ଚେନ୍ନାଇ: ତାମିଲନାଡୁର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ପୂର୍ବତନ ମନ୍ତ୍ରୀଙ୍କ ନାଁରେ ଆଣିଲେ ସଙ୍ଗୀନ ଅଭିଯୋଗ। ପୂର୍ବତନ ମନ୍ତ୍ରୀ ତଥା ଏଆଇଡିଏମ୍କେ ନେତା ଡକ୍ଟର ମଣିକନ୍ଦନଙ୍କ ନାଁରେ ଯୌନ ଶୋଷଣ, ବ୍ଲାକମେଲିଂ, ପ୍ରତାରଣା ଭଳି ସେ ଅଭିଯୋଗ ଆଣିଛନ୍ତି । ଏହାପରେ ଚେନ୍ନାଇ ପୁଲିସ ଆଇଡିଏମ୍କେ ନେତାଙ୍କ ବିରୋଧ ଏକ ମାମଲା ରୁଜୁ କରିଛି ।
ଅଭିଯୋଗ ମୁତାବକ, ୩୬ ବର୍ଷୀୟ ଅଭିନେତ୍ରୀଙ୍କ ସହ ମଣିକନ୍ଦନଙ୍କ ସମ୍ପର୍କ ଗତ ୨୦୧୭ରୁ ରହିଆସିଛି। ସେହି ସମୟରେ ମଣିକନ୍ଦନ ଅଭିନେତ୍ରୀଙ୍କୁ ବିବାହ କରିବା ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। କିନ୍ତୁ ପରେ ବିବାହ ପାଇଁ ଯେତେବେଳେ ଅଭିନେତ୍ରୀ ଜଣକ ଚାପ ପକାଇଲେ ସତେବେଳେ ମଣିକନ୍ଦନ ତାଙ୍କୁ ବିବାହ କରିବାକୁ ସଫା ମନା କରିଦେଇଥିବା ଅଭିଯୋଗ ହୋଇଛି।
ଟାଇମ୍ ନାଓର ରିପୋର୍ଟ ମୁତାବକ, ଏହି ପୂର୍ବତନ ମନ୍ତ୍ରୀ ଜଣକ ଜୋର ଜବରଦସ୍ତ ଗର୍ଭପାତ କରାଇଥିବା ମଧ୍ୟ ଅଭିନେତ୍ରୀ ଜଣକ କହିଛନ୍ତି । କେବଳ ସେତିକି ନୁହେଁ ଯଦି ତାଙ୍କ(ଏଆଇଡିଏମ୍କେ ନେତା) ନାଁରେ ସେ ଅଭିଯୋଗ କରିବେ ତେବେ ତାଙ୍କର(ଅଭିନେତ୍ରୀ) କିଛି ଅନ୍ତରଙ୍ଗ ଫଟୋକୁ ସୋଶାଲ ମିଡିଆରେ ଭାଇରାଲ କରିବା ସହ ଜୀବନରେ ମାରିଦେବାକୁ ଏହି ନେତା ଜଣକ ଧମକ ଦେଇଥିବା ଅଭିନେତ୍ରୀ କହିଛନ୍ତି।
ସେପଟେ କିନ୍ତୁ ଏହି ଅଭିଯୋଗକୁ ନେଇ ନେତା ମଣିକନ୍ଦନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ଅନ୍ୟପଟେ ଅଭିନେତ୍ରୀ ଜଣକ ପ୍ରମାଣ ସ୍ୱରୂପ ମଣିକନ୍ଦନଙ୍କ ସହ ତାଙ୍କର ଅନେକ ଫଟୋ ପୁଲିସକୁ ଦେଇଛନ୍ତି। ପୁଲିସ ଅଭିଯୋଗ ଅନୁସାରେ ମାମଲାର ତଦନ୍ତ ଜାରି ରଖିଛି।
The post ପୂର୍ବତନ ମନ୍ତ୍ରୀଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ ଆଣିଲେ ଅଭିନେତ୍ରୀ appeared first on Odisha Reporter.
from Odisha Reporter https://ift.tt/34thgW6
No comments:
Post a Comment