ୍‌ କରିବାକୁ ଚେଷ୍ଟା କରିଥିଲା। ହେଲେ ୨୦୨୧ରେ କଂଗ୍ରେସ ସହ ମେଣ୍ଟ କରି ଲଢ଼ୁଥିବା ବାମଦଳ ସଂପୂର୍ଣ୍ଣ ମୂଳପୋଛ ହୋଇଯାଇଛି। କଂଗ୍ରେସ ଭଳି ବାମଦଳ ବେଙ୍ଗଲରେ ଡୁବି ଯାଇଛି। ପ୍ରାୟ ସବୁ ଆସନରେ ବାମଦଳ ସହ ମେଣ୍ଟ କରିଥିବା ଦଳଗୁଡ଼ିକ ମିଳିତ ଭାବେ ପ୍ରାର୍ଥୀ ଦେଇଥିଲେ। ହେଲେ ଜଣେ ହେଲେ ବି କେହି ବି ଜିତି ପାରିନାହାନ୍ତି। ବରଂ ମେଣ୍ଟରେ ସାମିଲ ନ ଥିବା ଦୁଇ ସ୍ୱାଧୀନ ପ୍ରାର୍ଥୀ ବେଙ୍ଗଲ ବିଧାନସଭା ନିର୍ବାଚନରେ ବାଜିମାତ କରିଛନ୍ତି।

୨୦୧୬ ନିର୍ବାଚନକୁ ବିଚାରକୁ ନେଲେ ସିପିଏମ ୧୪୮ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ମାତ୍ର ୨୬ଟିରେ ଜିତିଥିଲା। ସେହିପରି ସିପିଆଇ ଖାତକୁ ଗୋଟିଏ ଆସନ ଜିତିଥିଲା। କଂଗ୍ରେସ ୯୨ଟି ଆସନରେ ପ୍ରାର୍ଥୀ ଦେଇ ୪୪ଟିରେ ଜିତିଥିଲା। ୨୦୧୧ରେ ବାମଦଳ କ୍ଷମତାରୁ ହଟିଥିଲା। ଏହି ବିଧାନସଭା ନିର୍ବାଚନରେ ସିପିଏମ ୪୦ଟି ଆସନ ଜିତିଥିଲା। ଏହାର ଅର୍ଥ ପୂର୍ବ ବିଧାନସଭା ତୁଳନାରେ ଦଳକୁ ୧୩୬ଟି ଆସନ ହରାଇବାକୁ ପଡ଼ିଥିଲା।

ସିପିଆଇ ୨ଟିରେ ଜିତିଥିବା ବେଳେ କଂଗ୍ରେସ ପୂର୍ବ ବିଧାନସଭା ତୁଳନାରେ ଅଧିକ ୨୧ଟି ଆସନ ଜିତି ନିଜ ସଂଖ୍ୟାକୁ ୪୨ରେ ପହଞ୍ଚାଇଥିଲା। ୨୦୨୧ରେ ବାମଦଳ ସହ ମେଣ୍ଟ କରି କଂଗ୍ରେସ କିଛି ଭୁଲ କଲା କି ବୋଲି ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। କାରଣ ୨୦୧୧ରେ ୪୨ଟି ଆସନ ଜିତିଥିବା କଂଗ୍ରେସ ୨୦୧୬ରେ ୪୪ଟି ଆସନ ଜିତିଥିଲା। ଅର୍ଥାତ ଦଳ ୨ଟି ଅଧିକ ଆସନ ଜିତିଥିଲା। ହେଲେ ଦଳ ହଠାତ୍‌ ୨୦୨୧ରେ ମୂଳପୋଛ ହୋଇଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

କେରଳରେ କଂଗ୍ରେସ ବାମଦଳ ବିପକ୍ଷରେ ନିର୍ବାଚନ ଲଢ଼ୁଥିବା ବେଳେ ବେଙ୍ଗଲରେ ଉଭୟ ଏକାଠୀ ହେବା ଘଟଣାକୁ ବେଙ୍ଗଲବାସୀ ମଧ୍ୟ ଠିକ୍‌ ଭାବେ ଗ୍ରହଣ କରି ନଥିଲେ। ଖାସ୍‌ ଏହି କାରଣ ପାଇଁ ବାମଦଳ ସହ କଂଗ୍ରେସକୁ ମଧ୍ୟ ଲୋକେ ପ୍ରତ୍ୟାଖ୍ୟାନ କରିଥିବା ରାଜନୀତିକ ପଣ୍ଡିତମାନେ କହିଛନ୍ତି।

ବାମଦଳର ପ୍ରଦର୍ଶନକୁ ଦେଖିଲେ ଗୋଟିଏ କଥା ଜଣାପଡ଼ୁଛି ଯେ ଏହାର ପତନ ୨୦୧୧ରୁ ଆରମ୍ଭ ହୋଇଯାଇଥିଲା। ୧୦ ବର୍ଷ ଭିତରେ ଦଳ ପୂରା ମୂଳପୋଛ ହୋଇଯାଇଛି।

ଅନ୍ୟପକ୍ଷରେ କେରଳରେ ବାମଦଳ ନିଜର ଅସ୍ଥିତ୍ୱ ବଜାୟୀ ରଖିଛି। ୧୯୮୭ରେ କଂଗ୍ରେସର କେ କରୁଣାକରନ ପରାସ୍ତ ହେବା ପରେ କେରଳରେ ପ୍ରତି ୫ ବର୍ଷରେ ଥରେ ସରରକାର ବଦଳୁଥିଲା। ୧୯୮୭ରୁ ୨୦୧୬ ମଧ୍ୟରେ କୌଣସି ଦଳ କ୍ରମାଗତ କ୍ଷମତା ଦଖଲ କରିପାରି ନଥିଲେ।

ହେଲେ ପି ବିଜୟନ ଏହି ପରମ୍ପରାକୁ ଭାଙ୍ଗି ଦ୍ୱିତୀୟ ଥର କ୍ଷମତା ଦଖଲ କରିଛନ୍ତି। ଏହାବାଦ ତାମିଲନାଡୁରେ ମଧ୍ୟ ଦଳକୁ ସାମାନ୍ୟ ସଫଳତା ମିଳିଛି। କିଛି ହାତ ଗଣତି ଆସନରେ ବାମଦଳ ଏମକେ ଷ୍ଟାଲିନଙ୍କ ଡିଏମକେ ସହ ମିଶି ନିର୍ବାଚନ ଲଢ଼ୁଥିଲା। ଡିଏମକେ ଏଠାରେ ସରକାର ଗଠନ କରିବାକୁ ଯାଉଥିବାରୁ ବାମଦଳ ମଧ୍ୟ ଏଥିରେ ସାମିଲ ହେବ।

The post ୩୪ ବର୍ଷ କ୍ଷମତାରେ ଥିବା ବାମଦଳ ଏବେ ମୂଳପୋଛ appeared first on Odisha Reporter.



from Odisha Reporter https://ift.tt/2ShT1Hv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages