ନୂଆଦିଲ୍ଲୀ: ଦେଶରେ କରୋନା ଜନିତ ସଂକ୍ରମଣ ଓ ମୃତ୍ୟୁ ହାର ବଢ଼ି ଚାଲିଛି। ଗୁରୁବାର କେନ୍ଦ୍ର ସରକାର ଜାରି କରିଥିବା ରିପୋର୍ଟ ଅନୁଯାୟୀ ବିଗତ ୨୪ ଘଣ୍ଟା ମଧ୍ୟରେ ୩,୯୮୦ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଯାହାକି ସର୍ବକାଳୀନ ରେକର୍ଡ। ପ୍ରତିଦିନ ମୃତ୍ୟୁ ସଂଖ୍ୟା ପୂର୍ବ ଦିନର ରେକର୍ଡ କାଟୁଛି। ଗତକାଲି ଏହି ସଂଖ୍ୟା ୩,୭୮୦ ଥିଲା। ତେଣୁ ଏହି ହାରରେ ଶୁକ୍ରବାର କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ରିପୋର୍ଟ ୪ ହଜାର ୧ ଶହ ଉପରେ ରହିବ। ଏଯାବତ ୨୩,୦୧,୬୮ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି।
ସେହିପରି ବିଗତ ୨୪ ଘଣ୍ଟା ମଧ୍ୟରେ ୪,୧୨,୨୬୧ ଜଣଙ୍କର କରୋନାରେ ସଂକ୍ରମିତ ହୋଇଛନ୍ତି। ଯାହାକି ସର୍ବକାଳୀନ ରେକର୍ଡ। ଏହା ପୂର୍ବରୁ ମେ ମାସ ୧ ତାରିଖରେ କେନ୍ଦ୍ର ସରକାର ଜାରି କରିଥିବା ରିପେୋର୍ଟ ଅନୁଯାୟୀ ୪,୦୧,୯୯୩ ଜଣ କୋଭିଡ୍ ପିଜିଟିଭ ଚିହ୍ନଟ ହୋଇଥିଲେ। ପ୍ରଥମ ଥର ପାଇଁ ୪ ଳକ୍ଷ ଉପରେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ କିନ୍ତୁ ଚାରି ଲକ୍ଷ ତଳେ ସଂକ୍ରମିତ ଚିହ୍ନଟ ହେଉଥିଲେ।
ବିଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇଲେ ଦେଶରେ ଏଯାବତ ୨,୧୦,୭୭,୪୧୦ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏବେ ୩୫,୬୬,୩୯୮ ଜଣ କରୋନାରେ ଚିକିତ୍ସାଧୀନ ରହିଛନ୍ତି। ଏହି ଅବଧି ମଧ୍ୟରେ ସୁସ୍ଥ ହୋଇଛନ୍ତି ୧,୭୨,୮୦,୮୪୪। ଏଯାବତ ୧୬ କୋଟି ୨୫ ଲକ୍ଷ ୧୩ ହଜାର ୩୩୯ ଡୋଜ୍ ଟିକାକରଣ ସରିଛି।
ମହାରାଷ୍ଟ୍ର, ଦିଲ୍ଲୀ ଦେଶର ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ମଧ୍ୟରେ ଅଛନ୍ତି। ବୁଧବାର, ମହାରାଷ୍ଟ୍ରରେ କରୋନା ଜିନତ ମୃତ୍ୟୁ ସଂଖ୍ୟା ୯୨୦ ହୋଇଥିବା ସୂଚନା ମିଳିଛି। ମଙ୍ଗଳବାର ଏହି ମୃତ୍ୟୁ ସଂଖ୍ୟା ୮୯୧ ଥିଲା। ଏହାର ଦୁଇ ଦିନ ପୂର୍ବରୁ ଶନିବାର ଏହି ସଂଖ୍ୟା ୮୦୨ ଏବଂ ଶୁକ୍ରବାର ଦିନ ଏହା ୮୨୮ ଥିଲା। ଏବେ ମହାରାଷ୍ଟ୍ରରେ ମୋଟ୍ କୋଭିଡ ମୃତ୍ୟୁ ସଂଖ୍ୟା ୭୨,୬୬୨କୁ ଛୁଇଁଛି।
ସେହିପରି ଓଡ଼ିଶାରୁ ପୁଣିଥରେ ୧୦ ହଜାର ଡେଇଁଛି ସଂକ୍ରମଣ। ଖୋର୍ଦ୍ଧାରୁ ୧୪୭୭ ପଜିଟିଭ ଚିହ୍ନଟ ହୋଇଛନ୍ତି।
The post ସାଂଘାତିକ ହେଉଛି କରୋନା ମହାମାରୀ, ବଢ଼ୁଛି ମୃତ୍ୟୁ ସଂଖ୍ୟା appeared first on Odisha Reporter.
from Odisha Reporter https://ift.tt/3xQ4QVL
No comments:
Post a Comment