ହାରିଲା କରୋନା, ଜିତିଲା ୨୦ ଦିନର ଶିଶୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 9, 2021

ହାରିଲା କରୋନା, ଜିତିଲା ୨୦ ଦିନର ଶିଶୁ

ଚଣ୍ଡୀଗଡ଼: ଚାରିଆଡ଼େ କରୋନାର ଦ୍ୱିତୀୟ ଲହରକୁ ନେଇ ହାହାକାର। ପ୍ରଥମ ଲହରରେ କରୋନା କେବଳ ବୟସ୍କ ଲୋକଙ୍କ ପାଇଁ ଚିନ୍ତା ବଢ଼ାଇଥିଲା। କିନ୍ତୁ ଏବେ ଯେଉଁ ଲହର ଆସିଛି, ତାହା ଛୋଟ ପିଲାଙ୍କୁ ମଧ୍ୟ ଆକ୍ରାନ୍ତ କରୁଛି। ତା’ର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିିଳିଛି ପଞ୍ଜାବରେ।ପଞ୍ଜାବର ଜଣେ ୨୦ ଦିନର ଶିଶୁ କରୋନାରେ ସଂକ୍ରମିତ ହୋଇଛି । କିନ୍ତୁ ଖୁସିର କଥା ଯେ ଶିଶୁଟି ୧୦ ଦିନରେ କରୋନାକୁ ମାତ୍ ଦେବାରେ ସଫଳ ହୋଇଛି।

ଏପ୍ରିଲ୍ ମାସ ପ୍ରଥମ ସପ୍ତାହରେ ଗୁରଦୀପ ସିଂହ ଓ ତାଙ୍କ ସନ୍ଦୀପ କୌର୍ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। କିନ୍ତୁ ଶିଶୁଟିକୁ ୨୦ ଦିନ ହୋଇଥିବା ବେଳେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଲା। ଶିଶୁଟିକୁ ପ୍ରବଳ ଜ୍ୱର ହୋଇଥିବାରୁ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଇଥିଲା। ଗୋଟିଏ ପଟେ ନବଜାତ ଶିଶୁଟି ଜୀବନ ସହ ସଂଗ୍ରାମ କରୁଥିଲା ବେଳେ ଅନ୍ୟପଟେ ମା’ ସନ୍ଦୀପ ଚାହିଁକି କି ତା’ ପୁଅକୁ କ୍ଷୀର ଖାଇବାକୁ ବି ଦେଇପାରୁ ନଥିଲା। ଏଭଳି ସ୍ଥିତିରେ ପରିବାର ଲୋକେ ଭଗବାନଙ୍କୁ ଭରସା କରି ଚାହିଁ ବସିଥିଲେ। ତେବେ ୧୦ ଦିନ ପରେ ଅର୍ଥାତ୍ ଶୁକ୍ରବାର ନବଜାତ ଶିଶୁକୁ ଜଳନ୍ଧର ପଞ୍ଜାବ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (ପିଆଇଏମଏସ୍‌)ରୁ ଡିସଚାର୍ଜ ମିଳିଥିଲା। ଯାହା ପରେ ଶିଶୁର ପିତା ଗୁରଦୀପ କହିଛନ୍ତି, ଏପରି ଲାଗୁଛି ଯେପରି ଭଗବାନ ଆମ ପ୍ରାର୍ଥନା ଶୁଣିଛନ୍ତି।

ପଞ୍ଜାବର କପୁରଥାଲାରେ ରହୁଥିବା ଗୁରଦୀପ କହିବା ଅନୁଯାୟୀ, ପୁଅ ସୁଖଦୀପ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ଜାଣିବା ପରେ ପୂରା ପରିବାର ସ୍ତବ୍ଧ ହୋଇପଡ଼ିଥିଲା। କାରଣ ସେ କିମ୍ବା ତାଙ୍କ ପତ୍ନୀ ସଂକ୍ରମିତ ନଥିଲେ।’ ହେଲେ ପୁଅକୁ ହଠାତ୍ ଜ୍ୱର ହେବାରୁ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ଆରଟିପିସିଆର୍ ସମେତ ସମସ୍ତ ଚିକିତ୍ସା ଯାଞ୍ଚ ପରେ ସୁଖଦୀପକୁ ହସ୍ପିଟାଲରୁ ଜିସଚାର୍ଜ କରାଯାଇଥିଲା। ଅନ୍ୟପଟେ ନିଜ ପୁଅକୁ ପୁଣିଥରେ କୋଳରେ ପାଇ ମା’ ସନ୍ଦୀପର ଖୁସିର ଠିକଣା ନକହିଲେ ସରେ।

ସୁଖଦୀପର ଜେଜେ ମା’ କୁଲବିନ୍ଦର କହିଛନ୍ତି, ‘ଈଶ୍ୱରଙ୍କ କୃପାରୁ ମୋ ନାତି ସୁସ୍ଥ ହୋଇ ଘରକୁ ଫେରିଛି । ଡାକ୍ତରମାନେ ତା’ର ଭଲଭାବେ ଯତ୍ନ ନେଇଛନ୍ତି।’ ସେହିପରି ସୁଖଦୀପର ଯତ୍ନ ନେଉଥିବା ପିଆଇଏମଏସର ଜଣେ ନର୍ସ ରୁବି କହିଛନ୍ତି, ଆମେ ଶିଶୁଟିର ବହୁତ ଭଲ ଭାବେ ଯତ୍ନ ନେଇଛୁ। ଏକ ଶିଶକୁ ଏବେ ଯନ୍ତ୍ରଣା ପାଉଥିବାର ଦେଖିବା ଆମ ପାଇଁ ବହୁତ କଷ୍ଟଦାୟକ ଥିଲା। ସୁଖଦୀପକୁ ଆମେ ଚାମଚରେ କ୍ଷୀର ପିଇବାକୁ ଦେଉଥିଲୁ, କାରଣ ତା’ର ମା’ ସାଥିରେ ନଥିଲା।

ସୁଖଦୀପର ଚିକିତ୍ସା କରୁଥିବା ଡାକ୍ତର ଯତୀନ୍ଦ୍ର ସିଂହ କହିଛନ୍ତି, ଶିଶୁଟିକୁ ଯେତେବେଳେ ଭର୍ତ୍ତି କରାଗଲା, ସେତେବେଳେ ତାକୁ ବହୁତ ପ୍ରବଳ ଜ୍ୱର ହୋଇଥିଲା। ନବଜାତ ମାମଲା ଆମ ପାଇଁ ଚ୍ୟାଲେଞ୍ଜିଂ ଥିଲା। ତେବେ ତା’ର ମାତାପିତାଙ୍କ ସହିତ ପରାମର୍ଶ କରିବା ଏହାଠାରୁ ଅଧିକ କଠିନ ଥିଲା। ସେମାନେ ମଧ୍ୟ ଆମକୁ ଚିକିତ୍ସାରେ ପୂରା ସହଯୋଗ କରିଥିଲେ।

The post ହାରିଲା କରୋନା, ଜିତିଲା ୨୦ ଦିନର ଶିଶୁ appeared first on Odisha Reporter.



from Odisha Reporter https://ift.tt/3hcrLod

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages