ମିଳିଲାନି ମହାପ୍ରୟାଣ ଗାଡି, ଅଟୋରେ ଆଣିଲେ ଶବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 9, 2021

ମିଳିଲାନି ମହାପ୍ରୟାଣ ଗାଡି, ଅଟୋରେ ଆଣିଲେ ଶବ

ବୌଦ୍ଧ( ଓଡ଼ିଶା ରିପୋର୍ଟର)  ମିଳିଲାନି ମହାପ୍ରୟାଣ ଗାଡି। ରାତି ତମାମ ମେଡ଼ିକାଲରେ ପଡ଼ିରହିଲା ଶବ। କେତେ ଗୁହାରି ପରେ ବି କେହିଁ ନ ଶୁଣିବାରୁ ସକାଳୁ ଅଟୋ ଭଡ଼ା କରି ଘରକୁ ଆଣିଲେ ଶବ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ।  ଗତକାଲି ହରଭଙ୍ଗା ବ୍ଲକ ବିଶିପାଲି ଗ୍ରାମର ଚୈତନ୍ୟ ଦାଶଙ୍କ ଶ୍ୱାସକ୍ରିୟାରେ  କଷ୍ଟ ହେବାରୁ  ବୌଦ୍ଧ ଡାକ୍ତଖାନାରେ ଭର୍ତ୍ତି କରାଯାଇଥିଲା।

ରାତି ୯ଟା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଟିକେଟ କାଉଣ୍ଟରରେ ଯାଇ ଜଣାଇଲା ପରେ ସେ ମହାପ୍ରୟାଣ ଗାଡି ଚାଳକଙ୍କୁ ଫୋନରେ ଯୋଗାଯୋଗ  କରିଥିଲେ । ତେବେ ଗାଡ଼ି ଖରାପ ଥିବା  ଚାଳକ କହି  ଘରକୁ ପଳାଇଥିବା ମୃତକଙ୍କ ପୁଅ ଅଭିଯୋଗ କରିଛନ୍ତି । ନିରୁପାୟ ହୋଇ ମୃତକଙ୍କ ପୁଅ ମେଡିକାଲରୁ ଅଧାକିଲୋମିଟର ଶବ ବୋହିବା  ପରେ ଏକ ଅଟୋ ଯୋଗେ ଶବ ଗାଁକୁ ଆଣିଥିଲେ । ଏ ନେଇ ସିଡିଏମଓଙ୍କୁ ପଚାରିବାରୁ ମହାପ୍ରୟାଣ ଗାଡ଼ି କୋଭିଡ ଡ୍ୟୁଟିରେ  ଯାଇଥିଲା ବୋଲି କହିଛନ୍ତି ।

The post ମିଳିଲାନି ମହାପ୍ରୟାଣ ଗାଡି, ଅଟୋରେ ଆଣିଲେ ଶବ appeared first on Odisha Reporter.



from Odisha Reporter https://ift.tt/2RE3CMu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages