ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ପୁଣି ବଢ଼ିଲା ଲକଡାଉନ୍ । ରାଜ୍ୟର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଦିଲ୍ଲୀରେ ଲକଡାଉନକୁ ଆଉ ସପ୍ତାହେ ବଢ଼ାଇ ଦେଇଛନ୍ତି । ଅର୍ଥାତ୍ ଦିଲ୍ଲୀରେ ଏବେ ଲକଡାଉନ୍ ମେ’ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ। ଏଥର ଲକଡାଉନରେ ଦିଲ୍ଲୀ ମେଟ୍ରୋ ମଧ୍ୟ ବନ୍ଦ ରହିବ ।
କେଜ୍ରିୱାଲ୍ କହିଛନ୍ତି, ଦିଲ୍ଲୀରେ ଲକଡାଉନକୁ ଆଉ ସପ୍ତାହେ ବଢ଼ା ଯାଉଛି, ଯାହା ଆସନ୍ତା ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ରହିବ । ଦିଲ୍ଲୀରେ ଆସନ୍ତାକାଲିଠାରୁ ମେଟ୍ରୋ ଚଳାଚଳ ମଧ୍ୟ ବନ୍ଦ ରହିବ । ଏହାଛଡ଼ା ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଦିଲ୍ଲୀରେ ଏପ୍ରିଲ୍ ୨୬ ତାରିଖ ପରେ କରୋନା ମାମଲା କମିବା ଆରମ୍ଭ ହୋଇଛି । ଗତ ଦିନେ-ଦୁଇ ଦିନ ହେବ ପଜିଟିଭ୍ ହାର ୩୫ରୁ ୨୩ ପ୍ରତିଶତ ହୋଇଛି । ଏହା ଦିଲ୍ଲୀ ବାସିନ୍ଦାଙ୍କ ପାଇଁ ଆଶ୍ୱସ୍ତିକର ଖବର।
Delhi lockdown extended by a week till May 17; Delhi Metro services to be suspended during this period: CM Arvind Kejriwal pic.twitter.com/EVizv1cehl
— ANI (@ANI) May 9, 2021
ଅନ୍ୟପକ୍ଷରେ ଜିଲ୍ଲୀର ସାଧାରଣ ଜନତା ଓ ସମସ୍ତ ସଂଗଠନଙ୍କ ପରାର୍ମଶ ପରେ ମୁଖ୍ୟମନ୍ତ୍ରୀ ଲକଡାଉନକୁ ବଢ଼ାଇଛନ୍ତି । ଏଥର ଲକଡାଉନ୍ ପୂର୍ବ ତୁଳନାରେ ଅଧିକ କଡ଼ାକଡ଼ି ହେବ।
The post ରାଜଧାନୀରେ ଆଉ ସପ୍ତାହେ ବଢ଼ିଲା ଲକଡାଉନ୍, ମେଟ୍ରୋ ବି ବନ୍ଦ appeared first on Odisha Reporter.
from Odisha Reporter https://ift.tt/3eXzQdC
No comments:
Post a Comment