ଅତି ଭୀଷଣ ରୂପ ଧରି ମାଡ଼ି ଚାଲିଛି ବାତ୍ୟା ତଉକତେ, ୧୮୫ କିମି ବେଗରେ ବହିବ ପବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 16, 2021

ଅତି ଭୀଷଣ ରୂପ ଧରି ମାଡ଼ି ଚାଲିଛି ବାତ୍ୟା ତଉକତେ, ୧୮୫ କିମି ବେଗରେ ବହିବ ପବନ

ନୂଆଦିଲ୍ଲୀ: ୧୯୯୮ ମସିହା ପରେ ପ୍ରଥମଥର ପାଇଁ ବଡ଼ଧରଣର ସାମୁଦ୍ରିକ ଝଡ଼ର ସମ୍ମୁଖୀନ ହେବାକୁ ଯାଉଛି ଗୁଜରାଟ। ଆରବ ସାଗରରେ ସୃଷ୍ଟ ବାତ୍ୟା ତଉକତେ ଅତି ଭୀଷଣ ରୂପ ଧାରଣ କରି ଗୁଜରାଟ ଅଭିମୁଖେ ମାଡ଼ି ଚାଲିଛି। ଆଜି ଦିନ ତମାମ ବିଭିନ୍ନ ରାଜ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳିବ। ମୁମ୍ବାଇରେ ମଧ୍ୟ ପ୍ରବଳ ବର୍ଷାର ଆଶଙ୍କା ରହିଛି।

ଘଣ୍ଟା ପ୍ରତି ୧୮ କିମି ବେଗରେ ଆଗକୁ ବଢ଼ୁଥିବା ବାତ୍ୟା ତଉକତେ ଆସନ୍ତାକାଲି ଭୋର ସମୟରେ ଗୁଜରାଟରେ ସ୍ଥଳ ଭାଗ ଛୁଁଇବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ସର୍ବାଧିକ ୧୮୫ କିମି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ବିଭାଗ ଜାରି କରିଥିବା ବୁଲେଟିନ ଅନୁଯାୟୀ, ବାତ୍ୟା ତଉକତେର ପ୍ରଭାବ ଶନିବାର ଠାରୁ ହିଁ ବିଭିନ୍ନ ରାଜ୍ୟରେ ଦେଖିବାକୁ ମିଳିଛି। ଗୋଆ ଠାରୁ ଆରମ୍ଭ କରି ମହାରାଷ୍ଟ୍ର, କର୍ଣ୍ଣାଟକା ଓ କେରଳ ଭଳି ରାଜ୍ୟରେ ବାତ୍ୟା ତାଣ୍ଡବ ରଚିଛି। ବର୍ତ୍ତମାନ ଏହା ପଞ୍ଜିମ-ଗୋଆ ଠାରୁ ୩୬୦ କିମି, ଦକ୍ଷିଣ-ଦକ୍ଷିଣପଶ୍ଚିମ ମୁମ୍ବାଇ ଠାରୁ ୧୭୦ କିମି, ଗୁଜରାଟର ଭେରଭାଲଠାରୁ ୩୫୦ କିମି, ଡ୍ୟୁ ଠାରୁ ୩୧୦ କିମି ଓ ପାକିସ୍ତାନର କରାଚି ଠାରୁ ୯୦୦ କିମି ଦୂରରେ ରହିଛି।

ଆଜି ରାତି ସୁଦ୍ଧା ତଉକତେ ଅତି ଭୀଷଣ ରୂପ ଧାରଣ କରି ସୌରାଷ୍ଟ୍ର ଅତିକ୍ରମ କରିବ। ସେହିପରି ଆସନ୍ତାକାଲି ସକାଳେ ଏହା ପୋରବନ୍ଦର ଓ ମହୁଭା ମଧ୍ୟରେ ଲ୍ୟାଣ୍ଡଫଲ କରିବ। ଏହି ସମୟରେ ପବନର ଘଣ୍ଟାପ୍ରତି ବେଗ ୧୫୫ରୁ ୧୬୫ କିମି ଓ ବେଳେବେଳେ ଏହା ୧୮୫ କିମି ଛୁଇଁପାରେ। ଲ୍ୟାଣ୍ଡଫଲ କରିବା ବେଳେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ଆକଳନ କରିଛି ବିଭାଗ।

ବାତ୍ୟାର ସବୁଠାରୁ ଅଧିକ ପ୍ରଭାବ ପୋରବନ୍ଦର, ଅମରେଲି, ଜୁନାଗଡ଼, ଗିର ସୋମନାଥ, ବୋଟାଡ ଓ ଭାବନଗର ଜିଲ୍ଲାରେ ଦେଖିବାକୁ ମିଳିପାରେ। ଏବେଠାରୁ ହିଁ ସୁରତ ସମେତ ଏକାଧିକ ସ୍ଥାନରେ ବର୍ଷା ସହ ହାଲୁକା ପବନ ଆରମ୍ଭ ହୋଇସାରିଲାଣି। କିଛି ସ୍ଥାନରେ ଗଛ ଓ ବିଜୁଳି ଖୁଣ୍ଟି ମଧ୍ୟ ଉପୁଡ଼ି ପଡ଼ିଛି।

ଅନ୍ୟପକ୍ଷରେ ବାତ୍ୟାକୁ ଦୃଷ୍ଟିରେ ରଖି ସୌରାଷ୍ଟ୍ର ଓ କଛର ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ପ୍ରାୟ ୧.୫ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଗୁଜରାଟରେ ପ୍ରାୟ ୫୦ଟି ଏନଡିଆରଏଫ ଟିମ୍‌ ମୁତୟନ କରାଯାଇଛି। ଏହାବାଦ ଏସଡିଆରଏଫ ଓ ଅଗ୍ନିଶମ ବାହିନୀ ମଧ୍ୟ ବିଭିନ୍ନ ସ୍ଥାନରେ ରହିଛନ୍ତି।

ଗୋଆରେ ମଧ୍ୟ କାଲିଠାରୁ ପ୍ରବଳ ବର୍ଷା ଲାଗି ରହିଛି। ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିବା ସହ ସମୁଦ୍ର ଅଶାନ୍ତ ହୋଇପଡ଼ିଥିଲା। ରାଜ୍ୟରେ ବର୍ଷା ଜନିତ ଅଘଟଣରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ଶହେରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି। ଶନିବାର କର୍ଣ୍ଣାଟକାର ୬ଟି ଜିଲ୍ଲାରେ ତଉକତେ ପ୍ରଭାବରେ ୭୩ଟି ଗାଁ କ୍ଷତିଗ୍ରସ୍ତ ହେବା ସହ ୪ ଜଣଙ୍କର ମୃତ୍ୟୁ ଘଟିଥିଲା। କେରଳରେ ମଧ୍ୟ ୯ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି ଓ ୨ ଜଣଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି।

The post ଅତି ଭୀଷଣ ରୂପ ଧରି ମାଡ଼ି ଚାଲିଛି ବାତ୍ୟା ତଉକତେ, ୧୮୫ କିମି ବେଗରେ ବହିବ ପବନ appeared first on Odisha Reporter.



from Odisha Reporter https://ift.tt/3ePFTlG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages