କାଳ ହେଲା ଖରାପ ପାଗ, ନେଇଗଲା ୨୧ ଧାବକଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 23, 2021

କାଳ ହେଲା ଖରାପ ପାଗ, ନେଇଗଲା ୨୧ ଧାବକଙ୍କ ଜୀବନ

ବେଜିଂ: ଖରାପ ପାଗ କାରଣରୁ ଚାଲିଗଲା ୨୧ ଜଣ ଧାବକଙ୍କ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଚାଇନାରେ। ଏହି ୨୧ ଜଣ ଧାବକ ଚାଇନାରେ ଆୟୋଜିତ ୧୦୦ କିଲୋମିଟର କ୍ରସ୍ କଣ୍ଟ୍ରୀ ମାଉଣ୍ଟେନ ରେସରେ ଭାଗ ନେଇଥିଲେ । ହେଲେ ହଠାତ୍ କୁଆପଥର, ତୁଷାରପାତ ଏବଂ ପ୍ରବଳ ପବନ ମାଡ଼ି ଯାଇଥିଲା, ଯେଉଁଥିରେ ଏହି  ୨୧ ଜଣଙ୍କର ମୃତ୍ୟୁ ଘଟିଛି। ତେବେ କିଛି ନିଖୋଜ ଥିବା ଖବର ମିଳିଛିତ। ନିଖୋଜ ମଧ୍ୟରୁ ଜଣଙ୍କୁ ସକାଳ ୯:୩୦ରେ ଉଦ୍ଧାର କରାଯାଇଥିଲା, କିନ୍ତୁ ତାଙ୍କ ଶରୀରର ସବୁ ଅଙ୍ଗ କାମ ବନ୍ଦ କରିଦେଇଛି।

ଗାନସୁ ପ୍ରଦେଶର ବେୟିନ୍ ସହର ନିକଟରେ ଥିବା ୟେଲୋ ନଦୀର ଅତ୍ୟଧିକ ଉଚ୍ଚତା ବିଶିଷ୍ଟ ଜଙ୍ଗଲରେ ଅନୁଷ୍ଠିତ ଏହି ରେସରେ ହଠାତ୍ ଖରାପ ପାଗର କଳା ସାୟା ଦେଖା ଦେଇଥିଲା। ଏ ନେଇ ବେୟିନ୍ ସହରର ମେୟର ଝାଙ୍ଗ ଜୁଚେନ କହିଛନ୍ତି, ” ଦୌଡ଼ର ୨୦ ରୁ ୩୧ କିଲୋମିଟର ଉଚ୍ଚତା ଭିତରେ ହଠାତ୍ ପାଗ ବିଗିଡ଼ି ଯାଇଥିଲା । ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ କୁଆପଥର ବର୍ଷା ଏବଂ ତୁଷାରପାତ ସାଙ୍ଗକୁ ପ୍ରବଳ ପବନ ଆରମ୍ଭ ହୋଇଥିଲା। ଏହାଦ୍ୱାରା ତାପମାତ୍ରା ଲଗାତର ହ୍ରାସ ପାଇଥିଲା।

ସେ କହିଛନ୍ତି ଯେ କିଛି ଅଂଶଗ୍ରହଣକାରୀଙ୍କ ଠାରୁ ବାର୍ତ୍ତା ପାଇବା ପରେ ମାରାଥନ୍ ଆୟୋଜକମାନେ ଏକ ଉଦ୍ଧାରକାରୀ ଦଳ ସେଠାକୁ ପଠାଇଥିଲେ, ଯେଉଁମାନେ ୧୮ ଜଣଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ଝାଙ୍ଗ୍ କହିଛନ୍ତି ଯେ ଅପରାହ୍ନ ପ୍ରାୟ ୨ଟା ସମୟରେ ହଠାତ୍ ପାଗ ଖରାପ ହୋଇଥିଲା। ଯାହା ପରେ ରେସକୁ ତୁରନ୍ତ ବାତିଲ କରିଦିଆଗଲା। ପରିସ୍ଥିତିକୁ ଦେଖି ସ୍ଥାନୀୟ କର୍ତ୍ତୃପକ୍ଷ ତୁରନ୍ତ ସହାୟତା ପାଇଁ ଉଦ୍ଧାରକାରୀ ଦଳ ପଠାଇଥିଲେ। ଝାଙ୍ଗ କହିଛନ୍ତି ଯେ ୮ ଜଣ ଧାବକ ସାମାନ୍ୟ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ତେବେ ସରକାରୀ ନ୍ୟୁଜ୍ ଏଜେନ୍ସି ଶିନହୁଆ ପୂର୍ବରୁ ରିପୋର୍ଟ କରିଥିଲା ଯେ ଖରାପ ପାଗ ଯୋଗୁଁ କିଛି ଧାବକ ହାଇପୋଥର୍ମିଆରେ ପୀଡିତ ଥିଲେ। ନ୍ୟୁଜ୍ ଏଜେନ୍ସି କହିଛି ଯେ ପାହାଡ଼ିଆ ଅଞ୍ଚଳରେ ତାପମାତ୍ରା ରାତିରେ ଆହୁରି କମିଥିଲା, ଯାହାଦ୍ୱାରା ଉଦ୍ଧାର କାର୍ଯ୍ୟ ଅଧିକ କଷ୍ଟକର ହୋଇଥିଲା।

ଏଜେନ୍ସି ଏକ ବିବୃତ୍ତିରେ କହିଛି ଯେ ରବିବାର ସକାଳ ୩ଟା ସୁଦ୍ଧା ୧୫୧ ଜଣ ଲୋକ ସୁରକ୍ଷିତ ଉଦ୍ଧାର ହୋଇଥିବା ସୂଚନା ମିଳିଛି। ସେଥିମଧ୍ୟରୁ ପାଞ୍ଚଜଣଙ୍କୁ ସାମାନ୍ୟ ଆଘାତ ହୋଇଛି ଏବଂ ସେମାନେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ନ୍ୟୁଜ୍ ଏଜେନ୍ସି ଅନୁସାରେ ଏହି ରେସରେ ମୋଟ ୧୭୨ ଲୋକ ଭାଗ ନେଉଥିଲେ ।

The post କାଳ ହେଲା ଖରାପ ପାଗ, ନେଇଗଲା ୨୧ ଧାବକଙ୍କ ଜୀବନ appeared first on Odisha Reporter.



from Odisha Reporter https://ift.tt/3oDMS4E

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages