ରେଢାଖୋଲା(ରମାକାନ୍ତ ମହାନନ୍ଦ): ହଜିଲା ଗାଇକୁ ଖୋଜିବାକୁ ଯାଇ ହାତୀ ହାବୁଡ଼ରେ ପଡ଼ିଗଲେ ବ୍ୟକ୍ତି। ହାତୀ ଆକ୍ରମଣରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଅଳ୍ପକେ ବର୍ତ୍ତି ଯାଇ ସାମାନ୍ୟ ଆହତ ହୋଇଛନ୍ତି। ମୃତକ ହେଲେ ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅଞ୍ଚଳ ମହୁଲମାଲର ଧନୁ ଦେହୁରୀ। ଏପରି ଅସ୍ୱାଭାବିକ ଘଟଣା ଆଜି ସକାଳେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ରେଞ୍ଜ, ଲୁହାପଙ୍କ ପଞ୍ଚାୟତ ଜରିପାଣି ଗାଁରେ ଘଟିଛି।
ଆଜି ସକାଳୁ ନିଜର ହଜିଥିବା ଗାଈ,ବଳଦ କୁ ଖୋଜିବା ଧନୁ ଦେହୁରୀ ଓ ରାହାସ ମିର୍ଦ୍ଧା ମିଶି ଜରିପାଣି ଗାଁକୁ ଯାଇଥିଲେ। ହଠାତ୍ ଜଙ୍ଗଲ ରାସ୍ତାରେ ଦନ୍ତାହାତୀ ସେମାନଙ୍କ ସମ୍ମୁଖକୁ ଚାଲିଆସି ଉଭୟଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ଧନୁଙ୍କ ମୃତ୍ୟୁ ହୋଇଥିବା ବେଳେ, ଅଳ୍ପକେ ବର୍ତ୍ତି ଯାଇଛନ୍ତି ରାହାସ।
ବନବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ହାତୀଟି ମୃତଦେହ ପାଖରେ ଜଗି ରହିଥିବାରୁ ଉଦ୍ଧାର ସମ୍ଭବ ହୋଇ ନ ଥିବା ଜଣାଯାଇଛି।
The post ଗାଇ ଖୋଜିବାକୁ ଯାଇ ହାତୀ ହାବୁଡ଼ରେ ପଡ଼ିଗଲେ, ଶେଷରେ… appeared first on Odisha Reporter.
from Odisha Reporter https://ift.tt/33kOjek
No comments:
Post a Comment