ନୂଆଦିଲ୍ଲୀ: ଆରବ ସାଗର ଉପରେ ସୃଷ୍ଟି ହୋଇଥିବା ବାତ୍ୟା ତଉକତେ ଅଧିକ ଘନୀଭୂତ ହେବାରେ ଲାଗିଛି। ପୂର୍ବରୁ ଅତି ଭୀଷଣ ରୂପ ଧାରଣ କରିଥିବା ତଉକତେ ଆଜି ସକାଳେ ଅତ୍ୟନ୍ତ ଭୟଙ୍କର ବାତ୍ୟାର ରୂପ ନେଇଛି। ସେହିପରି ଏହା ଆସନ୍ତାକାଲି ଗୁଜରାଟରେ ଲ୍ୟାଣ୍ଡଫଲ କରିବା ବଦଳରେ ଆଜି ଅପରାହ୍ନ କିମ୍ବା ସନ୍ଧ୍ୟାରେ ହିଁ ସ୍ଥଳ ଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ଆକଳନ କରିଛି।
ତଉକତେ ଅତ୍ୟନ୍ତ ଭୟଙ୍କର ବାତ୍ୟାର ରୂପ ନେଇଥିବାରୁ ଆସନ୍ତା ୬ ଘଣ୍ଟା ବେଶ ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୮୦ରୁ ୧୯୦ କିମି ଓ ବେଳେବେଳେ ଏହା ୨୧୦ କିମି ଛୁଇଁବାର ମଧ୍ୟ ଆକଳନ କରାଯାଇଛି। ସ୍ଥଳଭାଗ ଛୁଇଁବା ବେଳେ ଏହା ଅତି ଭୀଷଣ ବାତ୍ୟାର ରୂପରେ ଥିବ। ତେଣୁ ପବନର ବେଗ ସର୍ବାଧିକ ୧୮୫ କିମି ରହିବ ବୋଲି ବିଭାଗ ପକ୍ଷରୁ ଜାରି ନୂଆ ବୁଲେଟିନ୍ରେ କୁହାଯାଇଛି।
ବାତ୍ୟା ତଉକତେ ଅପରାହ୍ନ ୩ଟାରୁ ୬ଟା ମଧ୍ୟରେ ଗୁଜରାଟର ପୋରବନ୍ଦର ଓ ମହୁବା ମଧ୍ୟରେ ଲ୍ୟାଣ୍ଡଫଲ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ସେହିପରି ବିଳମ୍ବର ରାତି ଯାଏ ଏହା ତା’ର ଉଗ୍ର ରୂପ ଦେଖାଇବାର ଆଶଙ୍କା ରହିଛି।
Very Severe Cyclonic Storm “Tauktae” over Eastcentral Arabian Sea intensified into an Extremely Severe Cyclonic Storm: Cyclone Warning & post landfall outlook for Gujarat & Diu coasts (Red message).https://t.co/nIG8rzj9Vh pic.twitter.com/DAJCsnuRVw
— India Meteorological Department (@Indiametdept) May 17, 2021
ବିଭାଗର ଆକଳନ ଅନୁଯାୟୀ, ତଉକତେ ଅତ୍ୟନ୍ତ ଭୟଙ୍କର ବାତ୍ୟାର ରୂପ ନେବା ପରେ ମୁମ୍ବାଇ ଠାରୁ ୧୬୦ କିମି, ଗୁଜରାଟର ଭେରଭାଲ ଠାରୁ ୨୯୦ କିମି ଓ ଡିଉ ଠାରୁ ୨୫୦ କିମି ଦୂରରେ କେନ୍ଦ୍ରଭୂତ ହୋଇଛି। ଏହା ଘଣ୍ଟାପ୍ରତି ୨୦ କିମି ବେଗରେ ଆଗକୁ ବଢ଼ୁଛି। ତଉକତେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ୧୭ ତାରିଖ ସନ୍ଧ୍ୟା ସୁଦ୍ଧା ଗୁଜରାଟ ଉପକୂଳରେ ପହଞ୍ଚିବ। ସେହିପରି ଗୁଜରାଟର ପୋରବନ୍ଦର ଓ ମହୁବାକୁ ରାତି ସୁଦ୍ଧା ଅତିକ୍ରମ କରିବ। ଅତିକ୍ରମ କରିବା ବେଳେ ଏହା ଅତ୍ୟନ୍ତ ଭୟଙ୍କର ବାତ୍ୟାରୁ କେବଳ ଅତି ଭୀଷଣ ବାତ୍ୟାର ରୂପ ନେଇଥିବ। ଏହାର ପ୍ରଭାବରେ ପବନର ଘଣ୍ଟାପ୍ରତି ୧୫୫ରୁ ୧୬୫ କିମି ଓ ବେଳେବେଳେ ୧୮୫ କିମି ଛୁଇଁପାରେ।
The post ଅତି ଭୟଙ୍କର ରୂପ ନେଲା ବାତ୍ୟା ତଉକତେ: ଆଜି ଲ୍ୟାଣ୍ଡଫଲ୍, ପବନର ବେଗ ୨୦୦ କିମି ପାର କରିବ appeared first on Odisha Reporter.
from Odisha Reporter https://ift.tt/3tTfwQ7
No comments:
Post a Comment