ଚାନ୍ଦବାଲି (ବାସୁଦେବ ଦାସ): କରୋନା ଭୟରେ ପୁଅ ଛୁଇଁଲାନି ବାପାର ମୃତଦେହ। ତେଣୁ ଅନ୍ତିମ ସତ୍କାର ପାଇଁ ଆଗେଇ ଆସିଲେ ତହସିଲଦାର ଓ ବିଡିଓ। ଭଦ୍ରକ ଜିଲ୍ଲାରେ ଘଟିଛି ଏହି ଘଟଣା, ଯାହା ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।
ଜିଲ୍ଲାର ନଳଗୋହିରା ଗାଁର ଜଣେ ୫୦ ବର୍ଷୀୟ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିଲେ। ତେବେ ସୁସ୍ଥ ହେବା ପରେ ହୋମ୍ଆଇସୋଲେସନ୍ରେ ଥିବା ବେଳେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା। କରୋନା ସଂକ୍ରମଣ ଭୟରେ ତାଙ୍କ ମୃତଦେହ ପାଖକୁ ତାଙ୍କ ପୁଅ ଯାଇ ନଥିଲେ। ଏପରିକି ଅନ୍ୟମାନେ ବି ଛୁଇଁ ନଥିଲେ।
ଶେଷରେ ପରିବାର ଲୋକେ ସ୍ଥାନୀୟ ସରପଞ୍ଚଙ୍କୁ ଖବର ଦେଇଥିଲେ। ସରପଞ୍ଚ ଘଟଣା ସଂପର୍କରେ ଚାନ୍ଦବାଲି ତହସିଲଦାର ଓ ବିଡ଼ିଓଙ୍କୁ ଖବର ଦେଇଥିଲେ।
ଏହା ପରେ ତହସିଲଦାର ସୁଶାନ୍ତ ସୁତାର ଓ ବିଡିଓ ପହଞ୍ଚିଥିଲେ ନଳଗୋହିରା ଗାଁରେ। ସେମାନେ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ନେଇ ଅନ୍ତିମସତ୍କାର କରିଥିଲେ। ଶବସତ୍କାର ପାଇଁ ତହସିଲଦାର ଅନ୍ୟ କିଛି ଲୋକଙ୍କ ସହି ମିଶି କାଠ ମଧ୍ୟ ବୋହିଥିଲେ। ସେ ନିଜେ ମୁଖାଗ୍ନୀ ଦେଇଥିଲେ। ତେବେ କୋଭିଡ୍ ପ୍ରୋଟୋକଲ୍ ଅନୁଯାୟୀ ପିପିଇ କିଟ୍ ପିନ୍ଧି ଶବସତ୍କାର ସଂପନ୍ନ କରାଯାଇଥିଲା।
ତହସିଲଦାର ଓ ବିଡିଓଙ୍କ ଏହି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରୁଛନ୍ତି।
The post କରୋନା ଭୟରେ ଛୁଇଁଲାନି ପୁଅ, ତହସିଲଦାର ଦେଲେ ମୁଖାଗ୍ନୀ appeared first on Odisha Reporter.
from Odisha Reporter https://ift.tt/3hN3WUn
No comments:
Post a Comment