ସୋନୁଙ୍କୁ ରେମଡିସିଭିର ମାଗିଲେ ହରଭଜନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 13, 2021

ସୋନୁଙ୍କୁ ରେମଡିସିଭିର ମାଗିଲେ ହରଭଜନ

ମୁମ୍ବାଇ: ସାରା ଦେଶରେ ଆତଙ୍କ ଖେଳାଇଛି ମହାମାରୀ କରୋନା । ଚାରିଆଡେ ଏହି ମାରାତ୍ମକ ଭାଇରସକୁ ନେଇ ହାହାକାର ଲାଗି ରହିଛି । କେଉଁଠି ହସ୍ପିଟାଲରେ ବେଡ୍ ଅଭାବ ତ ଆଉ କେଉଁଠି ଅକ୍ସିଜେନ । ଏଭଳି ସ୍ଥିତିରେ ବଲିଉଡ ଅଭିନେତା ସୋନୁ ସୁଦ ଆଗକୁ ଆସି ଅନେକ ଲୋକଙ୍କ ସହାୟତା କରୁଛନ୍ତି । ଲୋକେ ତାଙ୍କୁ ସହାୟତା ମଧ୍ୟ ମାଗୁଛନ୍ତି । ଏହି ତାଲିକାରେ ଏବେ କ୍ରିକେଟର ହରଭଜନ ସିଂହଙ୍କ ନାଁ ସାମିଲ ହୋଇଛି ।

ହରଭଜନ ଟୁଇଟ୍ କରି ସୋନୁଙ୍କୁ ରେମଡିସିଭିର ମାଗିଛନ୍ତି । ସେ ଟୁଇଟ୍ କରି କହିଛନ୍ତି, “ଗୋଟିଏ ରେମଡିସିଭିର ଇଞ୍ଜେକସନର ଆବଶ୍ୟକତା ରହିଛି । ହସ୍ପିଟାଲର ନାଁ ବସପ୍ପା ଏବଂ ଏହା କର୍ଣ୍ଣାଟକରେ ଅବସ୍ଥିତ ।”

ହରଭଜନଙ୍କ ଏହି ଟୁଇଟ୍ କିଛି ଘଣ୍ଟା ମଧ୍ୟରେ ହିଁ ଟ୍ରେଣ୍ଡ କରିବାକୁ ଲାଗିଥିଲା । ଏହା ପରେ ଅନେକ ଲୋକେ ଇଞ୍ଜେକସନ ଯୋଗାଡ କରିବା ପାଇଁ ପ୍ରୟାସ କରୁଥିବା ଉତ୍ତର ଦେଇଥିଲେ । କିନ୍ତୁ ସୋନୁ ସୁଦ ପୁଣି ଥରେ ସେ ରିଆଲ ହିରୋ ବୋଲି ପ୍ରମାଣିତ କରିଦେଇଛନ୍ତି । ହରଭଜନଙ୍କ ଟଇଟ୍‌ର ପ୍ରତିକ୍ରିୟା ଦେଇ ସୋନୁ କହିଛନ୍ତି, “ଭଜି… ଡେଲିଭର ହୋଇଯିବ ।” ସୋନୁଙ୍କ ଏହି ସହାୟତା ପାଇଁ ହରଭଜନ ତାଙ୍କୁ ଧନ୍ୟବାଦ ଦେଇଛନ୍ତି ।

ମହାମାରୀ ସମୟରେ ସୋନୁ ସୁଦ ଲଗାତାର ଲୋକଙ୍କ ପାଇଁ ଅକ୍ସିଜେନ, ବେଡ୍ ଓ ରେମଡିସିଭିର ଇଂଜେକସନ ଉପଲବ୍ଧ କରାଇବାରେ ଲାଗିପଡିଛନ୍ତି । ଅନେକ ଆବଶ୍ୟକତା ଥିବା ଲୋକଙ୍କୁ ସହାୟତା କରିଚାଲିଛନ୍ତି । ଲୋକେ ସୋନୁଙ୍କ ସହାୟତା ପାଇଁ ତାଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଉଛନ୍ତି ।

The post ସୋନୁଙ୍କୁ ରେମଡିସିଭିର ମାଗିଲେ ହରଭଜନ appeared first on Odisha Reporter.



from Odisha Reporter https://ift.tt/33Gwbfk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages