ଦ୍ୱିତୀୟ ଟିକା ନେବା ନିୟମରେ ପରିବର୍ତ୍ତନ ପାଇଁ ପ୍ରସ୍ତାବ, ଜାଣନ୍ତୁ କ’ଣ ରହିଛି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 13, 2021

ଦ୍ୱିତୀୟ ଟିକା ନେବା ନିୟମରେ ପରିବର୍ତ୍ତନ ପାଇଁ ପ୍ରସ୍ତାବ, ଜାଣନ୍ତୁ କ’ଣ ରହିଛି?

ନୂଆଦିଲ୍ଲୀ: ଦେଶରେ କୋଭିଶିଲ୍ଡ ଟିକାର ଚାହିଦା ତୁଳନାରେ କମ୍ ଟିକା ଉପଲବ୍ଧ ହେଉଛି। ଏହାରି ଭିତରେ କେନ୍ଦ୍ର ସରକାରଙ୍କ ବିଶେଷଜ୍ଞ କମିଟି ଏକ ପ୍ରସ୍ତାବ ଦେଇଛି। ଯେଉଁଥିରେ କୁହାଯାଇଛି ଯେଉଁମାନେ କୋଭିଶିଲ୍ଟ ଟିକାର ପ୍ରଥମ ଡୋଜ ନେଇଛନ୍ତି ସେମାନେ ଦ୍ୱିତୀୟ ଟିକା ୧୨ରୁ ୧୬ ସପ୍ତାହ ପରେ ନେବା ଦରକାର। ଅର୍ଥାତ୍ ପ୍ରଥମ ଟିକା ଓ ଦ୍ୱିତୀୟ ଟିକାର ଅବଧି ଚାରି ମାସ ପରେ। ଏବେ ଏହା ୬ରୁ ୮ ସପ୍ତାହ ଥିଲା।

ତେବେ ଯେଉଁମାନେ କୋଭାକ୍ସିନ ନେଇଛନ୍ତି ସେମାନଙ୍କ କ୍ଷେତ୍ରରେ କୌଣସି ପରିବର୍ତ୍ତନ କରି ନାହାନ୍ତି ସରକାର। ଏବେ କୋଭାକ୍ସିନର ଦ୍ୱିତୀୟ ଡୋଜ ଜଣେ ୬ ସପ୍ତାହ ପରେ ନେବ ବୋଲି ନିୟମ ରହିଛି। ସରକାରଙ୍କ ନ୍ୟାଶନାଲ ଟେକ୍ନିକାଲ ଆଡଭାଇଜରି ଗ୍ରୁପ ଅଫ୍ ଇମ୍ୟୁନାଇଜେସନ ସରକାରଙ୍କୁ ଏହି ପରାମର୍ଶ ଦେଇଛି। ଏହି ଏହି ପ୍ରସ୍ତାବ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପାଖକୁ ଯାଇଛି। ଚୂଡ଼ାନ୍ତ ନିଷ୍ପତ୍ତି ଆସିବାକୁ ଆଉ ଦିନେ ଦୁଇ ଦିନ ଲାଗିବ।

କଣ ପରାମର୍ଶ ଦେଇଛି ଏହି ବିଶେଷଜ୍ଞ କମିଟି?

  • ଜଣେ କୋଭିଡରୁ ଆରୋଗ୍ୟ ହେବା ପରେ ବିଶେଷଜ୍ଞ କହିଛନ୍ତି ୬ ମାସ ପରେ ଟିକା ନେବା ଦରକାର। ପୂର୍ବରୁ ୧୪ ଦିନ ପରେ ଟିକା ନେଇପାରିବେ ବୋଲି ନିୟମ ଥିଲା।
  • ଯେଉଁମାନେ ଟିକା ନେବା ପରେ ଆକ୍ରାନ୍ତ ହୋଇଛନ୍ତି ସେମାନେ ୧୪ ଦିନ ପରେ ଟିକା ନେବା ଦରକାର। ଏବେ ୪-୮ ସପ୍ତାହ ପରେ ଦ୍ୱିତୀୟ ଟିକା ନେବାକୁ ନିୟମ ରହିଛି।
  • ପ୍ଲାଜମା ଥେରାପି ଦ୍ୱାରା ଆରୋଗ୍ୟ ହେଉଥିବା ଆକ୍ରାନ୍ତ ୧୨ ସପ୍ତାହ ପରେ ଟିକା ନେବା ଉଚିତ୍। ପୂର୍ବରୁ ଏହାର କୌଣସି ନିର୍ଦ୍ଦିଷ୍ଟ ନିୟମ ନାହିଁ। କରୋନାରୁ ଆରୋଗ୍ୟ ହେବାର ୧୪ ଦିନ ପରେ ଜଣେ ଟିକା ନେଇପାରିବେ।
  • ଯେଉଁମାନେ ଗୁରୁତର ରୋଗରେ ପୀଡିତ ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସେମାନେ ଆରୋଗ୍ୟ ହେବାର ୪ ରୁ ୮ ସପ୍ତାହ ପରେ ଟିକା ନେବା ଉଚିତ୍।
  • ଟିକାକରଣ ପୂର୍ବରୁ ଆଣ୍ଟିଜେନ୍ ପରୀକ୍ଷଣର କୌଣସି ଆବଶ୍ୟକତା ନାହିଁ। ଟିକାକରଣ କେନ୍ଦ୍ରରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ପାଳନା କରିବା ଦରକାର।
  • କୋଭିଶିଲ୍ଡ ଟିକାର ଦୁଇ ଡୋଜ୍ ମଧ୍ୟରେ ୧୨-୧୬ ସପ୍ତାହ ମଧ୍ୟରେ ଗ୍ୟାପ ରହିବା ଦରକାର। ଏବେ ଏହି ବ୍ୟବଧାନ ୪-୮ ସପ୍ତାହ ରହିଛି। ଲାନସେଟର ରିପୋର୍ଟ ଅନୁଯାୟୀ ୧୨ ସପ୍ତାହ ବ୍ୟବଧାନରେ ଟିକାକରଣର ପ୍ରଭାବ ୮୧.୩ ପ୍ରତିଶତ ବୃଦ୍ଧି ପାଇବ। ୟୁକରେ ଏହି ପ୍ରୋଟୋକଲ୍ ଅନୁସରଣ କରାଯାଉଛି।
  • ଗର୍ଭବତୀ ତଥା ଛୁଆକୁ କ୍ଷୀର ଖୁଆଉଥିବା ମହିଳାଙ୍କୁ ଟିକା ନେବାର ଉପକାରିତା ବାବଦରେ ଅବଗତ କରାଯିବା ଦରକାର। କିନ୍ତୁ ଟିକା ନେବା ନିଷ୍ପତ୍ତି ସେମାନଙ୍କର ନିଜସ୍ୱ ହେବା ଉଚିତ। କିନ୍ତୁ ଏବେଯାଏ ଏହି ବର୍ଗର ମହିଳାଙ୍କୁ ଟିକା ନେବାକୁ ଅନୁମତି ଦେଇ ନାହାନ୍ତି ସରକାର।

The post ଦ୍ୱିତୀୟ ଟିକା ନେବା ନିୟମରେ ପରିବର୍ତ୍ତନ ପାଇଁ ପ୍ରସ୍ତାବ, ଜାଣନ୍ତୁ କ’ଣ ରହିଛି? appeared first on Odisha Reporter.



from Odisha Reporter https://ift.tt/3y6N0xU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages