କରୋନା ଲଢ଼େଇରେ ହାରିଗଲେ ରାଜସ୍ଥାନ ରୟାଲ୍ସର ଯୁବ କ୍ରିକେଟର ଚେତନଙ୍କ ପିତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 9, 2021

କରୋନା ଲଢ଼େଇରେ ହାରିଗଲେ ରାଜସ୍ଥାନ ରୟାଲ୍ସର ଯୁବ କ୍ରିକେଟର ଚେତନଙ୍କ ପିତା

ନୂଆଦିଲ୍ଲୀ: ଆଇପିଏଲର ଚଳିତ ସିଜନରେ ରାଜସ୍ଥାନ ରୟାଲ୍ସର ନୂଆ ପ୍ରତିଭା ଚେତନ ସାକାରିୟାଙ୍କର ପିତାଙ୍କର ଦେହାନ୍ତ ହୋଇଛି । ସାକାରିୟାଙ୍କ ପିତା କାଞ୍ଜିଭାଇ ସାକାରିଆ କରୋନା ଭାଇରସରେ ସଂକ୍ରମିତ ଥିଲେ । ତେବେ ଗତ ସପ୍ତାହରେ ଚେତନଙ୍କ ପିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯାଇଥିଲା । ଯାହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଆଜି ଚେତନଙ୍କ ପିତା କରୋନା ଲଢ଼େଇରେ ହାରି ଯାଇଛନ୍ତି । ଆଇପିଏଲ୍ ସ୍ଥଗିତ ହେବା କାରଣରୁ ଚେତନ ନିଜ ଘରକୁ ଫେରିଯାଇଥିଲେ ।

ଆଇପିଏଲ୍ ଅକ୍ସନରେ ରାଜସ୍ଥାନ ରୟାଲ୍ସ ଚେତନ ସାକାରିୟାଙ୍କୁ ୧.୨୦ କୋଟି ଟଙ୍କାରେ କିଣିଥିଲା । ଅକ୍ସନର କିଛି ଦିନ ପୂର୍ବରୁ ଚେତନଙ୍କ ସାନ ଭାଇଙ୍କର ଦେହାନ୍ତ ହୋଇଥିଲା । ଆଇପିଏଲ୍ ଚାଲିଥିବା ବେଳେ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହ୍ୱାଗ ସୋଶାଲ ମିଡିଆରେ ଚେତନ ସାକାରିଆଙ୍କ ଜୀବନର କିଛି ଦୁଃଖଦ ମୁହୂର୍ତ୍ତକୁ ଶେୟାର୍ କରିଥିଲେ । ଭାଇଙ୍କ ପରେ ସେ ସାକାରିଆ ନିଜ ବାପାଙ୍କୁ ମଧ୍ୟ ହରାଇଛନ୍ତି ।

ଏ ନେଇ ରାଜସ୍ଥାନ ରୟାଲ୍ସ ଟ୍ୱିଟ୍ ସୂଚନା ଦେଇଛି । ରାଜସ୍ଥାନ ଟ୍ୱିଟ୍ କରିଛି ଯେ ଆମେ ଦୁଃଖିତ ଯେ ଶ୍ରୀ କାଞ୍ଜିବାଇ ସାକାରିଆ ଆଜି କୋଭିଡ୍‌-୧୯ ଲଢ଼େଇରେ ହାରି ଯାଇଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ବର୍ତ୍ତମାନ ତାଙ୍କ ପରିବାର ସହ ଆମର ପୂରା ପ୍ରାର୍ଥନା ରହିଛି । ଆମେ ଚେତନଙ୍କ ସମ୍ପର୍କରେ ଅଛୁ ଏବଂ ଏଭଳି କଠିନ ସମୟରେ ତାଙ୍କ ପରିବାରକୁ ଯଥାସମ୍ଭବ ସହାୟତା ପ୍ରଦାନ କରିବୁ ।

ଏହା ପୂର୍ବରୁ ଖବର ଆସିଥିଲା ଯେ ଚେତନଙ୍କୁ ତାଙ୍କ ପିତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଗତ ସପ୍ତାହରେ ଫୋନ୍ ଆସିଥିଲା । ଯାହା ପରେ ଚେତନ ନିଜ ପରିବାରର ସହାୟତା ପାଇଁ ତୁରନ୍ତ ନିଜର ଆଇପିଏଲ ପ୍ରାପ୍ୟ ଟ୍ରାନ୍ସଫର୍ କରିଥିଲେ । ଚେତନ ଇଣ୍ଡିଆନ୍ ଏକ୍ସପ୍ରେସ ସହ ଆଲୋଚନା ବେଳେ କହିଥିଲେ ଯେ ମୁଁ ଭାଗ୍ୟବାନ ଯେ ରାଜସ୍ଥାନ ରୟାଲ୍ସ କିଛି ଦିନ ତଳେ ପଇସା ଦେଇଥିଲା ଏବଂ ସେହି ପଇସାରେ କଠିନ ସମୟରେ ପରିବାରର ସହାୟତା କରିପାରିଛି ।

ଚଳିତ ଆଇପିଏଲ ସ୍ଥଗିତ ହେବା ସୁଦ୍ଧା ସାକାରିଆ ୭ଟି ୱିକେଟ୍ ନିଜ ନାଁରେ କରିଥିଲେ । ଏହା ପୂର୍ବରୁ ଶୁକ୍ରବାର ଭାରତୀୟ ମହିଳା ଦଳର କ୍ରିକେଟର ବେଦା କ୍ରିଷ୍ଣାମୂର୍ତ୍ତୀ ନିଜ ଭଉଣୀ ବତସଲା ଓ ମା’ଙ୍କର କରୋନାରେ ଦେହାନ୍ତ ହୋଇଥିଲା ।

The post କରୋନା ଲଢ଼େଇରେ ହାରିଗଲେ ରାଜସ୍ଥାନ ରୟାଲ୍ସର ଯୁବ କ୍ରିକେଟର ଚେତନଙ୍କ ପିତା appeared first on Odisha Reporter.



from Odisha Reporter https://ift.tt/3f8P5k4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages