ଝାରପଡ଼ା ଜେଲରେ କଏଦୀଙ୍କ କରୋନାରେ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 16, 2021

ଝାରପଡ଼ା ଜେଲରେ କଏଦୀଙ୍କ କରୋନାରେ ମୃତ୍ୟୁ

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର) ଜେଲ ଭିତରକୁ ପଶିଲା ଭୂତାଣୁ।  ଝାରପଡ଼ା ଜେଲର ଜଣେ ବିଚାରାଧୀନ କଏଦୀଙ୍କର କରୋନାରେ ମୃତ୍ୟୁ ଘଟିଛି । ମୃତ କଏଦୀ ଜଣକ ହେଲେ ତ୍ରିପତି ମହାନ୍ତି। ନିଶା କାରବାର ମାମଲାରେ ଗିରଫ ହୋଇ ଜେଲରେ ଥିବା ତ୍ରିପତି କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକର କୋଭିଡ୍ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ମଧୁମେହ ଓ ଉଚ୍ଚ ରକ୍ତଚାପ ଭଳି ରୋଗରେ ପୀଡ଼ିତ ଥିଲେ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇ ଥିବା ଜେଲ୍ ଡିଆଇଜି ଶୁଭକାନ୍ତ ମିଶ୍ର କହିଛନ୍ତି।

ସେପଟେ ବ୍ରହ୍ମପୁର ଜେଲ୍‌ରେ ବେକାବୁ ହେଲାଣି କରୋନା।  ଜେଲ୍‌ର ୪୮ ଅନ୍ତବାସୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ବଢିଛି ଚିନ୍ତା । ଜେଲ୍‌ରେ ଜଣେ ଆଜୀବନ କଏଦୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ଚିକିତ୍ସା କରାଯାଇଥିଲା । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି ।

ତେବେ ବ୍ରହ୍ମପୁର ଜେଲରେ ୯ ଶହ ୨୭ ଜଣ ଅନ୍ତବାସୀ ମଧ୍ୟରୁ ୮୪  ଜଣଙ୍କ  ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪୮ କଏଦୀଙ୍କ ରିପୋର୍ଟ ପଜିଟିଭ  ଆସିଛି। ସେମାନଙ୍କୁ ଜେଲ୍‌ ଭିତରେ ନୂତନ ଭାବେ ଖୋଲାଯାଇଥିବା ଶହେ ଶଯ୍ୟା ବିଶିଷ୍ଟ ଡେଡିକେଟେଡ୍ କୋଭିଡ୍ କେୟାର ସେଣ୍ଟରରେ ଚିକିତ୍ସା କରାଯାଉଛି । ଜେଲ୍‌ ମଧ୍ୟରେ ଏତେ ସଂଖ୍ୟାରେ ପଜିଟିଭ ବାହାରିବା ପରେ କର୍ତ୍ତୃପକ୍ଷ ଏବେ ଚିନ୍ତାରେ । ଅନ୍ୟ ଅନ୍ତେବାସୀ କେମିତି ସୁରକ୍ଷିତ ରହିବେ ସେ ଦିଗରେ ଧ୍ୟାନ ଦିଆଯାଉଥିବା ଜେଲ୍ କର୍ତ୍ତୃପକ୍ଷ କହିଛନ୍ତି ।

The post ଝାରପଡ଼ା ଜେଲରେ କଏଦୀଙ୍କ କରୋନାରେ ମୃତ୍ୟୁ appeared first on Odisha Reporter.



from Odisha Reporter https://ift.tt/3tQi6GO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages