୬ ଦିନ ପରେ ୧୦ ତଳକୁ ଖସିଲା, ୨ ଜିଲ୍ଲାରୁ ୫ ଜଣ ଆଖି ବୁଜିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 2, 2021

୬ ଦିନ ପରେ ୧୦ ତଳକୁ ଖସିଲା, ୨ ଜିଲ୍ଲାରୁ ୫ ଜଣ ଆଖି ବୁଜିଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏପ୍ରିଲ୍ ୨୭ ତାରିଖ ଠାରୁ ରାଜ୍ୟରେ ପ୍ରତ୍ୟେକ ଦିନ ୧୦ କିମ୍ବା ତା’ଠାରୁ ଅଧିକ ଲୋକଙ୍କର କରୋନାରେ ମୃତ୍ୟୁ ଘଟିଥିବା ବେଳେ ଆଜି ଏଥିରେ ଲାଗିଛି ବ୍ରେକ୍‌। ଆଜି ଆସିଥିବା ରିପୋର୍ଟ ଅନୁଯାୟୀ କରୋନାରେ ରାଜ୍ୟରେ ଆଉ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟ ସଂଖ୍ୟା ୨୦୭୩କୁ ବୃଦ୍ଧି ପାଇଛି।

ଏହି ୫ ଜଣଙ୍କ ମଧ୍ୟରୁ ଦୁଇ ଜଣ ଖୋର୍ଦ୍ଧା ଜିଲ୍ଲାର ଓ ତିନି ଜଣ ସୁନ୍ଦରଗଡ଼ ଜିଲ୍ଲାର। ଆଉ ୨ ଜଣଙ୍କ ମୃତ୍ୟୁ ଘଟିବା ପରେ ଖୋର୍ଦ୍ଧା ଜିଲ୍ଲାରେ କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୩୬୫ ହୋଇଯାଇଛି, ଯାହା ରାଜ୍ୟରେ ସର୍ବାଧିକ।

ସେହିପରି ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୩ ଜଣଙ୍କ ମୃତ୍ୟୁ ଘଟିବା ସହିତ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୬ ହୋଇଛି।

ଗଞ୍ଜାମ ଜିଲ୍ଲାରେ କରୋନାରେ ଏଯାବତ ୨୬୦ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ କଟକରେ ୧୪୬ ଓ ପୁରୀରେ ୧୨୬ ଜଣଙ୍କ ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୮,୯୧୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୨୫୮ ଜଣ ଅଛନ୍ତି।

The post ୬ ଦିନ ପରେ ୧୦ ତଳକୁ ଖସିଲା, ୨ ଜିଲ୍ଲାରୁ ୫ ଜଣ ଆଖି ବୁଜିଲେ appeared first on Odisha Reporter.



from Odisha Reporter https://ift.tt/33d65ju

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages