ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜୁନ୍ ୧ରୁ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଆରମ୍ଭ ହେବ ଅନ୍ଲାଇନ୍ କ୍ଲାସ୍। ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି।
ଏହି ନିର୍ଦ୍ଦେଶନାମା ଅନୁଯାୟୀ, ଖରା ଛୁଟି ପରେ ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜ ଗୁଡ଼ିକରେ ଅନ୍ଲାଇନ୍ କ୍ଲାସ୍ ଆରମ୍ଭ ହେବ। ବର୍ତ୍ତମାନ ଶ୍ରେଣୀ ଗୃହରେ ପାଠପଢ଼ା ସମ୍ଭବ ନୁହେଁ। ସେହିପରି ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ହଷ୍ଟେଲ ଗୁଡ଼ିକ ବନ୍ଦ ରହିବ ବୋଲି ଏଥିରେ କୁହାଯାଇଛି।
ପରୀକ୍ଷା ସଂପର୍କରେ ମଧ୍ୟ ଉଚ୍ଚ ଶିକ୍ଷା ବିଭାଗ ସ୍ପଷ୍ଟ କରି ଦେଇଛି। ବିଭାଗ ପକ୍ଷରୁ କୁହାଯାଇଛି ୟୁଜିସିର ନିଷ୍ପତ୍ତି ସଂପର୍କରେ ସୂଚନା ପାଇବା ପରେ ପରୀକ୍ଷା ନେଇ ଛାତ୍ରଛାତ୍ରୀଙ୍କୁ ଜଣାଇ ଦିଆଯିବ।
ସୂଚନାଯୋଗ୍ୟ, ରାଜ୍ୟରେ କରୋନା ମହାମାରୀର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ମାମଲା ବୃଦ୍ଧି ପାଇବା ପରେ ରାଜ୍ୟ ସରକାର ଚଳିତ ମାସ ପ୍ରଥମ ସପ୍ତାହରେ ସମସ୍ତ ଶିକ୍ଷାନୁଷ୍ଠାନକୁ ତତ୍କାଳ ପ୍ରଭାବରୁ ବନ୍ଦ କରିଦେଇଥିଲେ। ତା’ସହିତ ମେ’ ୩୧ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଛୁଟି ଘୋଷଣା କରିଥିଲେ।
Schedule of examination will be communicated soon after getting information about UGC’s decision.
— ଉଚ୍ଚଶିକ୍ଷା ବିଭାଗ, ଓଡିଶା ସରକାର (@DHE_Odisha) May 29, 2021
The post ଜୁନ୍ ୧ରୁ କଲେଜ ଓ ବିଶ୍ୱବିଦ୍ୟାଳୟରେ ହେବ ଅନ୍ଲାଇନ୍ କ୍ଲାସ୍ appeared first on Odisha Reporter.
from Odisha Reporter https://ift.tt/3p33BhL
No comments:
Post a Comment